Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତରେ ଭିଏଲସି ମିଡିଆ ପ୍ଲେୟାର ବ୍ୟାନ୍, ଓ୍ୱେବସାଇଟରେ ଆସୁଛି ଆଇଟି ଆକ୍ଟ ମେସେଜ୍
  • ||
  • ୨୪ ଘଣ୍ଟାରେ ଘନୀଭୂତ ହେବ ଲଘୁଚାପ, ପ୍ରଭାବରେ ଦୁଇଦିନ ପ୍ରବଳ ବର୍ଷିବ
  • ||
  • ରେଳ ଧାରଣାରୁ ମିଳିଲା ମନ୍ତ୍ରୀଙ୍କ ଭଣଜାଙ୍କ ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ଦେଶରେ ଉପରତଳ କରୋନା ଗ୍ରାଫ୍, ୨୪ ଘଣ୍ଟାରେ ବାହାରିଲେ ୧୫୮୧୫ କରୋନା ପଜିଟିଭ୍
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୦୩ କୋଭିଡ୍ ପଜିଟିଭ୍
  • ||
  • କନ୍ନଡ ଗାୟକ ଶିବମୋଗା ସୁବାନାଙ୍କ ଦେହାନ୍ତ, ୮୩ ବର୍ଷ ବୟସରେ ହୃଦଘାତରେ ପରଲୋକ
  • ||
  • ଲଘୁଚାପ ସକ୍ରିୟ : ଦୁଇ ଦିନ ଯାଏଁ ପ୍ରବଳ ବର୍ଷା, ଫୁଲୁଛି ବିଭିନ୍ନ ନଦୀ
  • ||

ୟୁଏମଏସଏଲ କମ୍ପାନୀ ବିରୋଧରେ ତାତିଲେ ଚାଷୀ, ଜମିର ଉଚିତ ଦାମ୍ ସହ ବେକାର ଯୁବକ-ଯୁବତୀଙ୍କୁ ନିଯୁକ୍ତି ଦାବି

24/12/2020 at 3:31 PM

ଚଣ୍ଡିଖୋଲ, ୨୪।୧୨:  କମ୍ପାନୀ ପ୍ରତିଷ୍ଠା ପୂର୍ବରୁ ମିଠା ମିଠା କଥା କହି ବଡଚଣା ଓ ବନ୍ଦାଳୋ ରାଜସ୍ୱ ସର୍କଲ ଅଧିନରେ ଥିବା ବିଭିନ୍ନ ଗ୍ରାମର ଜମି ହାତେଇଥିଲା ୟୁଏମଏସଏଳ ।  କଣାଷ,କଢାଇ, ଇମାତନଗରର ଚାଷୀଙ୍କ ଭାବନା ସହିତ ଛଳନା କରି ଶାଗ ମାଛ ଦରରେ ଚାଷୀଙ୍କ ଠାରୁ ଜମି ହାତେଇ ସାରି ପାଚେରୀ ନିର୍ମାଣ କରୁଛି ଘରୋଇ କମ୍ପାନୀ ୟୁ ଏମ.ଏସ୍.ଏଲ୍। ଏହାକୁ ସ୍ଥାନୀୟ କୃଷକମାନେ ପ୍ରତିବାଦ କରିଛନ୍ତି ।

ଚାଷୀମାନେ ଗୁରୁବାର ଚଣ୍ଡିଖୋଲ ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ କମ୍ପାନୀ ବିରୋଧରେ ଅଭିଯୋଗ ଆଣିଛନ୍ତି।କମ୍ପାନୀର ମନମାନୀକୁ ବିରୋଧ କରି ସ୍ଥାନୀୟ ଚାଷୀମାନେ ଯାଜପୁର ଜିଲ୍ଲାପାଳଙ୍କୁ ଅଭିଯୋଗ କରିଛନ୍ତି।ଏଥିସହିତ ଆଖପାଖ ଅଞ୍ଚଳର ସମସ୍ତ ଯୁବକ ଯୁବତୀଙ୍କୁ ଚାକିରୀ, ଗ୍ରାମ୍ୟ ବିକାଶ ମୂଳକ କାର୍ଯ୍ୟ ସହିତ ଡ୍ରେନେଜ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ସେମାନେ ଦାବି କରିଛନ୍ତି।

ଏଥି ସହିତ କମ୍ପାନୀ ଚାଷୀଙ୍କ ଜମିର ଉଚିତ ପାଉଣା ପ୍ରଦାନ ପାଇଁ ଆଜିର ସାମ୍ବାଦିକ ସମ୍ମିଳନୀରେ କ୍ଷତିଗ୍ରସ୍ତ ଚାଷୀମାନେ ଦାବି କରିଛନ୍ତି।

   Related Posts