ଶ୍ରେଷ୍ଠ ବରିଷ୍ଠ ବୈଜ୍ଞାନିକ ସମ୍ମାନରେ ସମ୍ମାନିତ ହେବେ ସୋଆ ପ୍ରଫେସର ଲାଲା ବିହାରୀ ଶୁକ୍ଳା

Published By : Prameya-News7 Bureau | November 05, 2018 IST

ଭୁବନେଶ୍ବର ୫|୧୧: ଶିକ୍ଷା ଓ ଅନୁସନ୍ଧାନ (ଡିମଡ ଟୁ ବି ୟୁନିଭର୍ସିଟି) ପରିଚାଳିତ ବାୟୋଫୁଏଲ୍ ଏବଂ ବାୟୋ ପ୍ରୋସେସିଂ ରିସର୍ଚ୍ଚ ସେଂଟରର ନିର୍ଦ୍ଦେଶକ ତଥା ରିସର୍ଚ୍ଚ ପ୍ରଫେସର ଲାଲା ବିହାରୀ ଶୁକ୍ଳା ପାଇବେ ଶ୍ରେଷ୍ଠ ବରିଷ୍ଠ ବୈଜ୍ଞାନିକ ସମ୍ମାନ । ଲାଇଫ୍ ୱେ ଟେକ୍ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ ପକ୍ଷରୁ ଆୟୋଜିତ “ଗ୍ଲୋବାଲ୍ ଏଜୁକେସନ୍ ଆଣ୍ଡ କର୍ପୋରେଟ୍ ଲିଡରସିପ୍ ଆୱାର୍ଡ୍ସ- ୨୦୧୮” କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ପ୍ରଫେସର ଶୁକ୍ଳାଙ୍କୁ ଶ୍ରେଷ୍ଠ ବୈଜ୍ଞାନିକ ସମ୍ମାନରେ ସମ୍ମାନିତ କରାଯିବ । ନିଜର ଅସାଧାରଣ ଦକ୍ଷତା ଏବଂ ଉତମ କାର୍ଯ୍ୟଶୈଳୀ ନିମନ୍ତେ ପ୍ରଫେସର ଶୁକ୍ଳାଙ୍କୁ ଏହି ସମ୍ମାନ ପାଇଁ ମନୋନୀତ କରାଯାଇଛି । ଏହି ଅବସରରେ ପ୍ରଫେସର ଶୁକ୍ଳାଙ୍କ ସମେତ କିଛି ଦକ୍ଷ ଶିକ୍ଷାବିତ୍, ଗବେଷକ ଓ ଶିଳ୍ପ ଜଗତର ବ୍ୟକ୍ତିଙ୍କୁ ଗ୍ଳୋବାଲ୍ ଏଜୁକେସନ୍ ଆଣ୍ଡ କର୍ପୋରେଟ୍ ଲିଡରସିପ୍ ଆୱାର୍ଡରେ ସମ୍ମାନିତ କରାଯିବ । ପ୍ରଫେସର ଶୁକ୍ଳା ପୂର୍ବରୁ ସିଏସ୍ଆଇଆର୍-ଆଇଏମ୍ଏମଟି ଭୁବନେଶ୍ବରର ବାୟୋ ରିସୋର୍ସେସ୍ ଇଞ୍ଜିନିୟରିଂ ଡିପାର୍ଟମେଂଟର ମୁଖ୍ୟ ଥିଲେ । ପ୍ରଫେସର ଶୁକ୍ଳାଙ୍କର ରିସର୍ଚ୍ଚ ଓ ଡେଭଲପମେଣ୍ଟ ନେଇ ବାୟୋମିନେରାଲ୍ ପ୍ରୋସେସିଂ, ହାଇଡ୍ରୋମେଟାଲର୍ଜୀ ଓ ଆଲଗଲ ବାୟୋଟେକ୍ନୋଲୋଜି କ୍ଷେତ୍ରରେ ୪୨ ବର୍ଷର ଅଭିଜ୍ଞତା ରହିଛି । ପୂର୍ବରୁ ତାଙ୍କୁ ସମ୍ମାନଜନକ ପ୍ରଫେସର ଏସ୍.ଆର୍. ବ୍ୟାସ୍ ମେମୋରିଆଲ୍ ଆୱାର୍ଡ, ଆଇଆଇଏମ୍ଇ ମିନେରାଲ୍ ବେନିଫିସିଏସନ୍ ଆୱାର୍ଡ ଏବଂ ସୀତାରାମ ରୁଙ୍ଗଟା ମେମୋରିଆଲ୍ ଆୱାର୍ଡ ପ୍ରଦାନ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.