ତାତିଲେ ଗାଁ ମହିଳା, ଥାନା ଆଗରେ ମଦ ବୋତଲ ଧରି କଲେ ଅଭିଯୋଗ
7/09/2022 at 2:55 PM

ଆନନ୍ଦପୁର ୦୭।୦୯ : ତାତିଲେ ଗାଁ ମହିଳା । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଥାନା ଶରଦାପୁର ଗାଁରୁ ଦେଶୀ ମଦ କାରବାରକୁ ନେଇ ଉତ୍ତେଜନା ଦେଖାଇଛି । ସମସ୍ୟାର ତୁରନ୍ତ ସମାଧାନ କରି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ମହିଳା ।
ଖବର ଅନୁଯାୟୀ, ଗାଁରେ ଦେଶୀ ମଦ କାରବାର ବନ୍ଦ କରିବାକୁ ବାରମ୍ଵାର ଅଭିଯୋଗ ପରେ କେହି ଶୁଣଲେନି। ଦୀର୍ଘଦିନ ହେବ ଗାଁର ଜଣେ ବ୍ୟକ୍ତି ମହୁଲି ମଦ ପ୍ରସ୍ତୁତ କରି ବିକ୍ରି କରୁଛି । ପୋଲିସ ଓ ଅବକାରୀ ବିଭାଗ ଚୁପ୍ ହୋଇ ବସିରହିଛି । ଏପିରିକି କିଛି ଯୁବକ ଦେଶୀ ମଦ ପିଇ ଘରେ ତଥା ଗାଁର ଅରାଜକତା ଚଳାଇଛନ୍ତି । ଏଥିରେ ଅତିଷ୍ଠ ହୋଇ ଗାଁର ମହିଳାମାନେ ଏକାଠି ସଂପୃକ୍ତ ଦୋକାନରୁ ବେଆଇନ୍ ଦେଶୀ ମଦ ଜବତ କରିଥିଲେ । ଜବତ ମଦକୁ ଆଣି ଆନନ୍ଦପୁର ଥାନାରେ ଅଭିଯୋଗ କରିଛନ୍ତି । ତୁରନ୍ତ ସମସ୍ୟାର ସମାଧା କରି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ।