scan steel
web-baneer-728x90
1 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ପ୍ରମୁଖ ଖବର
  • ଉତ୍ତରକାଶୀ ଟନେଲରୁ ବଡ଼ ଖବର ।। ୧୭ ଦିନ ପରେ ଉଦ୍ଧାରରେ ମିଳିଲା ସଫଳତା ।। ସମସ୍ତ ୪୧ ଶ୍ରମିକ ଉଦ୍ଧାର ।। ସୁଡ଼ଙ୍ଗରେ ଶ୍ରମିକଙ୍କ ଉଦ୍ଧାର କାର୍ଯ୍ୟ ଶେଷ ।। ୧୭ ଦିନ ପରେ ସୁଡ଼ଙ୍ଗରୁ ସକୁଶଳ ଉଦ୍ଧାର ହେଲେ ୪୧ ଶ୍ରମିକ ।। ଉଦ୍ଧାର ସମସ୍ତ ୪୧ ଜଣ ଶ୍ରମିକଙ୍କୁ ସେମାନଙ୍କ ପରିବାର ସହ ପଠାଗଲା ହସ୍ପିଟାଲ
  • ||

ପୁରୁଣା ପେନସନ ଦାବି ନେଇ ଶ୍ରମିକ କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ

11/08/2023 at 11:48 AM

ଜଟଣୀ ୧୧।୮: ଖୋର୍ଦ୍ଧାରୋଡ ମଣ୍ଡଳଠାରେ ପୂର୍ବତଟ ରେଳପଥ ଶ୍ରମିକ କଂଗ୍ରେସ ପକ୍ଷରୁ ନୂତନ ପେନସନ ରଦ୍ଦ ଏବଂ ପୁରୁଣା ପେନସନ ଲାଗୁ ସହିତ ୨୦ ଦଫା ସମ୍ବଳିତ ଦାବିକୁ ନେଇ ଶ୍ରମିକ କଂଗ୍ରେସର ରଣହୁଙ୍କାର । ସାଧାରଣ ସମ୍ପାଦକ ରମେଶ ଚନ୍ଦ୍ର ସାହୁଙ୍କ ଡାକରାରେ ଦୁଇ ହଜାରରୁ ଅଧିକ କର୍ମଚାରୀ ମଣ୍ଡଳ ମୁଖ୍ୟ କାର୍ଯ୍ୟାଳୟ ଆଗରେ ରଣ ହୁଙ୍କାର ଦେଇଥିଲେ ।

ଖୋର୍ଦ୍ଧାରୋଡ଼ ଶ୍ରମିକ କଂଗ୍ରେସର ସମସ୍ତ ଶାଖାରୁ ହଜାର ହଜାର କର୍ମଚାରୀ ପୁରୁଣା ପେନସନ ଦାବିରେ ଏକ ବିରାଟ ପଟୁଆର ସୀତାରାମ ଛକରୁ ବାହାରି ରେଳ ଷ୍ଟେସନ ଦେଇ ମଣ୍ଡଳର ମୁଖ୍ୟ କାର୍ଯ୍ୟାଳୟ ଠାରେ ପହଞ୍ଚିଥିଲା । ସେଠାରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ପେନସନ ଜଣେ କର୍ମଚାରୀର ମୌଳିକ ଅଧିକାର । ଯଦି ଜଣେ ରାଜନେତା ଯେତେ ଥର ଏମପି, ଏମଏଲଏ ହେଲା ପରେ ପେନସନ ପାଉଛନ୍ତି ତାହାଲେ ଜଣେ କର୍ମଚାରୀ ୩୦/୪୦ ବର୍ଷ ସେବା ଦେଲା ପରେ କାହିଁକି ପେନସନ ପାଇବନି ବୋଲି କହିଥିଲେ ।

ପରିଣତ ବୟସରେ ପେନସନ ତାର ଅଧିକାର, ତେଣୁ ନୂତନ ପେନସନକୁ ବାତିଲ କରି ଯଥାଶୀଘ୍ର ପୁରୁଣା ପେନସନ ଲାଗୁ କରିବାକୁ ସାଧାରଣ ସମ୍ପାଦକ ରମେଶ ଚନ୍ଦ୍ର ସାହୁ ଦାବି କରିଥିଲେ । ସାରା ଭାରତବର୍ଷରେ ଦେଶର ସମସ୍ତ ମଣ୍ଡଳ ମୁଖ୍ୟ କାର୍ଯ୍ୟାଳୟ, ୱର୍କସପ, ମେଟ୍ରୋ, ଜୋନାଲ ମୁଖ୍ୟ କାର୍ଯ୍ୟାଳୟ ଠାରେ ଏନ୍ଏଫ୍ଆଇଆର୍ ସାଧାରଣ ସମ୍ପାଦକ ଡ଼ଃ ଏମ୍ ରାଘବେୟାଙ୍କ ଡାକରାରେ ଆନ୍ଦୋଳନ ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏହାକୁ ନିର୍ବାଚନ ପୂର୍ବରୁ ଶେଷ ଲଢେଇ ବୋଲି ଶାଖା ସମ୍ପାଦକ ଏଲ.ଡି. ମହାନ୍ତି । ପୁରୁଣା ପେନସନ ଦାବି ସହିତ ପ୍ରମୁଖ ୨୦ ଗୋଟି ଦାବି ସମ୍ବଳିତ ଏକ ଦାବିପତ୍ର ମଣ୍ଡଳ ପ୍ରବନ୍ଧକ ହରବିନ୍ଦ୍ର ସିଂ ବାଜୁଆଙ୍କୁ ପ୍ରଦାନ କରିଥିଲେ ।

You Can Read :

   Related Posts