୬୦୦ ପିଲାଙ୍କ ଜଣେ ବାପା !  କାମ ଦେଖି ଲଗାଇବାକୁ ପଡିଲା ବ୍ୟାନ୍

Published By : Prameya-News7 Bureau | May 01, 2023 IST

ନୂଆଦିଲ୍ଲୀ ୦୧।୦୫: ଜଣେ ବ୍ୟକ୍ତିଙ୍କର ୫୦୦ରୁ ୬୦୦ ପିଲା । କଥାଟି ଶୁଣି ଆଶ୍ଚର୍ଯ୍ୟ ଲାଗୁଛି ନା । କଥାଟି କିନ୍ତୁ ସତ । ବାସ୍ତବରେ ବ୍ୟକ୍ତି ଜଣକ ସ୍ପର୍ମ ଦାନ କରି ଏତେ ସଂଖ୍ୟକ ପିଲାଙ୍କର ହୋଇଛନ୍ତି ପିତା । ଏନେଇ ଶୁକ୍ରବାର ଅଦାଲତରେ ଏକ ଅଜବ ପ୍ରକାରର ଶୁଶାଣୀ କରିଛନ୍ତି କୋର୍ଟ  । ସେହି ବ୍ୟକ୍ତିଙ୍କୁ ପିଲା ଜନ୍ମ ନ କରିବା ପାଇଁ ଆଦେଶ ଜାରି କରିଛନ୍ତି ମାନ୍ୟବର କୋର୍ଟ । ଏହି ବ୍ୟକ୍ତି ହେଉଛନ୍ତି ୪୧ ବର୍ଷିୟ ଜନାଥନ ମୀଜର । ସେ ଜଣେ ସ୍ପର୍ମ ଡୋନର । ମୀଜରଙ୍କ ସ୍ପର୍ମରୁ ହୋଇସାରିଲେଣି ୫୦୦ରୁ ୬୦୦ ପିଲା ।  

{"id":780253,"width":841,"height":631,"sizeSlug":"full","linkDestination":"none"}

ନେଦରଲ୍ୟାଣ୍ଡସର ‘ଦ ହେଗ’ ସହରର ଜଣେ ମହିଳା ଏକ ସଂସ୍ଥା ପକ୍ଷରୁ କୋର୍ଟରେ ମାମଲା ରୁଜୁ କଲା ପରେ ଜନାଥନଙ୍କ କାରନାମା ସାମ୍ନାକୁ ଆସିଥିଲା। ଆଉ କୋର୍ଟ ତାଙ୍କୁ ସ୍ପର୍ମ ଦାନ କରିବାକୁ ବାରଣ କରିଛନ୍ତି। ଏନେଇ କୋର୍ଟ କହିଛନ୍ତି ଯେ, ଯଦି ତାଙ୍କର ସ୍ପର୍ମ ରହିଛି ତେବେ ଏହାକୁ ନଷ୍ଟ କରି ଦିଆଯାଉ । ତେବେ କେବଳ ସେହି ଶୁକ୍ରାଣୁ ମୁକ୍ତ ହେବ, ଯେଉଁଥିପାଇଁ ଜଣେ ପିତାମାତା ବୁକ୍ କରି ସାରିଥିବେ । ଜୋନାଥନ ମିଜରଙ୍କ ଜୀବନରେ ସବୁ କିଛି ଠିକ ଚାଲିଛି ।

{"id":780247,"width":840,"height":630,"sizeSlug":"full","linkDestination":"none"}

 କିନ୍ତୁ ଏକ ନାଗରିକ ସଂସ୍ଥା ଏ ନେଇ କୋର୍ଟରେ ମାମଲା ରୁଜୁ କରିବା ପରେ ଘଟଣା ବିଗିଡି ଯାଇଥିଲା । ତେବେ ମିଜରଙ୍କ ସ୍ପର୍ମ ଡୋନେସନରୁ ଜନ୍ମ ନେଉଥିବା ପିଲାମାନଙ୍କର ଗୋପନୀୟତା ହ୍ରାସ ପାଉଛି ବୋଲି ଏହି କେସରେ କୁହାଯାଇଛି । ନେଦରଲ୍ୟାଣ୍ଡସର ଆଇନ ଅନୁଯାୟୀ ସ୍ପର୍ମ ଦାନ କରୁଥିବା ଜଣେ ବ୍ୟକ୍ତି ୧୨ଟି ପରିବାରର ୨୫ଟିରୁ ଅଧିକ ପିଲାଙ୍କ ବାପା ହେବା ଉଚିତ ନୁହେଁ।

{"id":780248,"width":837,"height":628,"sizeSlug":"full","linkDestination":"none"}

ଏହାବ୍ୟତୀତ ଜୋନାଥନ ମୀଜର ଯଦି କୋର୍ଟକୁ ଅବମାନନା କରି ଆଦେଶର ଉଲ୍ଲଙ୍ଘନ କରନ୍ତି ତେବେ ୧.୧୦ ଲକ୍ଷ ଡଲାର ବା ୮୯.୮୯ ଲକ୍ଷ ଟଙ୍କା ଜରିମାନା ଲାଗୁ କରାଯିବ । ଖବର ଅନୁଯାୟୀ ୨୦୧୭ ମସିହାରେ ମୀଜରଙ୍କ ସ୍ପର୍ମ ଡୋନେସନ ଉପରେ ପ୍ରଥମ ଘଟଣା ସାମନାକୁ ଆସିଥିଲା ।

{"id":780249,"width":837,"height":471,"sizeSlug":"full","linkDestination":"none"}

ଏହାପରେ ୧୦୦ ପିଲାଙ୍କର ବାୟୋଲୋଜିକାଲ ଫାଦର ହେବା ପରେ ତାଙ୍କୁ ନେଦରଲାଣ୍ଡର ଫର୍ଟିଲିଟି କ୍ଲିନିକ୍ସରେ ସ୍ପର୍ମ ଡୋନେସନରେ ବ୍ଲାକଲିଷ୍ଟେଡ କରି ଦିଆଯାଇଥିଲା । ପରେ ଜୋନାଥନ ମୀଜର ଅନ୍ୟ ଦେଶର କ୍ଲିନିକ ଗୁଡିକରେ ସ୍ପର୍ମ ଡୋନେଟ କରିବା ଆରମ୍ଭ କରିଥିଲେ । ଏହି ଅନୁସାରେ, ସେ ବିଭିନ୍ନ ଦେଶର ଅନେକ ପିଲାଙ୍କର ପିତା ହୋଇଯାଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.