୩୦ ବର୍ଷ ପରେ ବି ମିଳିନି ହକ୍ : ନା ଚାକିରୀ ନା ଥଇଥାନ, ଶେଷରେ ଆମରଣ ଅନଶନରେ ବିସ୍ଥାପିତ ପରିବାର

Published By : Prameya-News7 Bureau | September 15, 2020 IST

ଝାରସୁଗୁଡା, ୧୫|୯ : ଝାରସୁଗୁଡା ଜିଲ୍ଲାରେ ରହିଥିବା ଏମସିଏଲ କୋଇଲା ଖଣି ପାଇଁ ଜମି ହରାଇଥିବା ପରିବାର ଏବେ ଆମରଣ ଅନଶନରେ ।  ଗୋଟିଏ ପରିବାରର ୮ ଜଣ ସଦସ୍ୟ ନ୍ୟାୟ ପାଇବା ପାଇଁ ମଙ୍ଗଳବାରଠାରୁ ଆରମ୍ଭ କରିଛନ୍ତି ଆମରଣ ଅନଶନ ।

ସୂଚନାନୁସାରେ, ଝାରସୁଗୁଡା ଜିଲ୍ଲା ବନ୍ଧବାହାଲ ନିକଟରେ ୧୯୮୪ ମସିହାରୁ କୋଇଲାଖଣି ପାଇଁ ନିଜର ୩୦ ଏକର ଜମି ଏମସିଏଲକୁ ଦେଇଥିଲେ ଡୋଳାମଣି ସିଂହଦେଓ । ସେତେବେଳେ ତାଙ୍କ ପରିବାରକୁ ୭୬ ହଜାର ଟଙ୍କା କ୍ଷତିପୁରଣ ରାଶି ମିଳିଥିଲା । କିନ୍ତୁ ଜମି ବଦଳରେ ଏମସିଏଲ ପକ୍ଷରୁ ସେମାନଙ୍କୁ ପୁନର୍ବାସ ନିୟମ ଅନୁସାରେ ଥଇଥାନ କରାଯାଇ ନାହିଁ କିମ୍ବା ସେମାନଙ୍କ ପରିବାରର କୌଣସି ସଦସ୍ୟଙ୍କୁ ଚାକିରୀ ମିଳିନାହିଁ । ଫଳରେ ଆର୍ଥିକ ଅନଟନ ଅବସ୍ଥାରେ ଗତି କରୁଥିବା ଡୋଳାମଣିଙ୍କ ପରିବାରର ସଦସ୍ୟ ଚାକିରୀ ପାଇବାକୁ ଦୌଡି ଦୌଡି ନୟାନ୍ତ ହୋଇଛନ୍ତି ।

ଅନ୍ୟ ଉପାୟ ନପାଇ ମଙ୍ଗଳବାରଠାରୁ ଝାରସୁଗୁଡା ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ପରିବାରର ବୟୋଜ୍ୟେଷ୍ଠ ବୃଦ୍ଧା ଓ ଦୁଇ ଜଣ ନାବାଳକ ଓ ନାବାଳିକାଙ୍କ ସହ ସମସ୍ତ ୮ ସଦସ୍ୟ ଆମରଣ ଅନଶନରେ ବସିଛନ୍ତି । ସେମାନେ ନ୍ୟାୟ ପାଇବାକୁ ଆଉ ପଛକୁ ଫେରିବେନି ବୋଲି କହିବା ସହ ମୃତ୍ୟୁ ପର୍ଯ୍ୟନ୍ତ ସଂଗ୍ରାମ ଜାରି ରଖିବେ ବୋଲି କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.