ନେପାଳରେ ଚୀନ୍‌ର ମନମୁଖି କାର୍ଯ୍ୟ ବିରୋଧରେ ତାତିଲେ ଜନତା, ବେଆଇନ ନିର୍ମାଣକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ

Published By : Prameya-News7 Bureau | September 23, 2020 IST

କାଠମାଣ୍ଡୁ, ୨୩ ।୦୯:  ଚୀନ୍ ବିଭିନ୍ନ ଷଡଯନ୍ତ୍ର କରି ନେପାଳର ଅନେକ ଅଞ୍ଚଳକୁ କବଜା କରିବାକୁ ବସିଲାଣି । ନେପାଳ ସରକାର ଏହା ଦେଖି ମଧ୍ୟ ଚୁପ୍ ରହୁଛନ୍ତି । କୌଣସି ପ୍ରତିକ୍ରିୟା କିମ୍ବା ବିରୋଧ କରୁନାହାଁନ୍ତି । ତେବେ ଚୀନ୍‌ର ଏପରି ମନମୁଖୀ କାର୍ଯ୍ୟ ବିରୋଧରେ କାଠମାଣ୍ଡୁରେ ରାସ୍ତାକୁ ଓହ୍ଲାଇଛନ୍ତି ସାଧାରଣ ଲୋକେ । ଏହାସହ ଚୀନ ବିରୋଧରେ ନାରାବାଜି କରିଛନ୍ତି ।

ନେପାଳର ସାଧାରଣ ଜନତା  କାଠମାଣ୍ଡୁରେ ଥିବା ଚୀନ୍ ଦୂତାବାସ ଆଗରେ ବିରୋଧ ପ୍ରଦର୍ଶନ କରିଛନ୍ତି । ସୂଚନାଯୋଗ୍ୟ, ଚୀନ ନେପାଳର ହୁମଲା ଜିଲ୍ଲାରେ ବେଆଇନ ନିର୍ମାଣ କରୁଛି । ଏପରିକି ସୈନିକ ଭବନ ମଧ୍ୟ ତିଆରି କରୁଛି । ଏପରିକି ନେପାଳ ନାଗରିକଙ୍କ ପ୍ରବେଶ ଉପରେ ମଧ୍ୟ ରୋକ୍ ଲଗାଇଛି ।

ଏହି ଖବର ସାମ୍ନାକୁ ଆସିବା ପରେ ଲୋକଦେଖାଣିଆ ଭାବେ ନେପାଳ ସରକାର କିଛି କର୍ମଚାରୀଙ୍କୁ ସେଠାକୁ ପଠାଇଥିଲେ । ସେମାନେ ମଧ୍ୟ ଚୀନର ବେଆଇନ୍ ନିର୍ମାଣ କଥା ସରକାରଙ୍କୁ ଜଣାଇଥିଲେ ।

ତେବେ ଚୀନ୍ ଦାବି କରୁଛି ଯେ, ଯେଉଁ ସ୍ଥାନରେ ନିର୍ମାଣ କାର୍ଯ୍ୟ ଚାଲିଛି ତାହା ନିଜସ୍ୱ ଅଞ୍ଚଳ । କିନ୍ତୁ ସ୍ଥାନୀୟ ପ୍ରଶାସନ ଏହାକୁ ନେପାଳ ଅଞ୍ଚଳ ବୋଲି କହିଛି । ନେପାଳର କିଛି ଅଧିକାରୀ ସେହି ବେଆଇନ ନିର୍ମାଣସ୍ଥଳୀରେ ପହଁଚିବା ସହ ବନ୍ଦ କରିବାକୁ କହିଥିଲେ । କିନ୍ତୁ ଚୀନ୍ ସୈନ୍ୟ ଅଧିକାରୀ ଏହାକୁ ମାନି ନଥିଲେ । ଓଲଟା ନାଲିଆଖି ଦେଖାଇଥିଲେ । ଏପରିକି ନେପାଳରେ ଅବସ୍ଥାପିତ ଚୀନ ଦୂତାବାସ ମଧ୍ୟ ବେଆଇନ ନିର୍ମାଣକୁ ଖଣ୍ଡନ କରିଥିଲା ।

କିନ୍ତୁ ଚୀନର ବୟାନ ପରେ ନେପାଳୀ ଅସନ୍ତୁଷ୍ଟ ହୋଇ ପଡିଛନ୍ତି । ସେମାନେ ଚୀନର ଏପରି କାର୍ଯ୍ୟକଳାପକୁ କଡା ବିରୋଧ କରିବା ସହ ବିକ୍ଷୋଭ ପ୍ରଦର୍ଶନ ମଧ୍ୟ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.