ଜାଲ ଡିଗ୍ରୀ ହାସଲ କରି ପଦୋନ୍ନତି ପାଇଛନ୍ତି ଶିକ୍ଷକ: ଲିଷ୍ଟ୍ ପ୍ରସ୍ତୁତ କରିଛି ଶିକ୍ଷା ବିଭାଗ, ନିଆଯିବ ଦୃଢ କାର୍ଯ୍ୟାନୁଷ୍ଠାନ

Published By : Prameya-News7 Bureau | December 20, 2020 IST

ଜୟପୁର ୨୦/୧୨ : ରାଜସ୍ଥାନରେ ପଦୋନ୍ନତି ପାଇବା ପାଇଁ ଜାଲ ଡିଗ୍ରୀ ହାସଲକାରୀଙ୍କ ରାକେଟ୍‌ର ପର୍ଦ୍ଦାଫାସ ଆସିଛି । ଯୋଧୁପୁର ମେଣ୍ଡଲରେ ୮୫୦ରୁ ଉର୍ଦ୍ଧ୍ବ ଶିକ୍ଷକ ଜାଲ ଡିଗ୍ରୀ ପ୍ରମାଣପତ୍ର ଦେଇ ପଦୋନ୍ନତି ପାଇଥିଲେ । ତେବେ ଏହି ତଥ୍ୟ ସାମ୍ନାକୁ ଆସିବା ପରେ ଶିକ୍ଷା ବିଭାଗ ଏହାକୁ ଗମ୍ଭୀରତାର ସହ ନେଇଛି ।

ଏମାନେ ସେହି ଶିକ୍ଷକ ଯେଉଁମାନେ ଯୋଧପୁର ବାହାରେ ଏକରୁ ଅଧିକ ବିଶ୍ୱବିଦ୍ୟାଳୟରୁ ଡିଗ୍ରୀ ହାସଲ କରିଛନ୍ତି । ଶିକ୍ଷା ବିଭାଗ ଏକ ତାଲିକା ପ୍ରସ୍ତୁତ କରିଛି ଯେଉଁଥିରେ ୨୦୧୫ରୁ ପଦୋନ୍ନତି ପାଇଥିବା ଶିକ୍ଷକଙ୍କ ନାଁକୁ ଏହି ତାଲିକାଭୂକ୍ତ କରାଯାଇଛି । ତେବେ କେତେ ସଂଖ୍ୟକ ଶିକ୍ଷକ ଜାଲ ଡିଗ୍ରୀ ହାସଲ କରିଛନ୍ତି ତାହାର ରିପୋର୍ଟକୁ ସୋମବାର ସୁଦ୍ଧା ବିକାନେର ନିର୍ଦ୍ଦେଶାଳୟକୁ ପଠାଯିବ । ଏହା ପରେ ଏହି ଶିକ୍ଷକମାନଙ୍କ ବିରୋଧରେ କଣ ପଦକ୍ଷେପ ନିଆଯିବ ତାହା ବିକାନେର ନିର୍ଦ୍ଦେଶାଳୟ ସ୍ଥିର କରିବ ।

ନକଲି ଡିଗ୍ରୀ ମାଧ୍ୟମରେ ପଦୋନ୍ନତି ପାଇବା ଭଳି ଶିକ୍ଷକମାନଙ୍କ ସଂଖ୍ୟା ରାଜ୍ୟର ଅନ୍ୟ ଜିଲ୍ଲାରେ ମଧ୍ୟ ସାମ୍ନାକୁ ଆସିଛି । ସୂଚନାନୁସାରେ, ଯୋଧପୁର ଡିଭିଜନର ଯୋଧପୁର, ବାଡମେର, ଜୈସଲମେର ଜିଲ୍ଲାରେ ୧୨୪ ସଂସ୍କୃତ ଶିକ୍ଷକ, ୨୫୨ ଗଣିତ, ୨୭୫ ଇଂରାଜୀ, ୧୮୯ ହିନ୍ଦୀ ଶିକ୍ଷକ ନକଲି ଡିଗ୍ରୀ ଲଗାଇ ପଦୋନ୍ନତି ପାଇଛନ୍ତି । ତେବେ ଏମାନଙ୍କ ବିରୁଦ୍ଧରେ ଖୁବଶୀଘ୍ର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.