ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶ୍ରୀମନ୍ଦିର ଉପରେ ଡ୍ରୋନ୍‌ ଉଡାଇବା ଘଟଣା : ଅପଲୋଡ ଭିଡିଓ ଡିଲିଟ୍‌ କଲେ ୟୁଟ୍ୟୁବର, ଆଉ ହାତଯୋଡି କ୍ଷମା ବି ମାଗିଲେ…
  • ||
  • ଅର୍ଚ୍ଚନା ନାଗ ଗିରଫ ମାମଲା, ଇଡିକୁ ସବୁ ତଥ୍ୟ ଦେଲା କମିଶନରେଟ୍‌ ପୋଲିସ
  • ||
  • ଧର୍ମଗଡ଼ : ଦୁର୍ଘଟଣାଗ୍ରସ୍ତ ଟ୍ୟାଙ୍କରରୁ ଗ୍ୟାସ୍‌ ଲିକ୍‌, ଯାତାୟତ ବାଧାପ୍ରାପ୍ତ
  • ||

ବାଇକ୍‌କୁ ଧକ୍କା ଦେଲା ଆଇରନ୍‌ ବୋଝେଇ ଟ୍ରକ୍‌, ଜଣେ ମୃତ, ଜଣେ ଗୁରୁତର

29/09/2022 at 4:01 PM

ତେଲକୋଇ, ୨୯/୦୯: ଦୁର୍ଘଟଣାକୁ ନେଇ ଉତ୍ତେଜନା ଆଉ ତାପରେ ରାସ୍ତା ରୋକ । ଏଭଳି ଘଟଣା ଦେଖିବାକୁ ମିଳିଛି ତେଲକୋଇ ଥାନା ୪୯ ନମ୍ବର ଜାତୀୟ ରାଜପଥର ଜଗମୋହନପୁର ଛକ ଠାରେ । ଦିନ ସାଢେ ୧୨ଟା ସମୟରେ ଜଗମୋହନପୁର ଛକରେ ଗୋଟିଏ ଆଇରନ ବୋଝେଇ ଟ୍ରକ ପାଲଲହଡା ପଟୁ ଦୃତଗତିରେ ଆସୁଥିବା ବେଳେ ଏକ ବାଇକ୍‌କୁ ଧକ୍କା ଦେଇଥିଲା । ଜଙ୍କପାଣି ପଟୁ କାଳିଆହତା ପଞ୍ଚାୟତ କାଟେଣି ଗାଁର ଭିକାରୀ ଚରଣ ଦେହୁରୀ ବାଇକ୍‌ରେ ନିଜ ଶାଶୂଙ୍କୁ ନେଇ ତେଲକୋଇ ମେଡିକାଲକୁ ଯାଉଥିବା ସମୟରେ ଟ୍ରକଟି ତାଙ୍କ ବାଇକକୁ ଧକ୍କା ଦେଇ ୧୦୦ ମିଟର ଘୋଷାଡି ନେଇଥିଲା । ଫଳରେ ଘଟଣା ସ୍ଥଳରେ ଭିକାରୀଙ୍କ ମୃତ୍ୟୁ ଘଟିଥିଲା ଏବଂ ତାଙ୍କ ଶାଶୂ ମଲ୍ଲି ଗୁରୁତର ହୋଇ ପଡିଥିଲେ।

ଗୁରୁତର ଅବସ୍ଥାରେ ମଲ୍ଲୀଙ୍କୁ ତେଲକୋଇ ମେଡିକାଲରେ ଭର୍ତ୍ତି କରାଯାଇଛି । ଏଘଟଣାକୁ ନେଇ ଉତ୍ତେଜନା ସୃଷ୍ଟି ହେବା ସହ ୪୯ ନମ୍ବର ଜାତୀୟ ରାଜପଥକୁ ଅବରୋଧ କରାଯାଇଛି । ରାସ୍ତାର ଦୁଇ ପାର୍ଶ୍ଵରେ ଶତାଧିକ ଗାଡ଼ି ଛିଡା ହୋଇରହିଛି । ଦୋକାନ ବଜାର ମଧ୍ୟ ବନ୍ଦ ରହିଛି । ରାସ୍ତାରେ ସ୍ପିଡ ବ୍ରେକ୍‌ ଲଗାଯିଵା ସହ ମୃତକଙ୍କ ପରିବାରକୁ କ୍ଷତି ପୂରଣ ନଦେବା ଯାଏଁ ମୃତଦେହ ଉଠିବାକୁ ଦିଆଯିବ ନାହିଁ ବୋଲି ଆନ୍ଦୋଳନକାରୀ ପ୍ରକାଶ କରିଥିବା ବେଳେ ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି ।

   Related Posts