ପୈଗମ୍ୱର ବିବାଦ: ପଶ୍ଚିମବଙ୍ଗରେ ହିଂସା ପରେ ତେଜିଲା ରାଜନୀତି, ପୋଲିସକୁ ଚ୍ୟାଲେଞ୍ଜ ଦେଲେ ଏହି ବିଜେପି ନେତା

Published By : Prameya-News7 Bureau | June 12, 2022 IST

କୋଲକାତା ୧୨/୦୬ : ନୂପୁର ଶର୍ମାଙ୍କ ବୟାନ୍‌କୁ ନେଇ ଏବେ ସାରା ଦେଶରେ ବିଦୋଧ ପ୍ରଦର୍ଶ କରାଯାଉଛି। ଏହି ବିରୋଧ ପ୍ରଦର୍ଶନରେ ସାମିଲଥିବା ଅଭିଯୁକ୍ତଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଏହାର ପ୍ରଭାବ ପଶ୍ଚିମବଙ୍ଗରେ ମଧ୍ୟ ଦେଖିବାକୁ ମିଳିଛି। ଏନେଇ ସେଠାରେ ମଧ୍ୟ ରାଜନୈତିକ ମାହୋଲ ସରଗରମ ହୋଇଛି। ହାଓଡ଼ା ଯାଉଥିବା ସମୟରେ ରାଜ୍ୟର ବିରୋଧି ଦଳ ନେତା ଶୁଭେନ୍ଦୁ ଅଧିକାରୀଙ୍କୁ ପୋଲିସ ଅଟକାଇବାରୁ ସେ ପୋଲିସକୁ ଚ୍ୟାଲେଞ୍ଜ ଦେଇଛନ୍ତି। ସେ ପୋଲିସଙ୍କ ବିରୋଧ ଆଇନଗତ ଲଢ଼େଇ ଲଢ଼ିବେ ବୋଲି କହିଛନ୍ତି। ସୂଚନାଥାଉକି, ପୈଗମ୍ୱର ବିବାଦକୁ ନେଇ ହାଓଡ଼ାରେ ବ୍ୟାପକ ହିଂସା କାଣ୍ଡ ହୋଇଥିବାରୁ ସେଠାରେ ଏବେ ୧୪୪ ଧାରା ଲାଗୁ କରାଯାଇଛି ।

ଅଧିକାରୀଙ୍କ ନିଜ ଅଞ୍ଚଳରେ କାନ୍ଥି ଥାନାରୁ ଏକ ଚିଠି ଜାରି କରି କୁହାଯାଇଛି ଯେ ପ୍ରଶାସନର ଶୁଭେନ୍ଦୁ ଅଧିକାରୀଙ୍କ ସୁରକ୍ଷା ପାଇଁ ଚିନ୍ତା ଥିବାରୁ ପୋଲିସ ତାଙ୍କୁ ହାଓଡ଼ା ଯିବା ବାଟରେ ଅଟକାଇ ଥିଲେ। ସେହିପରି ଶୁଭେନ୍ଦୁ ଅଧିକାରୀ କାନ୍ଥିରୁ ହାଓଡ଼ା ଯିବା ପୂର୍ବରୁ କହିଥିଲେ ହାଓଡ଼ାରେ ଆମର ଦଳୀୟ କାର୍ଯ୍ୟାଳୟ ଉପରେ ଆକ୍ରମଣ କରାଯାଇଛି ମୁଁ ସେଠାକୁ ଯିବି। ମୁଁ ୧୪୪ ଧାରାର ଉଲଙ୍ଘନ କରିବି ନାହିଁ ଓ ଏକୁଟିଆ ଯିବି। ଯଦି ପୋଲିସ ଅଟକାଇଲା ତେବେ ମୁଁ ତାପର ଦିନ ଅଦାଲତକୁ ଯିବି।  

ଏନେଇ ଟିଏମସି ନେତା କୁଣାଳ ଘୋଷ କହିଛନ୍ତି ସଙ୍କଟକୁ ଅଧିକ ବଢ଼ାଇବା ପାଇଁ ଅଧିକାରୀ ହାଓଡ଼ାକୁ ଯିବାକୁ ଚାହୁଁଥିଲେ। ସେ କହିଛନ୍ତି ‘‘ଯେଉଁ ଅଞ୍ଚଳରେ ୧୪୪ ଧାରା ଜାରି ହୋଇଛି ସେଠାକୁ ଯିବାର କଣ ଆବଶ୍ୟକତା ରହିଛି? ସେ କେବଳ ଅସୁବିଧା ବଢ଼ାଇବା ପାଇଁ ଚାହୁଁଛନ୍ତି। ବିଜେପି ରାଜ୍ୟର ଶାନ୍ତିପୂର୍ଣ୍ଣ ବାତାବରଣକୁ ଖରାପ କରିବାକୁ ଚାହୁଁଛି’’।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.