କବିସୂର୍ଯ୍ୟନଗର ପ୍ରାର୍ଥୀଙ୍କୁ ବିରୋଧ କରି କଂଗ୍ରେସ ଭବନରେ କର୍ମୀ ଓ କର୍ମକର୍ତ୍ତାଙ୍କ ଧାରଣା

Published By : Prameya-News7 Bureau | March 20, 2019 IST

ଭୁବନେଶ୍ବର ୨୦|୩: କବିସୂର୍ଯ୍ୟନଗର ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଜୟ ସାହୁଙ୍କୁ କଂଗ୍ରେସ ପ୍ରାର୍ଥୀ କରିଛି । ତେବେ ଏହାକୁ ବିରୋଧ କରି କଂଗ୍ରେସର ଜୋନ୍ ସଭାପତି, ଓ୍ବାର୍ଡ ମେମ୍ବର, ସମିତିସଭ୍ୟ, ଓ ସରପଞ୍ଚମାନେ ଆଜି କଂଗ୍ରେସ ଭବନ ଭିତରେ ଧାରଣାରେ ବସିଛନ୍ତି । ମନୋଜ ସାହୁଙ୍କଠାରୁ ପ୍ରାର୍ଥୀପତ୍ର ପ୍ରତ୍ୟାହାର ପାଇଁ ସମସ୍ତେ ଦାବି କରିଛନ୍ତି ।

{"id":95259}

ଦୀର୍ଘ ୨୦ ବର୍ଷ ଧରି କବିସୂର୍ଯ୍ୟନଗର ଅଞ୍ଚଳରେ କଂଗ୍ରେସ ପାଇଁ କାମ କରୁଥିବା ସୀତାରାମ ପାଣିଗ୍ରାହୀଙ୍କୁ ଟିକଟ ଦେବା ପାଇଁ ଦାବି କରାଯାଇଛି । ଯଦି ବିଜୟ ସାହୁଙ୍କୁ ପ୍ରାର୍ଥୀ କରିବା ନିଷ୍ପତ୍ତି ବଦଳାନଯାଏ ତାହେଲେ ଆନ୍ଦୋଳନ ହେବ ବୋଲି ଧମକ ଦିଆଯାଇଛି । ଯେପର୍ଯ୍ୟନ୍ତ ସୀତାରାମ ପାଣିଗ୍ରାହୀଙ୍କୁ ଟିକଟ ନମିଳିଛି ସେ ପର୍ଯ୍ୟନ୍ତ ଧାରଣା ଓ ଅନଶନ ଜାରି ରହିବ ବୋଲି ଆନ୍ଦୋଳନକାରୀମାନେ କହିଛନ୍ତି । କଂଗ୍ରେସଭବନ ଭିତରେ ଏଭଳି ଧାରଣା ଅଭାବନୀୟ ପରିସ୍ଥିତି ସୃଷ୍ଟି କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.