ଏଥର ରାଜ୍ୟର ବିବାହ ଭୋଜି ଓ ଉତ୍ସବରେ ମିଳିବ ମଦ-ଖୋଲିବ ଅସ୍ଥାୟୀ ମଦ କାଉଣ୍ଟର !

Published By : Prameya-News7 Bureau | November 13, 2019 IST

ଭୁବନେଶ୍ୱର ୧୩।୧୧ - ଅବକାରୀ କ୍ଷେତ୍ରରୁ ଅଧିକ ଟିକସ ନେବାକୁ ସରକାର ବାଟ ଫିଟାଇଛନ୍ତି। କିପରି ଓ କେଉଁ ବାଟରେ ରାଜସ୍ବ ବୃଦ୍ଧି କରାଯିବ ସେନେଇ ଯେମିତି ପୁରା କଳ ଲାଗିପଡିଛି। ଗୋଟିଏ ସପ୍ତାହରେ ଦୁଇ ଦୁଇଟି ଚିଠି ହିଁ ଏହା ପ୍ରମାଣିତ କରୁଛି।

{"id":183597,"sizeSlug":"large"}

ବିବାହ ଭୋଜିରେ ମକ୍‌ ଟେଲ୍‌ ପାର୍ଟି ଦେଖି କିଛି ଲୋକ ଅଲଗା ଅଲଗା ଚାହାଣିରେ ଚାହାନ୍ତି । ଆଉ କିଛି ଅନ୍ଦର ମହଲରେ ମାଲ ମହୁ ସେବନ କରିନ୍ତି। ଏବେ  ବିବାହ ଭୋଜି ହେଉକି ଉତ୍ସବ ମହୋତ୍ସବ ସେଠି ଖୋଲିବ ଟେମ୍ପରାରି ମଦ କାଉଣ୍ଟର। ଏହାକୁ ସରକାର ଦେବେ ପରମିଟ। ୭ ରେ ହୋଇଥିବା ଚିଠିରେ ନୂଆ ମଦ ଦୋକାନ ପାଇଁ ପ୍ରସ୍ତାବ ମାଗିଲେ । ଆଉ ଏହାର ଠିକ  ଦିନକ ପରେ ଅର୍ଥାତ ୮ ତାରିଖରେ ଆଉ ଏକ ଚିଠି ଲେଖାଯାଇଛି, ଯେଉଁଥିରେ ଉଲ୍ଲେଖ ରହିଛି କି, ଏବେ ମେଳା ମହୋତ୍ସବରେ ବି ଖୋଲିବ ମଦ କାଉଣ୍ଟର। ଏମିତି ନିର୍ଦ୍ଦେଶ ଦେଇଛି ଅବକାରୀ ବିଭାଗ। ସବୁ ଜିଲ୍ଲାପାଳଙ୍କ ନିକଟକୁ ଏନେଇ ଚିଠି ଲେଖିଛି ବିଭାଗ।

{"id":183598,"sizeSlug":"large"}

ରାଜ୍ୟରେ ମଦ ଦୋକାନ ବନ୍ଦ କରିବାକୁ ଦାବି କରୁଥିବା ସଙ୍ଗଠନଗୁଡ଼ିକ ଆଶ୍ଚର୍ଯ୍ୟ । ଯେଉଁଠି ଆନ୍ଧ୍ରପ୍ରଦେଶ ମଦ ଦୋକାନରୁ ଆଖିଦୃଶିଆ ରାଜସ୍ବ ପାଉଥିବା ସତ୍ତ୍ବେ ଏବେ ଧିରେ ଧିରେ ସେଗୁଡ଼ିକୁ ବନ୍ଦ କରିବାରେ ଲାଗିଛନ୍ତି, ଓଡ଼ିଶା ସରକାର ମଦକୁ ସାମାଜିକ ଚଳଣିରେ ଭର୍ତ୍ତି କରିବାକୁ ଚାହୁଁଛନ୍ତି ।  ଆସନ୍ତା କାଲି ଅବକାରୀ ମନ୍ତ୍ରୀଙ୍କ ବାସଭବନ ଘେରାଓ କରିବାକୁ ନିଷ୍ପତ୍ତି ନେଇଛନ୍ତି କିଛି ସଂଗଠନ ।ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି।

{"id":183599,"sizeSlug":"large"}

-ଏପଟେ ବିରୋଧୀ ସରାକରଙ୍କୁ ସମାଲୋଚନା କରିଛନ୍ତି। ବିଧାନସଭାରେ ଏ ପ୍ରସଙ୍ଗ ଉଠାଇବେ ବୋଲି କହିଛନ୍ତି ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ ଏହାକୁ ସମାଲୋଚନା କରିଛନ୍ତି। କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ବି ଏହାକୁ ନାପସନ୍ଦ କରିଛନ୍ତି।

୫ ତାରିଖରେ ୨୦୧୯-୨୦ ବର୍ଷରେ ସବୁ ଜିଲ୍ଲାପାଳଙ୍କୁ ଠିପି ବନ୍ଦ ବିଦେଶୀ ମଦ ଦୋକାନ ଖୋଲିବାକୁ  ପ୍ରପୋଜାଲ ଦେବା ଲାଗି ସରକାର ନିର୍ଦ୍ଦେଶ ଦେଇଛନ୍ତି । କେଉଁ ଗାଁ, ଛକ, କେଉଁ ଓ୍ବାର୍ଡ, କେଉଁ ମ୍ୟୁନିସିପାଲଟିରେ ମଦ ଦୋକାନ ଖୋଲି ହେବ ତାର ପ୍ରସ୍ତାବ ଦେବାକୁ କୁହାଯାଇଛି।  ତେଣୁ ଏବେ ଆଉ ଲୁଚାଇବାକୁ କିଛି ନାହିଁ । ଆଗକୁ କେଉଁଠି କେଉଁଠି କାଉଁଟର ଖୋଲିବ ଆପଣ ଭାବିନିଅନ୍ତୁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.