କଟକ ସହରରେ ବୃଦ୍ଧି ପାଉଛି ମଶାଙ୍କ ଉତ୍ପାତ, ଏସୟୁସିଆଇ ପକ୍ଷରୁ ସିଏମସି ଅଫିସ ଆଗରେ ବିକ୍ଷୋଭ
8/12/2022 at 3:56 PM

କଟକ, ୦୮/୧୨: କଟକ ସହରରେ ଦିନକୁ ଦିନ ମଶା ଉପଦ୍ରଵ ଅସହ୍ୟ ହେଉଥିବା ଵେଳେ ମଶା ଉତ୍ପାତକୁ ନେଇ ଆନ୍ଦୋଳନ ତୀଵ୍ର ହେବାରେ ଲାଗିଛି।ଆଜି ଏସୟୁସିଆଇ ପକ୍ଷରୁ ସିଏମସି ଅଫିସ ଆଗରେ ମଶା ଉପଦ୍ରଵ ନେଇ ଆନ୍ଦୋଳନ କରାଯାଇଛି । କର୍ତ୍ତୃପକ୍ଷ ତୁରନ୍ତ ଯୁଦ୍ଧକାଳୀନ ଭିତ୍ତିରେ ମଶା ନିୟନ୍ତ୍ରଣ ପାଇଁ ପଦକ୍ଷେପ ନନେଲେ ପ୍ରତି ଓ୍ବାର୍ଡରେ ଆନ୍ଦୋଳନ ଆରମ୍ଭ ହେଵ ଵୋଲି ଏସୟୁସିଆଇ ପକ୍ଷରୁ କୁହାଯାଇଛି।