ମହାପ୍ରୟାଣ ଗାଡ଼ିକୁ ନେଇ ମହାଭାରତ, ଜିଲ୍ଲା ମୁଖ୍ୟାଳୟକୁ ଫେରାଇନେବାକୁ ଉଦ୍ୟମବେଳେ ବିରୋଧ କଲେ ବୁଦ୍ଧିଜୀବୀ

Published By : Prameya-News7 Bureau | November 08, 2023 IST

ପାଟଣା: ମହାପ୍ରୟାଣ ଗାଡିକୁ ନେଇ ପାଟଣାରେ ମହାଭାରତ। ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ନିୟୋଜିତ ଥିବା ମହାପ୍ରୟାଣ ଗାଡ଼ିକୁ ବୁଧବାର ସିଡିଏମଓଙ୍କ ନିର୍ଦ୍ଦେଶରେ ଜିଲ୍ଲା ମୁଖ୍ୟାଳୟକୁ ନେଉଥିବା ସମୟରେ ଏହାକୁ ସ୍ଥାନୀୟ ଲୋକେ ତୀବ୍ର ବିରୋଧ କରି ଗାଡ଼ି ସମ୍ମୁଖରେ ଛିଡା ହୋଇ ଗାଡିକୁ ଅଟକ ରଖି ପ୍ରତିବାଦ କରିଥିଲେ l ସ୍ଥାନୀୟ ଲୋକଙ୍କ ବିରୋଧ ପରେ ଉକ୍ତ ଗାଡିକୁ ପୁନର୍ବାର ସ୍ବାସ୍ଥ୍ୟ କେନ୍ଦ୍ରରେ ରଖାଯାଇଛି l

ସୂଚନା ଯୋଗ୍ୟଯେ, ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଜିଲ୍ଲା ଖଣିଜ ପାଣ୍ଠିରୁ ମହାପ୍ରୟାଣ ଗାଡ଼ି ଯୋଗାଇଦିଆଯାଇଥିଲା ଉକ୍ତ ଗାଡ଼ିକୁ କେନ୍ଦୁଝର ମୁଖ୍ୟାଳୟକୁ ନେବା ସମୟରେ ସ୍ଥାନୀୟ ଲୋକେ ଗାଡ଼ି ସମ୍ମୁଖରେ ଛିଡ଼ା ହୋଇ ବିରୋଧ କରିଥିଲେ। ଏ ସମ୍ପର୍କରେ ଜିଲ୍ଲା ମୁଖ୍ୟଚିକିତ୍ସା ଅଧିକାରୀ କିଶୋର ଚନ୍ଦ୍ର ପୃଷ୍ଟି କହିଛନ୍ତି ମୁଖ୍ୟାଳୟରେ ଥିବା ୨ଟି ଗାଡ଼ି ଖରାପ ହୋଇଥିବାରୁ ୪,୫ଦିନ ପାଇଁ ଉକ୍ତ ଗାଡିକୁ ଅଣା ଯାଉଥିବା ସମୟରେ ସ୍ଥାନୀୟ ଲୋକେ ବିରୋଧ କରିଥିଲେ ।

ଆହୁରି ପଢ଼ନ୍ତୁ: ୨୨ରେ ବିଧାନସଭା ସମ୍ମୁଖରେ ବସ୍ ମାଲିକଙ୍କ ଧାରଣା, ଡିସେମ୍ୱର ୧ରୁ ବସ୍ ଧର୍ମଘଟ !

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.