ତ୍ରୁଟିପୂର୍ଣ୍ଣ ସଂରକ୍ଷଣ ବିରୁଦ୍ଧରେ ସ୍ୱର ଉତ୍ତୋଳନ କଲା ଅଲ୍ ଓଡିଶା ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନ

Published By : Prameya-News7 Bureau | October 12, 2021 IST

ଲାଞ୍ଜିଗଡ଼, ୧୨/୧୦: ନିକଟରେ ତ୍ରିସ୍ତରୀୟ ପଞ୍ଚାୟତିରାଜ ନିର୍ବାଚନରେ ଜାତିଭିତିକ ସଂରକ୍ଷଣକୁ ନେଇ ଚିଠା ତାଲିକା ପ୍ରକାଶ ପାଇଛି । କଳାହାଣ୍ଡି ଜିଲ୍ଲା ପାଇଁ ପ୍ରସ୍ତୁତ ଏହି ଚିଠା ତାଲିକାରେ ବ୍ୟାପକ ଅସଙ୍ଗତି ଥିବାବେଳେ ଏହାକୁ ଦୂର କରିବା ଦାବିରେ ଆଜି ରାସ୍ତାକୁ ଓହ୍ଲାଇଛି ଓଡିଶାର ଅଗ୍ରଣୀ ସାମାଜିକ ସଂଗଠନ ଅଲ୍ ଓଡିଶା ସିଡ୍ୟୁଲ୍ଡ କାଷ୍ଟ ଫେଡେରେସନ, କଳାହାଣ୍ଡି ।

ଜିଲ୍ଲାର ତେରଟି ବ୍ଲକର ୩୬ ଗୋଟି ଜିଲ୍ଲା ପରିଷଦ ସଦସ୍ୟ ପଦବୀ ପାଇଁ ଜଣେ ବି ପଛୁଆ ବର୍ଗଙ୍କୁ ସାମିଲ କରାଯାଇ ନାହିଁ । ଏଥି ସହିତ ପେସା ଆଇନର ଆଳ ଦେଖାଇ ଲାଞ୍ଜିଗଡ ଓ ଥୁଆମୂଳ ରାମପୁର ବ୍ଲକରେ ସମସ୍ତ ସରପଞ୍ଚ ପଦବୀ ଅନୁସୂଚିତ ଜନଜାତିଙ୍କୁ ଦିଆଯାଇଛି । ଜିଲ୍ଲା ତଥା ବ୍ଲକର ଦ୍ୱିତୀୟ ବୃହତ୍ତମ ଜନଗୋଷ୍ଠୀ ଅନୁସୂଚିତ ଜାତିଙ୍କୁ ପ୍ରତିନିଧିତ୍ୱ ନେବା ସୁଯୋଗରୁ ବଞ୍ଚିତ କରି ରଖାଯାଇଛି ବୋଲି ଅସନ୍ତୋଷ ପ୍ରକାଶ ପାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.