OUTRର ନୂଆ କୂଳପତି ହେଲେ ପ୍ରଫେସର ବିଭୂତି ଭୂଷଣ ବିଶ୍ୱାଳ, ୪ ବର୍ଷ ଯାଏଁ ସମ୍ଭାଳିବେ ଦାୟିତ୍ୱ
13/01/2023 at 2:04 PM

ଭୁବନେଶ୍ୱର ୧୩।୦୧ : ପ୍ରଫେସର ବିଭୂତି ଭୂଷଣ ବିଶ୍ୱାଳ ହେଲେ ଓୟୁଟିଆର ନୂତନ କୂଳପତି ନିଯୁକ୍ତ । ପ୍ରଫେସର ବିଭୂତି ଭୂଷଣ ବିଶ୍ୱାଳଙ୍କ ଓୟୁଟିଆର୍ର ନୂତନ କୂଳପତି ଭାବେ ନିଯୁକ୍ତି ଦେଇଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲ୍ । ପ୍ରଫେସର ବିଶ୍ୱାଳଙ୍କୁ ଚାରି ବର୍ଷ ପାଇଁ ନିଯୁକ୍ତ ଦେଇଛନ୍ତି ରାଜ୍ୟପାଳ ।
ଖବର ଅନୁଯାୟୀ, ପ୍ରଫେସର ବିଶ୍ୱାଳ ବର୍ତ୍ତମାନ ଇଣ୍ଡିଆନ୍ ଇନ୍ଷ୍ଟୁଚ୍ୟୁଟ୍ ଅଫ ଟେକ୍ନୋଲୋଜି, ମେଘାଳୟରେ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ତୁଲାଉଛନ୍ତି । ପ୍ରଫେସର ବିଭୂତି ଭୂଷଣ ବିଶ୍ୱାଳଙ୍କ ୩୬ ବର୍ଷରୁ ଅଧିକ ବର୍ଷର ଶିକ୍ଷାଦାନ କରିବାର ଅଭିଜ୍ଞତା ରହିଛି । ସେ ୩ଟି ପୁସ୍ତକ ରଚନା କରିଛନ୍ତି । ମୋଟ ୨୪ଜଣ ପିଏଚ୍ଡି ଏବଂ ୪୫ଜଣ ପିଜି ଛାତ୍ରଙ୍କୁ ସଫଳତା ପୂର୍ବକ ଗାଇଡ୍ କରିସାରିଛନ୍ତି ପ୍ରଫେସର ବିଭୂତି ଭୂଷଣ ବିଶ୍ୱାଳ ।
Related Posts
ବୁଦ୍ଧଖୋଲ ମହୋତ୍ସବ ଉଦଯାପିତ; ଲୋକନୃତ୍ୟରେ ଦୁଲୁକିଲା ମଞ୍ଚ
30 January 2023
ବିଦ୍ୟୁତ୍ ଆଘାତରେ ରାଜମିସ୍ତ୍ରୀଙ୍କ ମୃତ୍ୟୁ
30 January 2023
ନୀଳଗିରି ରାସ୍ତାରେ ବୁଲୁଛି ଭାଲୁ; ଭୟଭୀତ ସ୍ଥାନୀୟ ଲୋକେ
30 January 2023