Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଆଉ ତାନାଶାହୀ ଚାଲିବନି, ବରଂ ମହିଳା କୁସ୍ତି ଯୋଦ୍ଧାଙ୍କ ସତ୍ୟାଗ୍ରହ ଚାଲିବ: କେନ୍ଦ୍ର ସରକାରଙ୍କୁ ସାକ୍ଷୀ ମଲ୍ଲିକଙ୍କ ଚେତାବନୀ

28/05/2023 at 10:23 PM

ନୂଆଦିଲ୍ଲୀ: ନୂଆ ସଂସଦ ଭବନ ସମ୍ମୁଖରେ ମହିଳା ପଞ୍ଚାୟତ ବସାଇବାକୁ ଯିବା ବେଳେ ଆଜି ମହିଳା କୁସ୍ତି ଯୋଦ୍ଧାଙ୍କୁ ହେପାଜତରେ ନେଇଛି ପୁଲିସ। ପୁଲିସ ସହ ଠେଲାପେଲା ହୋଇଛି। ଗୋଟେ ପଟେ ମୋଦୀ ସଂସଦ ଭବନ ଉଦ୍‌ଘଟାନ କରି ନୂଆ ଭାରତର କଥା କହୁଥିବା ବେଳେ ଅନ୍ୟପଟେ ଦେଶରେ ମହିଳା କୁସ୍ତିଯୋଦ୍ଧାମାନେ ନିଜ ସମ୍ମାନ ପାଇଁ ପୁଲିସ ସହ ଲଢ଼ୁଥିଲେ।

ପ୍ରଧାନମନ୍ତ୍ରୀ ମୋଦୀ ଆଜି ସେଙ୍ଗୋଲ୍‌କୁ ସାଷ୍ଟାଙ୍ଗ ପ୍ରଣାମ କରୁଥିବା ବେଳେ ମହିଳା କୁସ୍ତି ଯୋଦ୍ଧାମାନଙ୍କୁ ପୁଲିସ ଜବରଦସ୍ତ ଉଠାଇ ନେଉଥିଲା। ମହିଳା କୁସ୍ତି ଯୋଦ୍ଧାମାନେ ତଳେ ପଡ଼ି ସଂଘର୍ଷ କରୁଥିବାର ଦୃଶ୍ୟ ଆଉ ମୋଦୀଙ୍କ ସାଷ୍ଟାଙ୍ଗ ପ୍ରଣିପାତର ଫଟୋ ଭାଇରାଲ ହେଉଛି।

ତେବେ ମହିଳା କୁସ୍ତିଯୋଦ୍ଧାଙ୍କ ସଂଘର୍ଷ ଏତିକିରେ ଥମିବ ନାହିଁ। ଦେଶରେ ଆଉ ଏକଛତ୍ରବାଦୀ ଶାସନ ଚାଲିବ ନାହିଁ। ଆଗକୁ ମହିଳା କୁସ୍ତି ଯୋଦ୍ଧାଙ୍କ ସଂଘର୍ଷ ଆହୁରୀ ତୀବ୍ର ହେବ ବୋଲି ମହିଳା କୁସ୍ତି ଯୋଦ୍ଧା ସାକ୍ଷୀ ମଲ୍ଲିକ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। ଥରେ ପୁଲିସ ହେପାଜତରୁ ଖସିବା ମାତ୍ରେ ପୁଣିଥରେ ଦିଲ୍ଲୀ ଜନ୍ତରମନ୍ତର ଆସି ସତ୍ୟାଗ୍ରହ ଆରମ୍ଭ ହେବ ବୋଲି ସାକ୍ଷୀ ଟ୍ୱିଟ୍ କରି ସୂଚନା ଦେଇଛନ୍ତି।

Security personnel detain wrestler Sakshi Malik during wrestlers' protest march towards new Parliament building

ପଢ଼ନ୍ତୁ- ରେସଲରଙ୍କ ସମର୍ଥନରେ ବାହାରିଲେ ରାକେଶ ଟିକାୟତ, ଦିଲ୍ଲୀ ବର୍ଡରରେ ଅଡି ବସିଲେ  

ଆଜି ଦିଲ୍ଲୀ ପୁଲିସ ବିନେଶ ଫୋଗାଟ, ବଜରଙ୍ଗ ପୁନିଆ ଓ ସାକ୍ଷୀ ମଲ୍ଲିକଙ୍କୁ ହେପାଜତ୍‌ରେ ନେଇଛି। ଆନ୍ଦୋଳନ ସ୍ଥାନରୁ ହଟାଇବା ପରେ ସେମାନଙ୍କୁ ଏକ ବସ୍‌ ଯୋଗେ ବୁରାରୀରେ ଏକ ଘରୋଇ କ୍ଷେତରେ ହୋଇଥିବା ଜେଲ୍‌କୁ ନିଆଯାଇଥିଲା।

ଏହାପରେ ଦିଲ୍ଲୀ ପୁଲିସ ଆନ୍ଦୋଳନ ସ୍ଥାନରେ କୁସ୍ତିଯୋଦ୍ଧା ପକାଇଥିବା ଖଟ, ଗଦି, କୁଲର୍ସ, ଫ୍ୟାନ୍ ଏବଂ ଅନ୍ୟ ସବୁ ଜିନିଷ ହଟାଇ ଦେଇଛି। ପ୍ରାୟ ସାଢ଼େ ୫ଟା ସମୟରେ ଖେଳାଳିମାନଙ୍କର ଡାକ୍ତରୀ ପରୀକ୍ଷା କରାଯାଇଥିଲା।

