LIFESTYLE
suno sunao
Aao Nxt
LIFESTYLE_728X90
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

୫ ଖଣି ଲିଜଧାରୀଙ୍କ ସମ୍ପତ୍ତି ବାଜ୍ୟାପ୍ତି ନିଷ୍ପତ୍ତି, ଜରିମାନା ଦାଖଲ କରି ନଥିବାରୁ ନୋଟିସ୍

6/07/2019 at 4:22 PM

କେନ୍ଦୁଝର ୬|୭: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ କେନ୍ଦୁଝର ଜିଲ୍ଲାପାଳଙ୍କ କୋର୍ଟରେ ଖଣି ଜୋରିମାନା ଖିଲାପକାରୀ ୩୧ଟି ଖଣିର ୨୩ ଲିଜଧାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ପାଇଁ ବିଧିବଦ୍ଧ ପଦକ୍ଷେପ ଆରମ୍ଭ କରିଛନ୍ତି ।  ଏଥିପାଇଁ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ଅଦାଲତରେ ଗତ ୨୦୧୮ ମେ ୨୪ ତାରିଖ ଏକ  ସାର୍ଟିଫିକେଟ୍ କେସ୍ କରାଯାଇଥିଲା । ଏହି ମାମଲାରେ ଆଜି କେନ୍ଦୁଝର ଜିଲ୍ଲାପାଳଙ୍କ କୋର୍ଟ ଏକ ଗୁରୁତ୍ବପୂର୍ଣ୍ଣ ରାୟ ପ୍ରଦାନ କରିଛନ୍ତି ।

ଆଜି ଜିଲ୍ଲାପାଳଙ୍କ କୋର୍ଟରେ ୮ ଜଣ ଖଣି ଲିଜଧାରୀଙ୍କୁ ହଜାର ପାଇଁ ନୋଟିସ୍ ହୋଇଥିଲେ । ଆଜି ଓପିଡ଼ିଆର ଆକ୍ଟ ୧୯୬୨ ଅନୁଯାୟୀ ପରିବେଶ ଓ ବେଆଇନ ଖଣି ଖନନ ମାମଲାରେ ନିର୍ଦ୍ଧାରିତ ସମୟରେ ଜୋରିମାନା ଦାଖଲ କରି ନଥିବାରୁ ପାଞ୍ଚ ଜଣ ଖଣି ମାଲିକଙ୍କ ସମ୍ପତ୍ତି ଜବତ ପାଇଁ  ଜିଲ୍ଲାପାଳଙ୍କ କୋର୍ଟରେ ନିଷ୍ପତ୍ତି ନିଆଯାଇଛି । ସେଗୁଡିକ ହେଲା ଏସ ଜି ପାଣ୍ଡେ, ଟି ବି ଲାଲ, ଭଞ୍ଜ ମିନେରାଲ, ଏସ ସି ପାଢ଼ୀ ଓ ଗନ୍ଧମାର୍ଦ୍ଦନ ସ୍ପଞ୍ଜ ଆଇରନ ଲିମିଟେଡ଼ । ଏମାଙ୍କର ନାଁରେ ସାର୍ଟିଫିକେଟ୍ କେସ୍ ହୋଇଥିଲା ଓ ଆଜି ସମ୍ପତ୍ତି ବ୍ୟାଜପ୍ତି ପାଇଁ ନିଷ୍ପତ୍ତି ହୋଇଛି ।

   Related Posts