ଦାମ୍ପତ୍ୟେ କଳହ ମଧୁରେଣ , ଯଦି ଆପଣ ପୁରୁଷ ତେବେ ପତ୍ନୀଙ୍କ ସହ ମାସକୁ ଥରଟିଏ କରନ୍ତୁ କଳି, ମିଳିବ ୮ଟି ଲାଭ

Published By : Prameya-News7 Bureau | May 16, 2019 IST

ପାରିବାରିକ ଜୀବନରେ ପତିପତ୍ନୀ କଳି ସାଧାରଣ କଥା। ତେବେ କଳି କଜିଆ ପାରିବାରିକ ଜୀବନର ଶାନ୍ତି କ୍ଷୁର୍ଣ୍ଣ କରେ । ଅନେକ ସମୟରେ ଏଥିପାଇଁ ଘର ଉଜୁଡି ଯାଇଥିବାର ଅନେକ ନଜିର ରହିଛି । ତେବେ ଏଭଳି କଳହ ଯେ ସବୁ ବେଳେ ଘର ଉଜାଡେ ତାହା ନୁହେଁ, ଏଥିରୁ ଲାଭ ମଧ୍ୟ ମିଳେ ବୋଲି ହୁଏତ ଆପଣ ପ୍ରଥମ ଥର ଶୁଣୁଥିବେ। ହଁ ଦାମ୍ପତ୍ୟରେ କଳହର ଫାଇଦ ମଧ୍ୟ ରହିଛି । ତେବେ କଣ ଫାଇଦା ସବୁ ଆସନ୍ତୁ ଜାଣିବା ।

{"id":112679}

ସାଧାରଣ ଦିନମାନଙ୍କରେ ସ୍ବାମୀ ଓ ସ୍ତ୍ରୀ ପରସ୍ପର ଉପରେ ନିର୍ଭରଶୀଳ ରହନ୍ତି। ଏଣୁ ଉଭୟ ଉଭୟଙ୍କୁ ସେମାନଙ୍କର ସହାୟତା କରୁଥାନ୍ତି। ଏଥିରେ ଯେଉଁଟା ଯାହାର କାମ ନୁହେଁ ତାହା କରିବା ବେଳେ ଭୁଲ ଭଟକା ହେବା ସ୍ବଭାବିକ ଏଥିପାଇଁ ଖିଚ୍ ଖିଚ୍ ଲାଗିବା ସାଧାରଣ କଥା। ଯଦି ଝଗଡା ଟିକେ ଜୋରଦାର ହୋଇଯାଏ ଉଭୟଙ୍କ ମଧ୍ୟରେ ପ୍ରଥମେ କଥାବର୍ତା ବନ୍ଦ  ହୁଏ । ଏଣୁ ପତି ପତ୍ନୀଙ୍କ ସକାଳଟା ଭଲରେ ଆରମ୍ଭ କରନ୍ତି । କେହି କାହାର ନିଦ ଭାଙ୍ଗନ୍ତିନି କି କେହି କାହାକୁ ହଇରାଣ କରନ୍ତିନି। ତେବେ ଏଥି ପାଇଁ ଘରର ନିୟମିତ ରୁଟିନ ସାମାନ୍ୟ ବିଗିଡି ଯାଏ, ଯେମିତି ବାପା ମା ନିଦରୁ ନ ଉଠିବା ଯୋଗୁ ପିଲା ଟାଇମରେ ସ୍କୁଲକୁ ଯାଇ ପାରନ୍ତିନି,ସକାଳର ପନିପରିବା, ଖୀର ଆସି ପାରେନି, ଘରେ ରୋଷେଇ ବନ୍ଦ ହୁଏ ଏମିତି କିଛି ରୁଟିନ ବିଗଡେ। ହେଲେ ଫାଇଦା କଣ ହୁଏ ? ଘର ବାହାରେ ଖାଇବା ପାଇଁ ପରିବାରକୁ  ସୁଯୋଗ ମିଳେ। ଯେଉଁଟା ପଇସା ଅପଚୟ କହି ଅନ୍ୟ ଦିନରେ ସମ୍ଭବ ହୁଏନି। 

