ବିଶ୍ଵ ଆଦିବାସୀ ଦିବସରେ ମିଳିତ ଆଦିବାସୀ କଲ୍ୟାଣ ମଞ୍ଚ ପକ୍ଷରୁ ଶୋଭାଯାତ୍ରା, ୭ ଦଫା ଦାବି ରଖିଲେ ଆଦିବାସୀ

Published By : Prameya-News7 Bureau | August 09, 2022 IST

କେନ୍ଦୁଝର, ୦୯/୦୮ : ଆଜି ବିଶ୍ୱ ଆଦିବାସୀ ଦିବସ । ଏହି ଦିବସ ଅବସରରେ ସାରା ଦେଶରେ ବିଭିନ୍ନ ଆଦିବାସୀ ସଂଗଠନ, ସରକାରି ସଂସ୍ଥା ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ଏହି ଦିବସ ଉପଲକ୍ଷେ କେନ୍ଦୁଝର ମିଳିତ ଆଦିବାସୀ କଲ୍ୟାଣ ମଞ୍ଚ ପକ୍ଷରୁ ଏକ ଶୋଭାଯାତ୍ରା ସ୍ଥାନୀୟ କାଳୀ ପଡିଆରୁ ବାହାରି ସହର ପରିକ୍ରମା କରିବା ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ସାତ ଦଫା ଦାବି ନେଇ ଏହି ବିକ୍ଷୋଭ ପ୍ରଦର୍ଶନ କରଯାଇଥିଲା। ଆଦିବାସୀ ଦିବସରେ ଛୁଟି ଘୋଷଣା, ଆଦିବାସୀ ସମାଜର ପାରମ୍ପରିକ ମୁଖ୍ୟଙ୍କୁ ମାନ୍ୟତା, ଜଙ୍ଗଲ ସଂରକ୍ଷଣ ନିୟମ ଉଚ୍ଛେଦ, ବିଭିନ୍ନ ସରକାରୀ ଚାକିରୀ କ୍ଷେତ୍ରରେ ସଂରକ୍ଷଣ, ଷ୍ଟାଇପେଣ୍ଡ ଗୁଡିକୁ ଠିକ ସମୟରେ ପ୍ରଦାନ ଆଦି ମଞ୍ଚ ପକ୍ଷରୁ ଦାବି କରାଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.