ବିଦ୍ୟୁତ ଦର ବଢ଼ାଇବାକୁ କସରତ୍ : ୟୁନିଟ୍ ପିଛା ୭ ପଇସା ବୃଦ୍ଧି ପାଇଁ ଓଏଚ୍‌ପିସିର ଦାବି, ଯୁକ୍ତି ସହ ବିରୋଧ କଲେ ଉପଭୋକ୍ତ ସଂଘ ଓ ଯନ୍ତ୍ରୀ

Published By : Prameya-News7 Bureau | February 03, 2020 IST

ଭୁବନେଶ୍ବର୩/୨: ବିଜୁଳି ବିଭ୍ରାଟ ଥମୁନି। ଅସନ୍ତୋଷ ବି ଯାଉନି। ତଥାପି ଉପଭୋକ୍ତାଙ୍କ ଉପରେ ବିଜୁଳି ବୋଝ ବଢ଼ିବା ଆଶଙ୍କା ଟଳୁ ନାହିଁ। କାରଣ ଲୋକଙ୍କୁ ୨୪ ଘଣ୍ଟା ନିରନ୍ତର ବିଜୁଳି ମିଳୁକି ନ ମିଳୁ, କିନ୍ତୁ କମ୍ପାନୀ ବିଜୁଳି ଦର ବୃଦ୍ଧି ଲାଗି ଦାବି କରୁଛି। ଓଇଆରସି ଶୁଣାଣିର  ପ୍ରଥମ ଦିନରେ ଓଏଚ୍‌ପିସି ୟୁନିଟ ପିଛା ୭ ପଇସା ବଢ଼ାଇବାକୁ ଦାବି କରିଛି। କିନ୍ତୁ ଉପଭୋକ୍ତା ସଂଘ ଏବଂ ପୂର୍ବତନ ଯନ୍ତ୍ରୀ ମାନେ ଏହି ଦରବୃଦ୍ଧିକୁ ବିରୋଧ କରିଛନ୍ତି । ଏହି ଶୁଣାଣି ୧୪ ତାରିଖ ଯାଏଁ ଚାଲିବ।

{"id":219674,"sizeSlug":"large"}

ଉତ୍ପାଦନ ଖର୍ଚ୍ଚ ବଢ଼ିଲାଣି ତେଣୁ ବିଜୁଳି ଦର ବଢ଼ାଅ । ବିଜୁଳି ଶୁଣାଣିର ପ୍ରଥମ ଦିନରେ ଓଡ଼ିଶା ଜଳ ବିଦ୍ୟୁତ ନିଗମ- ଓଏଚ୍‌ପିସି ଦରବୃଦ୍ଧି ନେଇ ତାର ପକ୍ଷ ରଖିଛି । ଯୁକ୍ତି ବାଢ଼ିଛି ଯେ, ବିଦ୍ୟୁତ ଉତ୍ପାଦନ ଜନିତ ଖର୍ଚ୍ଚ ବଢ଼ିବାରେ ଲାଗିଛି । ଚଳିତ ବର୍ଷ ଓଏଚ୍‌ପିସି ୫୬୦୨ ୟୁନିଟ ବିଦ୍ୟୁତ ଶକ୍ତି ଉତ୍ପାଦନ କରି ସରକାରଙ୍କୁ ବିକ୍ରି କରିବ। ସେଥିପାଇଁ ଖର୍ଚ୍ଚ ହେବ ୫୩୬କୋଟି ଟଙ୍କ​‌। । ଏବେ ଓଏଚ୍‌ପିସି ୟୁନିଟ ପିଛା ୮୮ପଇସାରେ ବିଜୁଳି ବିକୁଥିବା ବେଳେ ବର୍ତ୍ତମାନ ୯୫ ପଇସାକୁ ବୃଦ୍ଧି କରିବାକୁ ଦାବି କରିଛି ।

{"id":219675,"sizeSlug":"large"}

ଓଏଚ୍‌ପିସିର ଯୁକ୍ତିକୁ କିନ୍ତୁ ଉପଭୋକ୍ତା ସଂଘ ତୀବ୍ର ବିରୋଧ କରିଛି । ରାଜ୍ୟ ସରକାରଙ୍କ ଅଧୀନରେ ଥିବା ଓଏଚ୍‌ପିସି ଲାଭଜନକ ସଂସ୍ଥା । ଓଏଚ୍‌ପିସି ଲାଭ ବାବଦରେ ଗତ ବର୍ଷ ୩୩ କୋଟି ଟଙ୍କା ପ୍ରଦାନ କରିଥିଲା । ଏପରିକି ଏବେ ୬୬୬କୋଟି ଟଙ୍କା ବ୍ୟାଙ୍କରେ ଜମା ରହିଛି ।

{"id":219676,"sizeSlug":"large"}

ଏହାସହ ଓଏଚ୍‌ପିସି ୨ହଜାର ମେଗାୱାଟ୍‌ ବିଦ୍ୟୁତ୍‌ ଶକ୍ତି ଉତ୍ପାଦନ କରିବା କ୍ଷମତା ଥିଲେ ମଧ୍ୟ ଏବେ ମାତ୍ର ୪୭୦ ମେଗାୱାଟ୍‌ ଉତ୍ପାଦନ କରୁଛି । ଏପଟେ ଖରାପ ହୋଇପଡିଥିବା ୟୁନିଟ୍‌ ଗୁଡିକୁ ଓଏଚ୍‌ପିସି  ନ ସଜାଡି ଓପଜିସି ସହ ମିଶି ଥର୍ମାଲ ପାଓ୍ବାର୍‌ ୟୁନିଟ ଖୋଲିବାକୁ ଯୋଜନା କରୁଛି । ତେଣୁ ଓଏଚ୍‌ପିସି ୟୁନିଟ ପିଛା ୮ ପଇସା କମାଇବା ପାଇଁ ଯୁକ୍ତି ବାଢ଼ିଛି ବିଦ୍ୟୁତ ଉପଭୋକ୍ତା ସଂଘ

{"id":219677,"sizeSlug":"large"}

 ଦୁଇବର୍ଷ ଧରି ରାଜ୍ୟରେ ବିଦ୍ୟୁତ୍‌ ଦର ବଢ଼ିନାହିଁ । ଚଳିତ ବର୍ଷ ଦରବୃଦ୍ଧି କରିବାକୁ ସରକାର ଚିନ୍ତା କରୁଛନ୍ତି । ଏବେ ସରକାର ଗ୍ରାହକଙ୍କ ଠାରୁ ବିଦ୍ୟୁତ ଶୁଳ୍କ ବାବଦରେ ୧୩ଶହ କୋଟି ଟଙ୍କା ଆଦାୟ କରୁଥିବାରୁ ଗ୍ରାହକମାନଙ୍କୁ ୨ଶହ ୟୁନିଟ୍‌ ବିଦ୍ୟୁତ ମାଗଣାରେ ଯୋଗାଇ ଦେବାକୁ ଦାବି ଜୋର ଧରିଲାଣି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.