କପିଲାଭଟା ପଞ୍ଚାୟତରୁ ସମ୍ପୂର୍ଣ୍ଣ ମଦ ମୁକ୍ତ ନେଇ ଆନ୍ଦୋଳନ

Published By : Prameya-News7 Bureau | January 05, 2020 IST

କଣ୍ଟାବାଞ୍ଝି ୦୫।୦୧:  ମଦଭାଟି ବନ୍ଦ କରିବା ଦାବିରେ ବିଭିନ୍ନ ସଂଗଠନ ପକ୍ଷରୁ ଆନ୍ଦୋଳନ। ବଙ୍ଗୋମୁଣ୍ଡା ବ୍ଲକ କପିଲାଭଟା ପଂଚାୟତକୁ ସଂପୂର୍ଣ୍ଣ ମଦ ମୁକ୍ତ କରିବା ପାଇଁ ଆନ୍ଦୋଳନ । ପଞ୍ଚାୟତର ବିଭିନ୍ନ ଗାଁରେ ଅସାମାଜିକ ବ୍ୟକ୍ତି ମାନେ ଜନନଗହଳି  ପୂର୍ଣ୍ଣ ସ୍ଥାନରେ ରେ ଦିନ ଓ ରାତିରେ ବେଆଇନ ଭାବେ ଖୋଲାଖୋଲି  ଭାବେ  ମଦ ବିକ୍ରି କରି ଚାଲିଛି । ଯାହାଦ୍ୱାରା ସମ୍ପୂର୍ଣ୍ଣ ଭାବେ ଗ୍ରାମ ର ଶାନ୍ତି ଭଗ୍ନ ହେବାରେ ଲାଗିଛି । ସ୍ତ୍ରୀ,ପୁଅ ଓ ଝିଅ ମାନେ ଖାଇବାକୁ ନପାଉଥିବା ବେଳେ ଏପଟେ ସ୍ବାମୀମାନେ ମଦ ପିଉଛନ୍ତି ।

{"id":207236,"sizeSlug":"large"}

ଯାହାଫଳରେ  ପରିବାରରେ ପ୍ରତିଦିନ କନ୍ଦଳ ଲାଗୁଛି । ଯାହାର ପ୍ରଭାବ ଛୋଟ ଛୋଟ ପୁଅ ଓ ଝିଅ ମାନଙ୍କ ଉପରେ ପଡୁଛି । ତେଣୁ ଗ୍ରାମବାସୀ ଓ ବିଭିନ୍ନ ସଂଗଠନ ର କର୍ମକର୍ତାମାନେ ପ୍ରଥମେ କପିଲାଭଟା ପଂଚାୟତ ର ରାଜୀବ ଗାନ୍ଧୀ ସେବା କେନ୍ଦ୍ର ଠାରେ ଏକ ବୈଠକ କରାଯାଇ ଗାଁ ପରିକ୍ରମା କରି  ବେପାରୀ ମାନଙ୍କୁ ମଦ ବିକ୍ରି ବନ୍ଦ ପାଇଁ ତାଗିତ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.