oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୬୭ କୋଭିଡ୍ ପଜିଟିଭ୍
  • ||
  • ନବରାତ୍ରର ଦ୍ନିତୀୟ ଦିନ, ବ୍ରହ୍ମଚାରିଣୀ ରୂପେ ଦର୍ଶନ ଦେଉଛନ୍ତି ମାଆ ଜଗଦମ୍ୱା
  • ||
  • ରାଉରକେଲା : ବରିଷ୍ଠ ଆଇନଜୀବୀ ରମେଶ ବଳଙ୍କ ଆତ୍ମହତ୍ୟା, ଶ୍ୱଶୁର ଘରୁ ମିଳିଲା ଝୁଲନ୍ତା ମୃତଦେହ
  • ||
  • ଭୁବନେଶ୍ୱର : ଆସୁଛି ଆଉ ଏକ ଲଘୁଚାପ, ବର୍ଷାରେ ଭିଜିବ ଦଶହରା
  • ||

କାଉନସିଲ ପରୀକ୍ଷା ବାତିଲ ଦାବି, ପୂର୍ବ ପରୀକ୍ଷା ଫଳକୁ ଆଧାର କରି ମାର୍କ ଦେବାକୁ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଲେ ଛାତ୍ରଛାତ୍ରୀ

27/01/2022 at 6:11 PM

ଭଦ୍ରକ, ୨୭/୦୧: ଭଦ୍ରକ ଜିଲ୍ଲା ଛାତ୍ର ସଂଗଠନ ପକ୍ଷରୁ ଦ୍ୱାଦଶ ଶ୍ରେଣୀ କାଉନସିଲ ପରୀକ୍ଷା ବାତିଲ କରିବା ପାଇଁ ଭଦ୍ରକ ଜିଲ୍ଲାପାଳଙ୍କୁ ଦାବୀ ପତ୍ର ପ୍ରଦାନ କରାଯାଇଛି । ସୂଚନାଯୋଗ୍ୟ ଯେ କରୋନା ମହାମାରୀ ପରିସ୍ଥିତିରେ ପିଲାମାନଙ୍କ ଶିକ୍ଷା ଓ ସ୍ୱାସ୍ଥ୍ୟ ଅବସ୍ଥାକୁ ଗୁରୁତ୍ୱ ଦେଇ ପରୀକ୍ଷାଟିକୁ ବାତିଲ କରିବେ ନିମନ୍ତେ ଜିଲ୍ଲା ଛାତ୍ର ସଂଗଠନମାନଙ୍କ ପକ୍ଷରୁ ଛାତ୍ରଛାତ୍ରୀ ଭଦ୍ରକ କଲେଜରୁ ଶୋଭାଯାତ୍ରରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟଳୟରେ ପହଞ୍ଚି ଦାବୀପତ୍ର ପ୍ରଦାନ କରିଛନ୍ତି ।

ଛାତ୍ରଛାତ୍ରୀଙ୍କ ମୁଖ୍ୟ ଦାବୀ ହେଉଛି ଗଣଶିକ୍ଷା ମନ୍ତ୍ରୀ ଯେଉଁ ପରୀକ୍ଷା କରିବା ନେଇ ମନ୍ତବ୍ୟ ରଖିଛନ୍ତି ତାହା ପିଲାମାନଙ୍କ ଭବିଷ୍ୟତ ପାଇଁ କଲ୍ୟାଣକାରୀ ମନେ ହେଉନାହିଁ ବୋଲି ସେମାନେ କହିଛନ୍ତି ।  ଗୋଟିଏ ପଟେ ମହାମାରୀ ଯେଉଁ ଉଗ୍ରରୂପ ଧାରଣ କରୁଛି ତା ମଧ୍ୟରେ ପିଲାମାନେ ଶ୍ରେଣୀ ଗୃହ ମଧ୍ୟରେ ବସି କେମିତି ପରୀକ୍ଷା ଦେବେ ବୋଲି ପ୍ରଶ୍ନ କରିଛନ୍ତି । ତେଵେ ସ୍ୱାସ୍ଥ୍ୟବସ୍ଥାକୁ ଗୁରୁତ୍ୱ ଦେଇ ପରୀକ୍ଷାଟିକୁ ବାତିଲ କରାଯାଉ ଓ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ପ୍ରତ୍ୟେକ ବିଷୟରେ ହୋଇଥିବା ୬୦ ମାର୍କର ୩ଟି କ୍ଵାଟରଲି ପରୀକ୍ଷାକୁ ଆଧାର କରି ଫଳାଫଳ ବାହାର କରାଯାଉ ବୋଲି ଜିଲ୍ଲାପାଳଙ୍କୁ ଅନୁରୋଧ କରିଛନ୍ତି ଜିଲ୍ଲା ଛାତ୍ର ସଂଗଠନ ।

   Related Posts