କେନ୍ଦ୍ରୀୟ ବିଶ୍ଵ ବିଦ୍ୟାଳୟର କୁଳପତି ଭାବେ ଦାୟିତ୍ଵ ଗ୍ରହଣ କଲେ ପ୍ରଫେସର ଚକ୍ରଧର ତ୍ରିପାଠୀ

Published By : Prameya-News7 Bureau | September 26, 2022 IST

କୋରାପୁଟ: କୋରାପୁଟ ଜିଲ୍ଲା ସୁନାବେଡା ସ୍ଥିତ କେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟରେ ନୂତନ ସ୍ଥାୟୀ କୁଳପତି ଭାବେ ପ୍ରଫେସର ଚକ୍ରଧର ତ୍ରିପାଠୀ ଆଜି କାର୍ଯ୍ୟରେ ଯୋଗ ଦେଇଛନ୍ତି। ଭାରପ୍ରାପ୍ତ କୁଳପତି ପ୍ରଫେସର ଏସକେ ପାଲିତାଙ୍କ ଠାରୁ ସେ ଦାୟିତ୍ଵ ଗ୍ରହଣ କରିଛନ୍ତି। ପ୍ରଫେସର ତ୍ରିପାଠୀ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ସ୍ଥାୟୀ କୁଳପତି ଭାବେ ଦାୟିତ୍ଵରେ ରହିବେ। ପ୍ରଫେସର ତ୍ରିପାଠୀ ହେଉଛନ୍ତି ବିଶ୍ୱବିଦ୍ୟାଳୟର ଚତୁର୍ଥତମ ସ୍ଥାୟୀ କୁଳପତି।

କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର କୁଳପତି ଭାବେ ଯୋଗଦେବା ପୂର୍ବରୁ ପ୍ରଫେସର ତ୍ରିପାଠୀ ପଶ୍ଚିମବଙ୍ଗର ଶାନ୍ତି ନିକେତନ ସ୍ଥିତ ବିଶ୍ୱ ଭାରତୀର ହିନ୍ଦୀ ବିଭାଗରେ ବରିଷ୍ଠ ପ୍ରଫେସର ଥିଲେ ।ଗତ ବର୍ଷ ଜୁଲାଇରେ ସୁନାବେଡ଼ା କେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟର କୁଳପତି ଥିବା ଆଇ. ରାମବ୍ରହ୍ମଙ୍କ ପରଲୋକ ଘଟିଥିଲା। ସେତେବେଳେ ଏହି ବିଶ୍ଵବିଦ୍ୟାଳୟରେ କାର୍ଯ୍ୟରତ ପ୍ରଫେସର ଶରତ କୁମାର ପାଲିତାଙ୍କୁ ଭାରପ୍ରାପ୍ତ କୁଳପତି ଦାଇତ୍ୱ ପ୍ରଦାନ କରାଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.