ଏକାଦଶ ଓ ଦ୍ୱାଦଶ ଶ୍ରେଣୀ ପାଇଁ ଲାଗୁ ହେବ ଇଣ୍ଟରନାଲ ବ୍ୟବସ୍ଥା, ସରକାରଙ୍କୁ ଦିଆଗଲା ପ୍ରସ୍ତାବ

Published By : Prameya-News7 Bureau | August 26, 2021 IST

ଭୁବନେଶ୍ୱର, ୨୬/୦୮: ଏକାଦଶ ଓ ଦ୍ୱାଦଶ ଶ୍ରେଣୀ ପାଇଁ ଇଣ୍ଟରନାଲ ବ୍ୟବସ୍ଥା ଲାଗୁ ହେବ । ଏକାଦଶ ଶ୍ରେଣୀରେ ୩ଟି ଇଣ୍ଟରନାଲ ପରୀକ୍ଷା ହେବ ଓ ଗୋଟିଏ ବାର୍ଷିକ ପରୀକ୍ଷା ହେବ । ଏହି ପରୀକ୍ଷାକୁ କଲେଜ ପରିଚାଳନା କରିବ । ସେହିଭଳି ଦ୍ଵିତୀୟ ବର୍ଷ ପାଇଁ ମଧ୍ୟ ୩ଟି ଇଣ୍ଟରନାଲ ହେବ । ହେଲେ ଫାଇନାଲ ପରୀକ୍ଷାକୁ କାଉନ୍ସିଲ ପରିଚାଳନା କରିବ ।

ଏନେଇ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି । ପ୍ରଥମ ଇଣ୍ଟରନାଲରେ ପଡିଥିବା ପ୍ରଶ୍ନ ଦ୍ଵିତୀୟ ଇଣ୍ଟରନାଲରେ ପଡ଼ିବ ନାହିଁ । ଗତବର୍ଷ ଭଳି ଏବର୍ଷ ମଧ୍ୟ ୩୦ ପ୍ରତିଶତ ସିଲାବସ୍‌ ହ୍ରାସ କରାଯିବ କି ନାହିଁ ସେ ନେଇ ସରକାର ନିଷ୍ପତି ନେବେ । ଦ୍ଵିତୀୟ କ୍ୱାଟର ଇଣ୍ଟରନାଲରେ ପଢିଥିବା ପ୍ରଶ୍ନ ତୃତୀୟରେ ପଡିବ ନାହିଁ । ପିଲାଙ୍କ ବୋଝ କମେଇବା ପାଇଁ ଏହା କରାଯାଇଛି । ନିରନ୍ତର ମୂଲ୍ୟାୟନ ପଦ୍ଧତି ମାଧ୍ୟମରେ ପରୀକ୍ଷା ହେବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.