ଭୁବନେଶ୍ବର, ୨୮/୧୨: ନୂଆ ପଦ୍ଧତିରେ ପ୍ରୋଷ୍ଟେଟ୍ କ୍ୟାନ୍ସରର ହେଲା ସଫଳ ଚିକିତ୍ସା। ପ୍ରୋଷ୍ଟେଟ୍ କ୍ୟାନ୍ସର ରୋଗୀଙ୍କୁ ସମ୍ ଅଲ୍ଟିମେଟ ଏହି ନୂତନ ପଦ୍ଧତିରେ ଯୋଗାଇଛି ଚିକିତ୍ସା । ସମ୍ ଆଲ୍ଟିମେଟରେ ପ୍ରୋଷ୍ଟେଟ୍ ଆଟରୀ ଏମ୍ବୋଲାଇଜେଶନ ଚିକିତ୍ସା ପଦ୍ଧତିରେ ସୁସ୍ଥ ହେଲେ ପୁରୀର ୭୩ ବର୍ଷୀୟ ପୂର୍ଣ୍ଣଚନ୍ଦ୍ର ପଥାଲ। ଏହି ନୂଆ ପଦ୍ଧତିରେ ଏଣିକି ବିନା ଅସ୍ତ୍ରୋପଚାରରେ ଚିକିତ୍ସିତ ହେବେ ପ୍ରୋଷ୍ଟେଟ୍ କ୍ୟାନ୍ସର ରୋଗୀ।
ଯେଉଁ ରୋଗୀଙ୍କ କ୍ଷେତ୍ରରେ ପରିସ୍ରା ଦ୍ଵାରରେ ଅତ୍ୟଧିକ ରକ୍ତସ୍ରାବ ସ୍ଥିତି ଦେଖାଯାଏ ସେଠାରେ ଏହି ପଦ୍ଧତି ବେଶ୍ ସହାୟକ ହେବ । ବିନା ଅସ୍ତ୍ରୋପାରରେ କେବଳ ଜଙ୍ଘ ମାଧ୍ୟମରେ ଏକ କ୍ଷୁଦ୍ର କଣା କରି ଏହି ଚିକିତ୍ସା ସମ୍ଭବ ପର ହୋଇପାରେ । ଏଥିସହ ବୟସ୍କ, ଉଚ୍ଚ ରକ୍ତଚାପ ବ୍ୟକ୍ତି, ହୃଦ୍ ରୋଗୀଙ୍କ ପାଇଁ ମଧ୍ୟ ଏହି ଚିକିତ୍ସା ଅତି ସହଜରେ ହୋଇପାରିବ ।
ଓଡ଼ିଶାରେ ଏହି ନୂତନ ପଦ୍ଧତି ପୂର୍ବରୁ ଏମ୍ସରେ ଆପଣାଯାଇଥିବା ବେଳେ ଦ୍ୱିତୀୟ ହସ୍ପିଟାଲ ଭାବରେ ପାଇଁ ସମ୍ ତଥା ସମ୍ ଅଲ୍ଟିମେଟରେ ଏହି ସୁବିଧା ଏବେ ଉପଲବ୍ଧ ହୋଇଛି । ଭୁବନେଶ୍ବର ସମ୍ ଅଲ୍ଟିମେଟ୍ରେ ଏହି ଚିକିତ୍ସା ପଦ୍ଧତି ପ୍ରଥମ ଥର ସଫଳ ହୋଇଥିବା ବେଳେ ସମ୍ ଓ ସମ୍ ଅଲ୍ଟିମେଟକୁ ଧନ୍ୟବାଦ୍ ଦେଇଛନ୍ତି ରୋଗୀ ।