{"id":112680,"width":579,"height":386}

ଏଭଲି ମନମାଳିନ୍ୟ ଯୋଗୁ ପଇସା ବଞ୍ଚେ। ବେଳେ ବେଳେ କଳି ଝଗଡା ହୋଇ ପତ୍ନୀ ପିତ୍ରାଳୟକୁ ଚାଲି ଯାଆନ୍ତି । ଫଳରେ ବେଶ କିଛି ସମୟ ପାଇଁ ପରିବାର ବୋଝରୁ ମୁକ୍ତି ମିଳେ। ବାହାରେ ଖାଇ ପିଇ କେବଳ ଘରେ ଆସି ସୋଇବା କଥା। ପତ୍ନା ଘରଛାଡି ପଳେଇଥିବା ଯୋଗୁ ପଇସା ପାଇଁ କେହି କିଚମିଚ କରନ୍ତିନି । ଦିନ ଭଲରେ କଟେ। ସେପଟେ ସ୍ବାମୀଙ୍କ ସହ ଝଗଡା କରି ଯାଇଥିବାରୁ ପତ୍ନୀଙ୍କୁ ତାଙ୍କ ପିତ୍ରାଳୟରେ ଅନ୍ୟପ୍ରକାର ଚର୍ଚ୍ଚା ମିଳେ । ସବୁଦିନିଆ ପାରିବାରିକ କାମରୁ ତାଙ୍କୁ ଛୁଟି ମିଳିଥାଏ ।ପିଲାମାନଙ୍କୁ ଅସମୟରେ ମାମୁଁ  ଘର ବୁଲିବାର ମଉକା ମିଳେ। ଘରେ ମା,ବାପା, ଭାଇ, ଭାଉଜଙ୍କ ସ୍ନେହ ଆଦର ବି ପାଆନ୍ତି। ଏମିତିରେ ପାରିବାରିକ ମିଳନ ବି ହୋଇ ଯାଏ ।

{"id":112681}

ଆଉ ଗୋଟିଏ ସୁବିଧା ହୁଏ ସ୍ବାମୀସ୍ତ୍ରୀଙ୍କ କଳି ଝଗଡା ଯୋଗୁ କିଛି ସମୟ ପାଇଁ ଉତ୍ତେଜନା ଲାଗି ରହେ। କେହି କାହା କାମରେ ସାହାଯ୍ୟ କରନ୍ତିନି । ଏଣୁ ଆତ୍ମନିର୍ଭରତା ଆସେ। ସେହିପରେ ସ୍ତ୍ରୀଙ୍କ ସହ କଳିଗୋଳ ହେଲେ ଅଫିସ କାମ ଡିଷ୍ଟର୍ବ ହୁଏନି । ଯେହେତୁ ଝଗଡା ଯୋଗୁ କଥାବାର୍ତ୍ତା ବନ୍ଦ ଥାଏ ସ୍ତ୍ରୀ ଅଯଥା ଫୋନ କରି ଆସିଲା ବେଳକୁ ଏଇଟା ଆଣିବ, ସେଇଟା କରିବ କହି କାମରେ ବାଧା ସୃଷ୍ଟି କରିପାରନ୍ତିନି। ଅଫିସ କାମ ସୁରଖୁରୁରେ ଚାଲେ।

{"id":112682,"width":560,"height":560}

ସେହି ପରି ଅଫିସ ଛୁଟି ହେବା ପରେ ଶୀଘ୍ର ଘରକୁ ଆସିବା ଚିନ୍ତାରୁ ମୁକ୍ତି। ଝଗଡା ଯୋଗୁ ସ୍ତ୍ରୀ ଫୋନ କରନ୍ତିନି ଏଣୁ ଜଲଦି ଘରକୁ ଆସ ବୋଲି କେହି କୁହନ୍ତିନି । ସଂଧ୍ୟାଟି ଫିଲ୍ମ ଦେଖି ଏଣେ ତେଣେ ବୁଲି କଟେଇ ହୁଏ, ବନ୍ଧୁବାନ୍ଧବ ଓ ସାଙ୍ଗସାଥୀଙ୍କୁ ଭେଟି ହୁଏ  । ଝଗଡା ହେଲେ ଦାମ୍ପତ୍ୟରେ ମଧୁରତା ଆସେ। ସାମାନ୍ୟ କଳି ଝଗଡା ଯୋଗୁ ପତିପତ୍ନୀଙ୍କ ମଧ୍ୟରେ ଦୂରତା ଆସେ । ଏହି ସମୟରେ ପରସ୍ପର ପରସ୍ପର ସମ୍ପର୍କରେ ଚିନ୍ତା କରିବାକୁ ବାଧ୍ୟ ହୁଅନ୍ତି । ଯାହା ଝଗଡା ସମାଧାନର ବାଟ ଖୋଲିବା ସହ ସମ୍ପର୍କରେ ମଧୁରତା ମଧ୍ୟ ଆଣେ। ଜୀବନ ପୁଣି ନୂଆ ନୂଆ ଲାଗେ। ତେବେ ନିୟମିତ କଳିଝଗଡା କରିବା ପାରିବାରିକ ଶାନ୍ତି ସହ ପରିବାରର ଭବିଷ୍ୟତ ନଷ୍ଟ କରିଦିଏ । ଏଥିପ୍ରତି ସାବଧାନ ରହିବା ଦରକାର। ଏହା ଛଡା ପାରିବାରିକ କଳି ଯେପରି ଘରୋଇ ହିଂସାରେ ପରିଣତ ନ ହୁଏ ସେ ନେଇ ମଧ୍ୟ ସତର୍କ ରହିବା ଜରୁରି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.