ଇରଫାନ୍, ଋଷିଙ୍କ ପରେ ଆଉ ଜଣଙ୍କୁ ହରାଇଲା ବଲିଉଡ୍ : ପ୍ରଡ୍ୟୁସର୍ସ ଗିଲ୍ଡ ଅଫ୍ ଇଣ୍ଡିଆର ସିଇଓ କୁଲମିତ୍ ମକ୍କରଙ୍କ ଦେହାନ୍ତ

Published By : Prameya-News7 Bureau | May 02, 2020 IST

ମୁମ୍ବାଇ ୨।୫: ଗତ ଦୁଇ ଦିନ ମଧ୍ୟରେ ବଲିଉଡ୍ ଦୁଇ ମହାନ ଚଳଚ୍ଚିତ୍ର ଅଭିନେତାଙ୍କୁ ହରାଇଛି । ଇରଫାନ ଖାନଙ୍କ ମୃତ୍ୟୁର ଗୋଟିଏ ଦିନ ପରେ ଋଷି କପୁର ସିନେମା ଜଗତରୁ ସବୁଦିନ ପାଇଁ ବିଦାୟ ଦେଇଥିଲେ । ଏହି ଦୁଇଜଣଙ୍କର ଦେହାନ୍ତ ହେବାପରେ ସମଗ୍ର ଦେଶ ଶୋକରେ ବୁଡିଯାଇଥିଲା ।

ଉଭୟଙ୍କ ମୃତ୍ୟୁର ଦୁଃଖରୁ ଲୋକମାନେ ଏପର୍ଯ୍ୟନ୍ତ ବାହାରିନଥିବା ବେଳେ ପୁଣି ବଲିଉଡ୍ କୁ ଆଉ ଏକ ଝଟକା ଲାଗିଛି । ଅନ୍ୟ ଜଣେ ବଲିଉଡ ତାରକା ସବୁଦିନ ପାଇଁ ବିଦାୟ ନେଇଛନ୍ତି । ସେ ହେଉଛନ୍ତି ପ୍ରଡ୍ୟୁସର ଗିଲ୍ଡ ଅଫ୍ ଇଣ୍ଡିଆର ସିଇଓ କୁଲମିତ ମକ୍କର । ୬୦ ବର୍ଷ ବୟସରେ କୁଲମିତଙ୍କ ହୃଦଘାତରେ ମୃତ୍ୟୁ ହୋଇଛି । ଫିଲ୍ମ ନିର୍ମାତା କରଣ ଜୋହର ଟ୍ବିଟ୍ କରି ଏହି ସୂଚନା ଦେଇଛନ୍ତି ।

wp:html /wp:html

ଖବର ଅନୁଯାୟୀ, ହିମାଚଳ ପ୍ରଦେଶର ଧରମଶାଲାରେ କୁଲମିତ ମକ୍କରଙ୍କ ଶୁକ୍ରବାର ଦିନ ମୃତ୍ୟୁ ଘଟିଛି । ଦେଶରେ ଚାଲିଥିବା ଲକ୍ ଡାଉନ୍ ଯୋଗୁଁ ସେ ତାଙ୍କ ଘରେ ରହିଥିଲେ ।

କୁଲମିତ ମକ୍କର ପ୍ରାୟ ତିନି ଦଶକ ଧରି ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ କରିଥିଲେ । ଅନେକ ବଡ ସଂଗଠନର ମୁଖ୍ୟ ହେବା ବ୍ୟତୀତ ସେ ଫିଲ୍ମ ଇଣ୍ଡଷ୍ଟ୍ରିରେ ଦୈନିକ ମଜୁରୀ ପାଉଥିବା ଶ୍ରମିକଙ୍କ ପାଇଁ ଏକ ଟ୍ରଷ୍ଟ ପାଣ୍ଠି କରିବାରେ ମଧ୍ୟ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଯେଉଁମାନେ ଲକ୍ ଡାଉନ୍ ଯୋଗୁଁ ଆର୍ଥିକ ଅସୁବିଧାର ସମ୍ମୁଖୀନ ହେଉଥିଲେ । କରୋନୋ ଭାଇରସ୍ ସଙ୍କଟର ମୁକାବିଲା ପାଇଁ କୁଲମିତ ମକ୍କର ୧୦ ଲକ୍ଷ ଟଙ୍କା ଦାନ ଦେବା ଲାଗି ଘୋଷଣା କରିଥିଲେ । ଯେଉଁଥିପାଇଁ ତାଙ୍କୁ ସବୁଆଡେ ପ୍ରଶଂସା କରାଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.