ଶ୍ରେଣୀରେ ହିନ୍ଦୁ ଦେବାଦେବୀଙ୍କ ଉପରେ ଟିପ୍ପଣୀ କରି ଗିରଫ ହେଲେ ପ୍ରୋଫେସର, ଭିଡିଓ ଭାଇରାଲ ପରେ ହୋଇଥିଲା ବିବାଦ

Published By : Prameya-News7 Bureau | August 03, 2023 IST

ନୂଆଦିଲ୍ଲୀ, ୦୩/୦୮: ହିନ୍ଦୁ ଦେବାଦେବୀଙ୍କ ଉପରେ ଟିପ୍ପଣୀ କରି ଗିରଫ ହେଲେ କଲେଜ ପ୍ରୋଫେସର। ପୁଣେର ଏକ ପ୍ରତିଷ୍ଠିତ କଲେଜର ଜଣେ ପ୍ରଫେସରଙ୍କୁ ଶ୍ରେଣୀରେ ଛାତ୍ରଛାତ୍ରୀଙ୍କୁ ହିନ୍ଦୁ ଦେବାଦେବୀଙ୍କ ବିଷୟରେ ଟିପ୍ପଣୀ କରିବା ଅଭିଯୋଗରେ ଗୁରୁବାର ଗିରଫ କରାଯାଇଛି। ପ୍ରୋଫେସରଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ହିନ୍ଦୁବାଦୀ ସଂଗଠନର ପୋଲିସ୍‌ରେ ଅଭିଯୋଗ ପରେ ଆସିଛି।

ଏହି ମାମଲା​‌ରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଯାହା ପରେ ଏହି ପୂରା ମାମଲା ସାମ୍ନାକୁ ଆସିଥିଲା। ଦକ୍ଷିଣପନ୍ଥୀ ସଂଗଠନ ପ୍ରୋଫେସରଙ୍କ ବୟାନକୁ ‘ବିବାଦୀୟ’ ଏବଂ ‘ଅପମାନଜନକ’ କହିଛନ୍ତି। ଦକ୍ଷିଣପନ୍ଥୀ ହିନ୍ଦୁତ୍ବ ସଂଗଠନର ଅଭିଯୋଗ ପରେ କଲେଜ ନିଜ ଆଡ଼ୁ ପ୍ରୋଫେସରଙ୍କୁ ନିଲମ୍ବିତ କରିଛି। ଏବିଭିପି ମଧ୍ୟ ଭାଇରାଲ ଭିଡିଓ ଉପରେ ଆପତ୍ତି ଦର୍ଶାଇଥିଲା ଓ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲା ଏବଂ କଲେଜ ବାହାରେ ବିରୋଧ ପ୍ରଦର୍ଶନ କରିଥିଲା।

ଆଉ ଏହା ପରେ ଡେକ୍କନ ପୋଲିସ୍‌ ଥାନା ଜୁନିୟର କଲେଜର ପ୍ରଫେସର ଅଶୋକ ସୋପାନ ଢୋଲେ (୪୩)ଙ୍କ ବିରୋଧରେ ଏଫଆାଇଆର ରୁଜୁ କରିଥିଲା। ଢୋଲେ ୧୮ ବର୍ଷ ଧରି ସିମ୍ବୋୟୋସିସ୍‌ କଲେଜ୍ ଅଫ୍‌ ଆର୍ଟ୍ସ ଆଣ୍ଡ୍‌ କମର୍ସରେ ହିନ୍ଦି ପଢ଼ାଉଛନ୍ତି। କଲେଜ ଅଧିକାରୀ କହିଛନ୍ତି ଏହା ପ୍ରଥମ ଥର ଯେତେବେଳେ ପ୍ରୋଫେସରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି।

କଲେଜ ଅଧ୍ୟକ୍ଷ ଡ.ହୃଷିକେଶ ସୋମନଙ୍କ ଅନୁଯାୟୀ କିଛି ସଂଗଠନ ଦ୍ବାରା ପ୍ରୋଫେସରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାର ଦାବି କରାଯିବା ପରେ ପ୍ରୋଫେସରଙ୍କ ବିରୋଧରେ ଯାଞ୍ଚ ଆରମ୍ଭ କରାଯାଇଛି। ପ୍ରୋଫେସରଙ୍କ ମଧ୍ୟ ସସପେଣ୍ଡ୍‌ କରିଦିଆଯାଇଛି। ସେପଟେ ବରିଷ୍ଠ ପୋଲିସ୍‌ ନିରୀକ୍ଷକ ବିପିନ ହସବ୍ନିସ କହିଛନ୍ତି ଅଭିଯୋଗ ଆଧାରରେ ପ୍ରାରମ୍ଭିକ ଯାଞ୍ଚ କରିବା ପରେ ପ୍ରାଥମିକ ମାମଲା ରୁଜୁ ହୋଇଥିଲା। ପ୍ରୋଫେସରଙ୍କୁ ପଚରାଉଚରା ପାଇଁ ଡକାଯାଇଥିଲା ଆଉ ପରେ ତାଙ୍କୁ ଗିରଫ କରାଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.