#MeToo : ବଲିଉଡ୍‌ର ସଂସ୍କାରୀ ଅଭିନେତାଙ୍କ ବିରୋଧରେ ଅଭିଯୋଗ ଆଣିଲେ ପ୍ରଯୋଜିକା ବୀନିତା ନନ୍ଦା

Published By : Prameya-News7 Bureau | October 09, 2018 IST

ମୁମ୍ବାଇ ୯|୧୦:  କିଛି ଦିନ ଧରି ବଲିଉଡ୍ ରେ ଗୋଟିଏ ପରେ ଗୋଟିଏ ଯୌନ ଶୋଷଣର ଗୁମର ଫିଟିବାରେ ଲାଗିଛି । ବଲିଉଡର ଅଭିନେତ୍ରୀମାନେ ଲୋକପ୍ରିୟ ଅଭିନେତା ତଥା ନର୍ଦ୍ଦେଶକଙ୍କ ଉପରେ ଯୌନ ଶୋଷଣର ଅଭିଯୋଗ ଲଗାଉଛନ୍ତି । ବହୁ ଦିନରୁ ଚୁପ୍ ରହିଥିବା ଅଭିନେତ୍ରୀମାନେ ଏବେ #MeToo ଅଭିଯାନରେ ସାମିଲ ହୋଇ ଧିରେ ଧିରେ ସମସ୍ତଙ୍କ ଗୁମର ଫିଟାଇବାରେ ଲାଗିଛନ୍ତି । ଅଭିନେତା ନାନା ପାଟେକର, ନିର୍ଦ୍ଦେଶକ ବିକାଶ ବହଲ ଏବଂ କମେଡିଆନ ଉତ୍ସବ ଚକ୍ରବର୍ତ୍ତୀଙ୍କ ପରେ ଏବେ ଟେଲିଭିଜନ ଜଗତର ‘ସଂସ୍କାରୀ ବାବୁ’ କୁହାଯାଉଥିବା ଆଲୋକ ନାଥଙ୍କ ପାଳି ପଡିଛି । ଧାରାବାହିକ ଏବଂ ଚଳଚିତ୍ର ଜଗତରେ ସମସ୍ତଙ୍କ ପ୍ରିୟ ତଥା ଲୋକପ୍ରିୟ ସଂସ୍କାରୀ ବାବୁଜୀ ମଧ୍ୟ ଏହି #MeToo  ଅଭିଯାନର ଶିକାର ହୋଇଯାଇଛନ୍ତି । ଆଲୋକ ନାଥଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି ମହିଳା ପ୍ରଯୋଜକ । ତାଙ୍କ ନାଁରେ ମହିଳା ପ୍ରଯୋଜକ ବିନୀତା ନନ୍ଦ ଦୁଷ୍କର୍ମର ଅଭିଯୋଗ କରିଛନ୍ତି । ବିନୀତା ନିଜ ଫେସବୁକ୍ ପୋଷ୍ଟରେ ଏକଥା ଲେଖିଛନ୍ତି । ମାତ୍ର ସେ ସିଧାସଳଖ ଆଲୋକ ନାଥଙ୍କ ନାଁ ସିଧାସିଧା ନନେବା ବଦଳରେ ସଂସ୍କାରୀ ଶବ୍ଦର ବ୍ୟବହାର କରିଛନ୍ତି । ବିନିତା ତାଙ୍କ ପୋଷ୍ଟରେ ଯେଉଁ ଘଟଣା ସମ୍ପର୍କରେ କହିଛନ୍ତି ତାହା ୧୯୯୦ ମସିହାର ଘଟଣା । ୧୯୯୦ ମସିହାରେ ଟେଲିଭିଜନ ଶୋ’ ‘ତାରା’ର ପ୍ରଯୋଜକ ଥିଲେ ବୀନିତା ନନ୍ଦା । ଏହି ଶୋ’ରେ ଆଲୋକନାଥ ଦୀପକ ସେଠ୍ ର ମୁଖ୍ୟ ଭୂମିକାରେ ଥିଲେ । ବୀନିତା ତାଙ୍କ ପୋଷ୍ଟରେ କହିଛନ୍ତି ଯେ ଆଲୋକନାଥ ତାଙ୍କୁ ଘରେ ଛାଡିବାକୁ ଯାଇଥିଲେ ଏବଂ ତାଙ୍କ ଘରେ ହିଁ ତାଙ୍କୁ ମଦ ପିଆଇ ଦୁଷ୍କର୍ମ କରିଥିଲେ । ସେ ମଦ୍ୟପ ଥିଲେ ଏବଂ ଖରାପ ବ୍ୟକ୍ତି ମଧ୍ୟ ଥିଲେ । ମାତ୍ର ଟେଲିଭିଜନ ଜଗତର ଲୋକପ୍ରିୟ ଅଭିନେତା ଥିବା କାରଣକୁ ତାଙ୍କର ସବୁ ଭୁଲକୁ ମାଫ୍ କରିଦିଆଯାଉଥିଲା । ଏ ଘଟଣା ସମ୍ବନ୍ଧରେ ଆଲୋକନାଥ କହିଛନ୍ତି ଯେ,ତାଙ୍କୁ କିଛି ନପଚାରିବା ଭଲ, କାରଣ ସେ ଯାହା କହିଲେ ଭି ଏବେ କେହି ବିଶ୍ବାସ କରିବେ ନାହିଁ ।ଜଣେ ମହିଳା ଯାହା କହିଧିଏ ତାହା କଣ ବ୍ରହ୍ମ ବାକ୍ୟ କି ବୋଲି ସେ ପ୍ରଶ୍ନ କରିଛନ୍ତି। ତେବେ ବିନୀତା ଯାହା କହିଛନ୍ତି ସେଇଟା ତାଙ୍କ ନିଜସ୍ବ ମାନସିକତା । କିନ୍ତୁ ବିନୀତା ଏହା କହିବା ଦ୍ବାରା ତାଙ୍କ ଉପରକୁ ଅଂଗୁଳି ଉଠିଗଲା ବୋଲି ସେ କ୍ଷୋଭର ସହ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.