ବଢିଚାଲିଛି ଦେଶୀ ମଦ କାରବାର, ପ୍ରତିବାଦରେ ଅବକାରୀ କାର୍ଯ୍ୟାଳୟ ଘେରିଲେ ଶତାଧିକ ମହିଳା

Published By : Prameya-News7 Bureau | October 25, 2022 IST

ଆନନ୍ଦପୁର ୨୫/୧୦: ଗାଁରେ ଚାଲିଛି ଦେଶୀ ମଦର ଅବାଧ କାରବାର । ମଦ ଯୋଗୁଁ ଘରେ ଘରେ ଲାଗିରହିଛି ଅଶାନ୍ତି । ଏଥିରେ ଅତିଷ୍ଠ ହୋଇ ଆଜି ଅବକାରୀ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଲେ ଶତାଧିକ ମହିଳା ।

ଆନନ୍ଦପୁର ଉପଖଣ୍ଡ ଘଷିପୁରା ଅବକାରୀ ବିଭାଗ ଅଧୀନ କୁମୁଣିଆ ଗାଁରେ ଦେଶୀ ମଦକୁ ନେଇ ତାତିଛନ୍ତି ମହିଳା । ଘରର ପୁରୁଷ ଲୋକ ମାନେ ଗାଁରେ ବିକ୍ରି ହେଉଥିବା ବେଆଇନ୍ ଦେଶୀ ମଦ ପିଇବା ସହିତ ମହିଳାମାନଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ ଓ ମାରପିଟ୍ କରୁଥିବା ଅଭିଯୋଗ କରିଛନ୍ତି ମହିଳା । ମହିଳା ମାନେ ପର ମୂଲ କରି ଯାହା ଦୁଇ ପଇସା ରୋଜଗାର କରୁଛନ୍ତି ତାକୁ ନେଇ ପୁରୁଷ ମାନେ ମଦ ପିଉଛନ୍ତି ।

ଘରର ଛୋଟ ଛୁଆମାନେ ପାଠ ନପଢ଼ି ପଥଭ୍ରଷ୍ଟ ହେଉଛନ୍ତି । ବାରମ୍ଵାର ଘଟଣା କୁ ନେଇ ଥାନା ଓ ଅବକାରୀ କାର୍ଯ୍ୟାଳୟରେ ଅଭିଯୋଗ ହେଉଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ । ଯାହାକୁ ନେଇ ମହିଳାମାନେ ତାତିବା ସହିତ ଅବକାରୀ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.