vridhi excotica
ori homes
vridhi excotica
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ପ୍ରକାଶ ପାଇଲା ଚଳିତ ବର୍ଷର ମାଟ୍ରିକ୍ ପରୀକ୍ଷା ଫଳ, ମୋଟ୍ ପାସ୍ ହାର ୯୦.୫୫ ପ୍ରତିଶତ
  • ||
  • ରାଉରକେଲା : ଷ୍ଟିଲ ସିଟିରେ ୩୧୧ କୋଟିର GST ଠକେଇ, ବନ୍ଧାହେଲେ ୫ ବ୍ୟବସାୟୀ
  • ||
  • ରାଜ୍ୟରେ ବଢୁଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୦୧ କୋଭିଡ୍ ପଜିଟିଭ୍
  • ||
  • ଘରୋଇ ଗ୍ୟାସ୍ ସିଲିଣ୍ଡର ହେଲା ମହଙ୍ଗା, ସିଲିଣ୍ଡର ପିଛା ବଢିଲା ୫୦ ଟଙ୍କା
  • ||
  • ଷ୍ଟିଲ ସିଟିରେ ୩୧୧ କୋଟିର GST ଠକେଇ, ବନ୍ଧାହେଲେ ୫ ବ୍ୟବସାୟୀ
  • ||
  • ଭୁବନେଶ୍ୱର : ରଶ୍ମିରେଖାଙ୍କ ପୁରୁଷବନ୍ଧୁଙ୍କ ଆତ୍ମହତ୍ୟା, ରାଉରକେଲାରୁ ମିଳିଲା ଝୁଲନ୍ତା ମୃତଦେହ
  • ||

ବ୍ଲୁଷ୍ଟାରର ୱାଦା କାରଖାନାରେ ଆରମ୍ଭ ହେଲା ଉତ୍ପାଦନ, ବାହାରିବ ବାର୍ଷିକ ୨ ଲକ୍ଷ ଡିପ ଫ୍ରିଜର

18/05/2022 at 3:34 PM

ଭୁବନେଶ୍ୱର ୧୮।୫: ଅଗ୍ରଣୀ ଏୟାର କଣ୍ଡିସନିଂ ଓ ବାଣିଜ୍ୟିକ ରେଫ୍ରିଜେରଟର ଉତ୍ପାଦକ ବ୍ଲୁଷ୍ଟାରଙ୍କ ଉତ୍ପାଦନ ଏବେ ଦ୍ୱିଗୁଣିତ ହୋଇଛି। ୱାଦାସ୍ଥିତ କମ୍ପାନୀର ନୂଆ କାରଖାନା କାର୍ଯ୍ୟକ୍ଷମ ହୋଇଥିବା ବେଳେ ଏଠାରୁ ୩୦୦ ଲିଟରରୁ ୬୫୦ ଲିଟର କ୍ଷମତା ବିଶିଷ୍ଟ ଡିପ ଫ୍ରିଜର ଉତ୍ପାଦନ ହେଉଛି। ଏଠାରେ  ସ୍ୱଦେଶୀ ଡିଜାଇନରେ ଡିପ ଫ୍ରିଜରସବୁ ଉତ୍ପାଦିତ ହେଉଥିବା ବେଳେ ଏଗୁଡିକ ଯୁକ୍ତ ୨ ଡିଗ୍ରି ସେଣ୍ଟିଗ୍ରେଡରୁ ବିଯୁକ୍ତ ୨୪ ଡିଗ୍ରି ସେଣ୍ଟିଗ୍ରେଡର ତାପ ନିୟନ୍ତ୍ରଣ କରିବାକୁ ସକ୍ଷମ।

କମ୍ପାନୀର ବାଣିଜ୍ୟିକ ରେଫ୍ରିଜେରେସନ ଉତ୍ପାଦ ଏବଂ ସଲ୍ୟୁସନ ମୁଖ୍ୟତଃ ଡିପ ଫ୍ରିଜର ଓ ୱାଟର କୁଲର ଉତ୍ପାଦନ  ନିମନ୍ତେ ୱାଦାଠାରେ ନୂତନ କାରଖାନା ସ୍ଥାପନ କରିଛି। ପ୍ରାୟ ୧୩୦ କୋଟି ଟଙ୍କା ବିନିଯୋଗରେ ସ୍ଥାପିତ ଏହି କାରଖାନା ଉନ୍ନତ ଜ୍ଞାନ କୌଶଳରେ ବିକଶିତ ହୋଇଥିବା ବେଳେ ସର୍ବୋତ୍ତମ ପରିଚାଳନା ବ୍ୟବସ୍ଥା ଆପଣାଇଛି। ଏହି କାରଖାନାରୁ ବାର୍ଷିକ ୨ ଲକ୍ଷ ଡିପ ଫ୍ରିଜର ଓ ୧ ଲକ୍ଷ ଷ୍ଟୋରେଜ ୱାଟର କୁଲର ଉତ୍ପାଦନ କରିପାରିବ।

କମ୍ପାନୀ ବାଣିଜ୍ୟିକ ଶୀତଳିକରଣ ଉତ୍ପାଦ ଏବଂ ସମାଧାନ ଶ୍ରେଣୀରେ ଡିପ ପ୍ରିଜର, ବଟଲ କୁଲର, ଷ୍ଟୋରେଜ ୱାଟର କୁଲର, ବଟଲ୍ଡ ୱାଟର ଡିସ୍ପେନସର, ମଡ୍ୟୁଲାର କୋଲ୍ଡ ରୁମ, କମର୍ସିଆଲ କିଚେନ ରେଫ୍ରିଜେରେସନ ଉପକରଣ ଆଦି ଉତ୍ପାଦନ ବିତରଣ ଓ ରକ୍ଷଣାବେକ୍ଷଣ କରିଆସୁଛି। ଦୀର୍ଘସ୍ଥାୟିତ୍ୱ ଉପରେ ଗୁରୁତ୍ୱାରୋପ କରି ଉତ୍ପାଦଗୁଡିକର ଉତ୍ପାଦନରେ ଉନ୍ନତ ଜ୍ଞାନକୌଶଳ ଆପଣାଉଛି। ପିୟୁଏଫ ପ୍ୟାନେଲ ନିର୍ମାଣରେ ପରିବେଶ ଅନୁକୂଳ ଜ୍ଞାନ କୌଶଳ ଆପଣେଇବାରେ ବ୍ଲୁଷ୍ଟାର ହେଉଛି ଦେଶର ପ୍ରଥମ କମ୍ପାନୀ।   

   Related Posts