ଡାକିଲେ ଅଖିଳେଶଙ୍କ ରାଲିକୁ, ନେଇଗଲେ ଅମିତ ଶାହଙ୍କ ସଭାକୁ,UP ରେ ଅସନ୍ତୁଷ୍ଚ ଭୋଟରଙ୍କ ଭିଡିଓ Viral

Published By : Prameya-News7 Bureau | May 24, 2024 IST

ଲକ୍ଷ୍ନୌ ୨୪।୫: ସମାଜବାଦୀ ପାର୍ଟି (ସପା) ଅଧ୍ୟକ୍ଷ ଅଖିଳେଶ ଯାଦବ ବିଜେପି ଉପରେ ମିଛ କହି ଲୋକଙ୍କୁ ରାଲିରେ ଏକତ୍ରିକ କରୁଥିବାର ଅଭିଯୋଗ କରିଛନ୍ତି। ଏ ନେଇ ସେ ଏକ୍ସ ରେ ଏକ ଭିଡିଓ ମଧ୍ୟ ସେୟାର କରିଛନ୍ତି କହିଛନ୍ତି ବିଜେପି କର୍ମୀ ଲୋକଙ୍କୁ ମିଛରେ ସପା ରାଲିକୁ ନେଇଯାଉଥିବା କହି ବିଜେପି ରାଲିରେ ପହଞ୍ଚାଉଛନ୍ତି। ସେ କହିଛନ୍ତି ଯେ ଏହାର ଅର୍ଥ ସ୍ପଷ୍ଟ ଯେ ବିଜେପି ନିର୍ବାଚନରେ ହାରିବାକୁ ଯାଉଛି। 

ସପା ଅଧ୍ୟକ୍ଷ ଅଖିଳେଶ ଯାଦବ ଯେଉଁ ଭିଡିଓ ସେୟାର କରିଛନ୍ତି ଏଥିରେ ବ୍ୟକ୍ତି ମୁଣ୍ଡରେ ଲାଲ ରଙ୍ଗର କପଡା ବାନ୍ଧିଥିବାର ଦେଖାଯାଉଛନ୍ତି, ଯେଉଁଥିରେ ସପାର ନିର୍ବାଚନ ସଂକେତ ସାଇକେଲ ବି ସ୍ପଷ୍ଟ ରୂପେ ଦିଶୁଛି। ଏଥିରେ କେହି ତାଙ୍କୁ ଅମିତ ଶାହଙ୍କ ରାଲିରେ କୁଆଡେ ବୋଲି ପଚାରି ଦେବାରୁ ସେ କହୁଛନ୍ତି ଯେ ସମୂହ ଅଧ୍ୟକ୍ଷ ଅଖିଳେଶଙ୍କ ରାଲିକୁ ଯିବା କହି ଡାକିଥିଲେ, ହେଲେ ଏବେ ଜଣାପଡୁଛି ଯେ ଆମେ ଅମିତ ଶାହଙ୍କ  ରାଲିକୁ ଆସିଛୁ। 


ଯେତେବେଳେ ତାଙ୍କୁ ପଚରାଗଲା ଏ ବିଷୟରେ କୁହାଯାଇ ନଥିଲା କି? ସେ କହୁଛନ୍ତି ଯେ କୁହାଯାଇଥିଲା ଅଖିଳେଶଙ୍କ ରାଲିକୁ ଯିବା। ସେହି ଅନୁସାରେ ଆମେ ଘରୁ ପ୍ରସ୍ତୁତି କରି ଆସିଥିଲୁ। ଯଦି କୁହାଯାଇଥାନ୍ତା ବିଜେପି ରାଲି ଆମେ ଆସି ନଥାନ୍ତୁ, କେହି ବି ଆସି ନଥାନ୍ତୁ ବୋଲି କହିଛନ୍ତି। ଅଖିଳେଶ ଯାଦବ ଭିଡିଓ ସେୟାର କରି ବିଜେପି ଲୋକେ କିପରି ମିଛ କହୁଛନ୍ତି ତାହା ସୂଚିତ କରିଛନ୍ତି। ଏହାର ଅର୍ଥ ସ୍ପଷ୍ଟ ଯେ ଜନତା ବିଜେପି ସହିତ ନାହାନ୍ତି। 


ଉଲ୍ଲେଖଯୋଗ୍ୟ ଯେ ଷଷ୍ଠ ପର୍ଯ୍ୟାୟ ନିର୍ବାଚନ ନିମନ୍ତେ ୟୁପିର ୧୪ ଆସନରେ ୨୫ ମେ ଶନିବାର ଭୋଟ ଗ୍ରହଣ ହେବ। ପରବର୍ତ୍ତି ସପ୍ତମ ପର୍ଯ୍ୟାୟରେ ୧୩ ସିଟ୍ ନିମନ୍ତେ ଜୁନ ୧ ତାରିଖରେ ଭୋଟ ପଡିବ। ଶେଷ ପର୍ଯ୍ୟାୟ ମତଦାନ ପରେ ଜୁନ   ୪ତାରିଖ ଦିନ ଭୋଟ ଗଣନା ହେବ। ଏଥିରେ ଏବେ ସମସ୍ତଙ୍କ ନଜର ୪ ଜୁନ ଭୋଟ ଗଣନା ଉପରେ ରହିଛି। ନିର୍ବାଚନ ଫଳାଫଳକୁ ଜନତା ଓ ନେତା ଉତ୍ସୁକତାର ସହ ଅପେକ୍ଷା କରି ରହିଛନ୍ତି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.