ପ୍ରଫେସର ବିଧୁଭୂଷଣ ମିଶ୍ର ସମ୍ବଲପୁର ବିଶ୍ୱବିଦ୍ୟାଳୟର ନୂତନ କୁଳପତି

Published By : Prameya-News7 Bureau | January 08, 2023 IST

ସମ୍ବଲପୁର:  ସମ୍ବଲପୁର ବିଶ୍ୱବିଦ୍ୟାଳୟର ନୂତନ କୁଳପତି ଭାବେ ପ୍ରଫେସର ବିଧୁଭୂଷଣ ମିଶ୍ରଙ୍କୁ ନିଯୁକ୍ତି ମିଳିଛି । ରାଜ୍ୟପାଳ ତଥା କୁଳାଧିପତି ପ୍ରଫେସର ଗଣେଶୀ ଲାଲ ଆସନ୍ତା ୪ ବର୍ଷ ପାଇଁ ବିଧୁଭୂଷଣଙ୍କୁ କୁଳପତି ଭାବେ ନିଯୁକ୍ତି ଦେଇଛନ୍ତି । ଉତ୍କଳ ବିଶ୍ୱବିଦ୍ୟାଳୟର ବାଣିଜ୍ୟ ବିଭାଗରୁ ପ୍ରଫେସର ବିଧୁଭୂଷଣ ମିଶ୍ର ଅବସର ଗ୍ରହଣ କରିଥିଲେ।

ପ୍ରଫେସର ମିଶ୍ର ୯ ପୁସ୍ତକ ରଚନା କରିଥିବା ବେଳେ ତାଙ୍କର ୧୨୨ଟି ନିବନ୍ଧ ବିଭିନ୍ନ ପ୍ରତିଷ୍ଠିତ ଜର୍ଣ୍ଣାଲରେ ପ୍ରକାଶ ପାଇଛି । ପ୍ରମେୟକୁ ପ୍ରତିକ୍ରିୟା ଦେଇ ମିଶ୍ର କହିଛନ୍ତି, ‘ସମ୍ବଲପୁରର ସଂସ୍କୃତି ବହୁ ପୁରୁଣା । ଏହାକୁ ସରଂକ୍ଷଣ କରିବା ଓ ପ୍ରୋତ୍ସାହିତ କରିବାକୁ ବିଶ୍ୱବିଦ୍ୟାଳୟ ଗୁରୁତ୍ବ ଦେବ’।

ସୂଚନାଯୋଗ୍ୟ ଯେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ବିବାଦୀୟ ହୋଇ ଇସ୍ତଫା ଦେଇଥିଲେ । ସମ୍ବଲପୁର ବିଶ୍ବବିଦ୍ୟାଳୟର ବିବାଦୀୟ କୁଳପତି ପ୍ରଫେସର ସଂଜୀବ ମିତ୍ତଲ ନିଜ ପଦରୁ ଇସ୍ତଫା ଦେବା ପରେ ଏହି ପଦବି ଖାଲି ପଡ଼ିଥିଲା। ପ୍ରଫେସର ମିତ୍ତଲ ସମ୍ବଲପୁର ବିଶ୍ବବିଦ୍ୟାଳୟ କୁଳପତି ଭାବେ ଦାୟିତ୍ବ ନେବା ଦିନଠାରୁ ଅନେକ ବିବାଦରେ ଛନ୍ଦି ରହିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.