ମାମଲା ସମ୍ପର୍କରେ ଅମ୍ବାଲା ଏସ୍‌ପି ଜଶନଦୀପ ସିଂହ କହିଛନ୍ତି ଯେ ଦିଲ୍ଲୀରେ ମହିଳା ପଞ୍ଚାୟତ ପାଇଁ ଅନୁମତି ଦିଆଯାଇ ନଥିଲା। ଏଥିପାଇଁ ପୁଲିସ ସୋନିପଥ, ଝଜ୍ଜର, ଜିନ୍ଦ, କୁରୁକ୍ଷେତ୍ର, ଅମ୍ବାଲା, ସିର୍ସା ଓ ଗୁରୁଗ୍ରାମ ଜିଲ୍ଲାରେ ପୁଲିସ ମୁତୟନ କରାଯାଇଥିଲା। ହରିଆଣାକୁ ଆସୁଥିବା ସମସ୍ତ ଗାଡ଼ିକୁ ଯାଞ୍ଚ କରାଯାଉଥିଲା।

ଆଜିର ଘଟଣାରେ ପୁଲିସ ମହିଳା କୁସ୍ତି ଯୋଦ୍ଧାଙ୍କ ସହ ଠେଲାପେଲା କରୁଥିବାର ଫଟୋ ଓ ଭିଡିଓ ଭାଇରାଲ୍ ହେଉଛି। ସେପଟେ ଦିଲ୍ଲୀ ମହିଳା କମିଶନ ଅଧ୍ୟକ୍ଷା ସ୍ୱାତୀ ମାଲିୱାଲ ଦିଲ୍ଲୀ ପୁଲିସ କମିଶନଙ୍କୁ ଚିଠି ବ୍ରିଜ ଭୂଷଣକୁ ଗିରଫ କରିବାକୁ ନିର୍ଦ୍ଦେଶ ଦେଇଥିବା ବେଳେ ମହିଳା କୁସ୍ତିଯୋଦ୍ଧାଙ୍କୁ ତୁରନ୍ତ ଛାଡ଼ିବାକୁ ନିର୍ଦ୍ଦେଶ ଦେଇଛନ୍ତି।   

ଏହି ଖବରଟିକୁ ପଢ଼ନ୍ତୁ- କୁସ୍ତିଯୋଦ୍ଧାଙ୍କ ସହ ପୋଲିସ୍‌ର ହାତାହାତିକୁ ନିନ୍ଦା କଲେ ମମତା, କହିଲେ- ତୁରନ୍ତ…

ଆଜିର ଘଟଣାକୁ ନେଇ ବିରୋଧୀ ଦଳର ନେତାମାନେ ମୋଦୀ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ପ୍ରିୟଙ୍କା ଗାନ୍ଧୀ ଭଦ୍ରା, ମମତା ବାନାର୍ଜୀ, ରାହୁଲ ଗାନ୍ଧୀ, ମଲ୍ଲିକାର୍ଜୁନ ଖଡ଼ଗେ, ଜୟରାମ ରମେଶ ଓ ଅରବିନ୍ଦ କେଜରିୱାଲ ପ୍ରମୁଖ ନେତା ଦିଲ୍ଲୀ ପୁଲିସର ବ୍ୟବହାରକୁ ଘୋର ନିନ୍ଦା କରିଛନ୍ତି।

ଭାରତୀୟ କୁସ୍ତି ସଂଘ ଅଧ୍ୟକ୍ଷ ବ୍ରିଜ ଭୂଷଣ ଶରଣ ସିଂହଙ୍କ ବିରୋଧରେ ଆନ୍ଦୋଳନ କରୁଛନ୍ତି। ବ୍ରିଜ ଭୂଷଣ ଦୁର୍ନୀତି କରିବା ସହି ଯୌନ ଶୋଷଣ କରୁଥିଲା ବୋଲି ମହିଳା କୁସ୍ତି ଯୋଦ୍ଧାମାନେ ଅଭିଯୋଗ ଆଣିଛନ୍ତି। ଅଭିଯୋଗକାରିଣୀଙ୍କ ମଧ୍ୟରୁ ଜଣେ ନାବାଳିକା କୁସ୍ତି ଯୋଦ୍ଧା ଥିବାରୁ ବ୍ରିଜ ଭୂଷଣ ବିରୋଧରେ ପୋକ୍ସୋ ଆକ୍ଟ ଲାଗିଛି।

Image

ପଢ଼ନ୍ତୁ- ରେସ୍‌ଲରଙ୍କ ନୂଆ ସଂସଦ ଭବନ ମାର୍ଚ୍ଚକୁ ରୋକିଲା ପୋଲିସ, ଜନ୍ତରମନ୍ତରରୁ ହଟାଇଲା ତମ୍ବୁ

ଏସବୁ ସତ୍ତ୍ୱେ ବି ସି ବିଜେପି ସାଂସଦ ହୋଇଥିବାରୁ ମୋଦୀ ସରକାର ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଉ ନାହାନ୍ତି ବୋଲି ବିରୋଧୀ ଅଭିଯୋଗ କରିଛନ୍ତି। ଏହି ଘଟଣାରେ କୌଣସି କେନ୍ଦ୍ର ମନ୍ତ୍ରୀ କିମ୍ବା ଅଧିକାରୀ କୁସ୍ତି ଯୋଦ୍ଧାମାନଙ୍କୁ ସମର୍ଥନ କରୁ ନାହାନ୍ତି କି ନ୍ୟାୟ ପାଇଁ ଦାବି କରୁ ନଥିବା କୁସ୍ତି ଯୋଦ୍ଧାମାନେ ଅଭିଯୋଗ କରିଛନ୍ତି।

   Related Posts