ଚିଲିକା ବଞ୍ଚାଅ , ପ୍ଳାଷ୍ଟିକ ହଟାଅ ଧ୍ବନିରେ ମୁଖରିତ ଚିଲିକା

Published By : Prameya-News7 Bureau | August 16, 2018 IST

ଖୋର୍ଦ୍ଧା୧୬/୮: ଚିଲିକା ବଞ୍ଚାଅ , ପ୍ଳାଷ୍ଟିକ ହଟାଅ ଧୁନ ରେ ଫାଟି ପଡୁଛି ଚିଲିକା ଉପକୂଳବର୍ତି ଗାଁ । ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ସୋରଣ ଗ୍ରାମର କଳିଙ୍ଗ କନ୍ୟା ପାଇକ ଆଖଡା ପକ୍ଷରୁ ଚିଲିକା ବଞ୍ଚାଅ , ପ୍ଳାଷ୍ଟିକ ହଟାଅ ସ୍ଲୋଗାନ ଦେଇ ଗ୍ରାମ ପରିକ୍ରମା କରି ଜନସଚେତନତା ସୃଷ୍ଟି କରିଥିଲେ । କଳିଙ୍ଗ କନ୍ୟା ପାଇକ ଆଖଡା ସଦସ୍ୟାମାନେ ଏକ ଭିନ୍ନ ଢଙ୍ଗରେ ଅର୍ଥାତ ଜାତୀୟ ପତାକା କୁ ଧରି ଗାଁ ପରିକ୍ରମା ସହ ପ୍ଳାଷ୍ଟିକ ହଟାଅ , ଚିଲିକା ବଞ୍ଚାଅ , ପରିବେଶ ସୁରକ୍ଷା ଉପରେ ବିଭିନ୍ନ ସ୍ଲୋଗାନ ଦେଇ ଲୋକମାନଙ୍କ ମଧ୍ୟରେ ଜନସଚେତନତା ସୃଷ୍ଟି କରିଥିଲେ । କଳିଙ୍ଗ କନ୍ୟା ପାଇକ ଆଖଡା ସଦସ୍ୟମାନଙ୍କ ଏଭଳି ପ୍ରୟାସ କୁ ସାଧାରଣରେ ଧନ୍ୟବାଦ ଦିଆଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.