ବଦଳିବ କେରଳ ନାଁ, ବିଧାନସଭାରେ ସର୍ବସମ୍ମତିରେ ପାରିତ ହେଲା ପ୍ରସ୍ତାବ
9/08/2023 at 6:21 PM

ନୂଆଦିଲ୍ଲୀ, ୦୯/୦୮: ବଦଳିବ କେରଳ ନାଁ। କେରଳ ବିଧାନସଭା ରାଜ୍ୟର ନାମ ଆଧିକାରିକ ଭାବରେ ‘କେରଳମ’ କରିବା ପ୍ରସ୍ତାବକୁ ସର୍ବସମ୍ମତିରେ ପାରିତ କରିଛନ୍ତି। ଏବେ ଏହି ନିଷ୍ପତ୍ତିକୁ କେନ୍ଦ୍ରକୁ ଜଣାଯିବ ଏହାପରେ ନାଁ ପରିବର୍ତ୍ତନ ହେବ।
ସୂଚନାଥାଉକି, ରାଜ୍ୟ ବିଧାନସଭାରେ ଏହି ପ୍ରସ୍ତାବ ମୁଖ୍ୟମନ୍ତ୍ରୀ ପିନରାଇ ବିଜୟନ ଉପସ୍ଥାପିତ କରିଛନ୍ତି। ସେ କେନ୍ଦ୍ର ସରକାରଙ୍କ ଠାରୁ ଭାରତର ସମ୍ବିଧାନର ଅଷ୍ଟମ ଅନୁସୂଚୀରେ ସାମିଲ୍ ସବୁ ଭାଷାରେ ରାଜ୍ୟର ନାମ ବଦଳାଇ ‘କେରଳମ’ କରିବାକୁ ଅନୁରୋଧ କରିଛନ୍ତି। ଏହି ପ୍ରସ୍ତାବକୁ କଂଗ୍ରେସ ନେତୃତ୍ବାଧୀନ ବିରୋଧୀ ୟୁଡିଏଫ୍ (ସଂଯୁକ୍ତ ଲୋକତାନ୍ତ୍ରିକ ମୋର୍ଚ୍ଚା) ମଧ୍ୟ ସ୍ବୀକାର କରିଛନ୍ତି।
ମୁଖ୍ୟମନ୍ତ୍ରୀ ପ୍ରସ୍ତାବ ଉପସ୍ଥାପିତ କରି କହିଛନ୍ତି ଯେ, ‘‘ରାଜ୍ୟକୁ ମଲୟାଲମରେ ‘କେରଳମ’ କୁହାଯାଏ। କିନ୍ତୁ ଅନ୍ୟ ଭାଷାରେ ଏବେବି କେରଳ ରହିଛି। ସେ କହିଛନ୍ତି ରାଷ୍ଟ୍ରୀୟ ସ୍ବତନ୍ତ୍ରତା ସଂଗ୍ରାମ ସମୟରୁ ହିଁ ମଲୟାଲମ ଭାଷୀ ସମୁଦାୟଙ୍କ ପାଇଁ ଏକଜୁଟ୍ କେରଳ ଗଢ଼ିବାର ଦୃଢ଼ ଆବଶ୍ୟକତା ରହିଛି।’’