ମସାଜ୍ ନାଁରେ ଦେହ ବ୍ୟବସାୟ ; ସ୍ପା ସେଣ୍ଟର,ପାର୍ଲରେ ଚାଲିଛି ଏମିତି କାରବାର, ଆଜି ଧରାହେଲେ ୬ଜଣ ଯୁବତୀ ସମେତ ଗରାଖ

Published By : Prameya-News7 Bureau | January 19, 2019 IST

ମୁରାଦାବାଦ ୧୯/୧-  ଆଜିକାଲି ଦେହ ବ୍ୟବସାୟର ତରିକା ବଦଳିଗଲାଣି । ବିଭିନ୍ନ ଉପାୟରେ ଚାଲିଛି ଏହି ଦେହ ବ୍ୟବସାୟ । ଅନଲାଇନ୍ ଠାରୁ ଆରମ୍ଭ କରି ପୁଣି ମେସେଜ ସେଣ୍ଟର ଯାଏଁ ଲମ୍ବିଛି ଦେହ ବ୍ୟବସାୟର ଚେର ।

{"id":75891}

ସବୁଠୁ ସହଜ ଓ ସୁବିଧାଜନକ ବାଟ ହେଲା ମେସେଜ ସେଣ୍ଟର । ଏହି ସବୁ ଜାଗାମାନଙ୍କରେ ମେସେଜ ନାଁରେ ଆସୁଥବା ଗରାଖ କେବଳ ଯୌନ ସଂପର୍କ ରଖିବାକୁ ଆସିଥାନ୍ତି । ଏହି ବ୍ୟବସାୟ ସହ ସଂପୃକ୍ତଥିବା ବ୍ୟବସାୟୀ ସଂସ୍ଥା ବା ଗରାଖ ଉଭୟ ଉଭୟଙ୍କୁ  ଚିହ୍ନିଥାନ୍ତି । ହେଲେ ସାବଧାନ ଥାଆନ୍ତୁ ଯଦି କେବେ ମେସେଜ କରିବାକୁ ଯାଉଛନ୍ତି, ତା ହେଲେ ଏହିସବୁ କାମପ୍ରତି ସଂପୃକ୍ତ ଥିବା ସଂସ୍ଥାକୁ ଦେଖିଚାହିଁ ଯାଆନ୍ତୁ । ନ ହେଲେ ଅଧିକ ବଦନାମ ହେବାକୁ ପଡ଼ିବ ।

{"id":75892}

ମୁରାଦାବାଦ ପୋଲିସକୁ ମିଲିଛି ଗୋଟେ ବଡ଼ ସଫଳତା । ଅନେକଦିନ ହେଲା ଦେହ ବ୍ୟବସାୟ ଚାଲୁଥିବା ଖବର ଥିଲେ ବି କୌଣସି ପ୍ରମାଣ ହସ୍ତଗତ ହୋଇ ନଥିଲା ପୋଲିସ ହାତରେ । କିନ୍ତୁ ଶେଷରେ ପୋଲିସ ହାତରେ ପ୍ରମାଣ ଲାଗିବା ପରେ ସବୁ ଖୁଲାସା ହୋଇଯାଇଛି ।

ମୁରାଦାବାରେ ଥିବା ବ୍ଲଜମ ନାମକ ସ୍ପା ସେଣ୍ଟରରେ ଚାଲୁଥିଲା ଏହି ଦେହ ବ୍ୟବସାୟ । ରାକେଶ ଚୌଧୁରୀ ଓ ମହେଶ ଶର୍ମା ଏହି ବ୍ୟବସାୟରେ ଲିପ୍ତଥିବା ନେଇ ପୋଲିସ ସେମାନଙ୍କୁ ଗିରଫ କରିଛି ।

ବ୍ଲଜମ ନାମକ ଚାଲିଥିବା ଏହି ସ୍ପା ସେଣ୍ଟର ଉପରତାଲାରେ ଥିଲା । ତଳେ ମହିଳାମାନଙ୍କ ପାଇଁ ଲୁଗା ଦୋକାନ ଥିବାରୁ ଅନେକ ମହିଳା ଯିବାଆସିବା କରୁଥିବାରୁ କେହି ସନ୍ଦେହ କରୁ ନଥିଲେ । ଏହି ମୌକାରେ ସେଠାରେ ଦେହ ବ୍ୟବସାୟ ଚାଲିଥିବା କଥା ପୋଲିସ ଅଧିକାରୀ କହିଛନ୍ତି ।

ଏହି ବ୍ଲଜମ ସ୍ପାରୁ ୬ ଜଣ ଯୁବତୀଙ୍କୁ ଉଦ୍ଧାର କରିବା ସହ ମାଲିକ ଓ ମେନେଜର ସମେତ ୯ ଜଣଙ୍କୁ ଗିରଫ କରିଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.