ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ରାଜ୍ୟରେ ମହିଳା ଉଦ୍ୟୋଗୀଙ୍କ ପାଇଁ ହେବ ଶିଳ୍ପ ପାର୍କ, ମେକ୍‌ ଇନ୍‌ ଓଡିଶା କନ୍‌କ୍ଲେଭ୍‌ରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା
  • ||
  • ଭୁବନେଶ୍ୱର: ଇଡିରେ ହାଜର ହେଲେ ଶିବ ପ୍ରସାଦ, ଅର୍ଚ୍ଚନାଙ୍କ ସହ ଟଙ୍କା କାରବାର ନେଇ ଦ୍ୱିତୀୟ ଥର ହାଜିରା
  • ||
  • କୋଣାର୍କ: ଦର୍ଶକଙ୍କ ମନ ମୋହୁଛି ମହୋତ୍ସବ, ଦ୍ୱିତୀୟ ସଂଧ୍ୟାରେ ଦର୍ଶକଙ୍କୁ ଆକର୍ଷିତ କଲା ମଣିପୁରୀ ନୃତ୍ୟ
  • ||
  • ଉମରକୋଟ : ଗଛକୁ ପିଟିଲା କାର୍‌ , ତିନି ମୃତ, ଦୁଇ ଗୁରୁତର
  • ||

ଏହି ପର୍‌ଫ୍ୟୁମ ବିଜ୍ଞାପନ ଗଣଦୁଷ୍କର୍ମକୁ ପ୍ରୋତ୍ସାହିତ ଦେଉଛି; କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ କେନ୍ଦ୍ରକୁ ଦିଲ୍ଲୀ ମହିଳା କମିଶନଙ୍କ ଚିଠି

4/06/2022 at 4:50 PM

ନୂଆଦିଲ୍ଲୀ: ପର୍‌ଫ୍ୟୁମ ବିଜ୍ଞାପନକୁ ବିରୋଧ କରି କେନ୍ଦ୍ର ସରକାରଙ୍କୁ  ଚିଠି ଲେଖିଲା ଦିଲ୍ଲୀ ମହିଳା କମିସନ। ‘ଶଟ୍’ ପର୍‌ଫ୍ୟୁମ୍‌ର ବିଜ୍ଞାପନ ଗଣଦୁଷ୍କର୍ମକୁ ପ୍ରୋତ୍ସାହିତ କରୁଛି ବୋଲି କମିଶନ ଅଭିଯୋଗ କରିଛନ୍ତି। ତେଣୁ କମ୍ପାନୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁରଙ୍କୁ ଚିଠି ଲେଖିଛନ୍ତି ଦିଲ୍ଲୀ ମହିଳା କମିସନ ଅଧ୍ୟକ୍ଷା ସ୍ୱାତୀ ମାଲିୱାଲ।

ନିଜ ଆଡ଼ୁ ଘଟଣାକୁ ଗୁରୁତର ସହ ନେଇ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ କେନ୍ଦ୍ର ସରକାରଙ୍କୁ କହିଛନ୍ତି ମହିଳା କମିଶନ। ତା ସହ ମାମଲା ରୁଜୁ କରିବାକୁ ଦିଲ୍ଲୀ ପୁଲିସକୁ ମଧ୍ୟ କମିଶନ ପକ୍ଷରୁ ନୋଟିସ କରାଯାଇଛି। ଜୁନ ୯ ସୁଧା ଏସମ୍ବନ୍ଧରେ ରିପୋର୍ଟ ଦେବାକୁ ପୁଲିସକୁ କୁହାଯାଇଛି।

କଣ ରହିଛି ବିଜ୍ଞାପନରେ ?

Shot ପର୍‌ଫ୍ୟୁମ୍‌ରେ ଦୁଇଟି ଯାକ ବିଜ୍ଞାପନକୁ ନେଇ ମହିଳା କମିଶନ ଆପତ୍ତି ଉଠାଇଛନ୍ତି। ଗୋଟିଏ ବିଜ୍ଞାପନରେ ଏକ ସପିଂ ମଲ୍‌ରେ ଜଣେ ଯୁବତୀ ସପିଂ କରୁଥିବା ବେଲେ ତାଙ୍କ ପଛରେ ୪ ଜଣ ଯୁବକ ଛିଡ଼ା ହୋଇ କହୁଛନ୍ତି ଯେ ଆମେ ୪ ଓ ସେ ଜଣେ.. ଅନ୍ୟ ଜଣେ ଯୁବକ କହୁଛନ୍ତି ତେବେ ଶଟ କିଏ ନେବ ? ଯୁବତୀ ଜଣଙ୍କ ଏହି କଥା ଶୁଣିବା ପରେ ପ୍ରଥମେ ଡରିଯାଉଛନ୍ତି। ହେଲେ ପରେ ସପିଂ ମଲ୍‌ ରାକ୍‌ରେ ଶଟ୍ ପର୍‌ଫ୍ୟୁମ୍ ଥିବାର ଦେଖି ଆଶ୍ୱସ୍ଥିଲାଭ କରୁଛନ୍ତି।

ସେହିପରି ଅନ୍ୟ ଏକ ବିଜ୍ଞାପନରେ ଜଣେ ଯୁବକ ଓ ଯୁବତୀ ବେଡ୍‌ରେ ବସିଛନ୍ତି। ହଠାତ୍ ବାହାରୁ ୩ ଜଣ ଯୁବକ ଘର ଭିତରେ ପଶିଆସି କହୁଛନ୍ତି ଶଟ ମାରିଛ ବୋଲି ଲାଗୁଛି। ବେଡ୍‌ରେ ବସିଥିବା ଯୁବକ କହୁଛନ୍ତି ହଁ ଶଟ୍ ମାରିଛି। ତା ପରେ ବାହାରୁ ଆସୁଥିବା ଯୁବକ ଏବେ ଆମ ପାଳି କହି ଘର ଭିତରେ ପଶି ଆସି ଶଟ ପରଫ୍ୟୁମ୍ ଲଗାଉଛନ୍ତି। ହେଲେ ଯୁବତୀ ଜଣଙ୍କ ପ୍ରଥମେ ଡରିଯାଉଥିବା ବେଳେ ପରେ ଆଶ୍ୱସ୍ତିଲାଭ କରୁଛନ୍ତି।

   Related Posts