ହାର୍ଟ ଆଟାକ୍ରୁ କିପରି ବଞ୍ଚିବେ? ଜାଣନ୍ତୁ
12/08/2018 at 9:38 AM

ଭୁବନେଶ୍ୱର ୨୨/୧୦ : ଆଜିକାଲି ଅଧିକାଂଶ ଲୋକ ହାର୍ଟ ଆଟାକର ଶିକାର ହେଉଛନ୍ତି। ଆଧୁନିକ ଯୁଗର ଅନିୟମିତ ଜୀବନଶୈଳୀ, ଭିନ୍ନଭିନ୍ନ ପ୍ରକାରର ଖାଦ୍ୟ ପଦାର୍ଥର ସେବନ,କମ୍ ଶାରିରୀକ ଶ୍ରମ ଏବଂ ମାନସିକ ଚିନ୍ତା ଆଦି ହୃଦଘାତର ମୁଖ୍ୟ କାରଣ ପାଲଟିଛି। ବର୍ତ୍ତମାନ ହୃଦଘାତରୁ ମୁକ୍ତି ପାଇବା ପାଇଁ ଆଧୁନିକ ଉପାୟରେ ବାଇପାସ୍ ସର୍ଜରୀ କରାଯାଉଛି। କିନ୍ତୁ ଜଣେ ସାଧାରଣ ବ୍ୟକ୍ତିପକ୍ଷେ ଏହି ଚିକିତ୍ସା କରିବା ସମ୍ଭବପର ନୁହେଁ। ତେବେ ଅନେକ ଲୋକ ଜାଣି ନାହାନ୍ତି ଯେ, ହୃଦଘାତର ଘରୋଇ ଉପଚାର ମଧ୍ୟ ରହିଛି। ଆସନ୍ତୁ ଜାଣିବା ଲାଉକୁ ପ୍ରୟୋଗ କରି କିପରି ପାଇବା ହୃଦଘାତରୁ ଉପଶମ…..
*ଲାଉ ରସରେ ୪-୬ଟି ପୋଦିନା ପତ୍ର ବା ୮ଟି ତୁଳସୀ ପତ୍ର ପକାଇ ବାଟି ସେଥିରେ କିଛି ପରିମାଣର ପାଣି ମିଶାଇବା ପରେ
୧ଗ୍ରାମ ସୈନ୍ଧବ ଲୁଣ ଏବଂ ୪ଟି ଗୋଲମରିଚ ମିଶାଇ ଖାଇବାର ଅଧ ଘଣ୍ଟା ପରେ ନେଲେ ହୃଦଘାତରୁ ଉପଶମ ମିଳିଥାଏ।
*ଏହି ଉପରୋକ୍ତ ରସକୁ ଅତିକମ୍ ରେ ୩ ମାସ ସେବନ କରିବା ଉଚିତ୍।
*ଏହି ଉପଚାର ସେବନ କରିବା ସମୟରେ ଖଟା ଫଳମୂଳ ଖାଇବା ଅନୁଚିତ୍।