ଯଦି ଆପଣ ସିଗାରେଟ୍ ନିଶା ଛାଡ଼ିବାକୁ ଚାହୁଁଛନ୍ତି ତେବେ ଅବଲମ୍ବନ କରନ୍ତୁ ଏହିସବୁ ଉପାୟ

Published By : Prameya-News7 Bureau | January 17, 2019 IST

ସମଗ୍ର ବିଶ୍ବରେ ଦଶ ଜଣଙ୍କ ମୃତ୍ୟୁ ମଧ୍ୟରୁ ଜଣଙ୍କ ମୃତ୍ୟୁର କାରଣ ହେଉଛି ଧୂମପାନ। ଚୀନ,ଋଷ,ଆମେରିକା ଏବଂ ଭାରତରେ ଅଧିକାଂଶ ଲୋକ ଧୂମପାନ କରି ମୃତ୍ୟୁମୁଖରେ ପଡ଼ିଥାନ୍ତି। ଏକ ଆକଳନରୁ ଜଣା ପଡ଼ିଛି ଯେ ୨୦୧୫ମସିହାରେ ପ୍ରାୟ ୧ନିୟୁତ ବ୍ୟକ୍ତି ପ୍ରତିଦିନ ସିଗାରେଟ୍ ଟାଣୁଥିଲେ। ସର୍ଭେ ଅନୁସାରେ ପ୍ରତି ୪ଜଣଙ୍କ ପୁରୁଷଙ୍କ ମଧ୍ୟରୁ ଜଣେ ଧୂମପାନ କରୁଥିବାବେଳେ ପ୍ରତି ୨୦ଜଣ ମହିଳାଙ୍କ ମଧ୍ୟରୁ ଜଣେ ମହିଳା ଧୂମପାନ କରୁଥିଲେ।

ତମାଖୁ ନିୟନ୍ତ୍ରଣ ଆଇନ୍ ସତ୍ତ୍ବେ ଧୂମପାନ କରୁଥିବା ଲୋକଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଏଥିପାଇଁ ସିଗାରେଟ ଛାଡ଼ିବା ପାଇଁ ଆପଣ ଏହି ଉପାୟଗୁଡ଼ିକୁ ଅବଲମ୍ବନ କରିପାରିବେ।

ପ୍ଲାନ୍ କରନ୍ତୁ- ପ୍ଲାନ୍ ହିସାବରେ କାମ କଲେ ଆପଣଙ୍କ ଲକ୍ଷ୍ୟ ହାସଲ ହୋଇପାରିବ। ଯେଉଁଦିନ ଆପଣ ନିଜେ ସ୍ଥିର କରିବେ ଯେ ଆପଣ ସିଗାରେଟ୍ ଛାଡ଼ିବାକୁ ଚାହୁଁଛନ୍ତି ସେଦିନ ଆପଣଙ୍କ ଆତ୍ମବିଶ୍ବାସ ବଢ଼ିବ। କେତେକ ମୋବାଇଲ୍ ଆପ୍ ମଧ୍ୟ ଆପଣଙ୍କୁ ଏ ଦିଗରେ ସାହାଯ୍ୟ କରିବ। Smokefree TXT,QuitGuide app ଏବଂ Quitline ଭଳି ଆପ୍ ଆପଣଙ୍କୁ ସିଗାରେଟ୍ ଛାଡ଼ିବା ପାଇଁ ସାହାଯ୍ୟ କରିବ।

ବ୍ୟସ୍ତ ରୁହନ୍ତୁ- ସିଗାରେଟ୍ ପିଇବା ବନ୍ଦ କରିବା ପରେ ନିଜକୁ ବ୍ୟସ୍ତ ରଖନ୍ତୁ। ବ୍ୟସ୍ତ ରହିଲେ ମନରେ ସିଗାରେଟ୍ କଥା ଆସିବ ନାହିଁ। ନିଜକୁ ବ୍ୟସ୍ତ ରଖିବା ପାଇଁ ଆପଣ ଓ୍ବାକରେ ମଧ୍ୟ ଯାଇ ପାରିବେ। ସିଗାରେଟ ବଦଳରେ ଚୁଇଙ୍ଗମ୍ କିମ୍ବା ଟଫି ଖାଆନ୍ତୁ। ଫିଲ୍ମ ଦେଖିବାକୁ ଯାଆନ୍ତୁ ଏବଂ ବହି ପଢ଼ନ୍ତୁ। ପରିବାରଲୋକ ଏବଂ ସାଙ୍ଗସାଥୀଙ୍କ ଗହଣରେ ସମୟ ବିତାନ୍ତୁ।

ନିଶାରୁ ବର୍ତ୍ତନ୍ତୁ- ଭିନ୍ନ ଭିନ୍ନ ପରିସ୍ଥିତି ଆପଣଙ୍କୁ ସିଗାରେଟ୍ ପିଇବାକୁ ବାଧ୍ୟ କରିପାରେ। ନିଶାରୁ ବଞ୍ଚିବା ପାଇଁ ସିଗାରେଟ ପ୍ୟାକେଟ୍,ଲାଇଟର ଏବଂ ଆଶ୍ ଟ୍ରେ ଫୋପାଡ଼ି ଦିଅନ୍ତୁ। କଫି ପିଅନ୍ତୁ ନାହିଁ। ଏଥିରେ ଥିବା କ୍ୟାଫିନ୍ ଆପଣଙ୍କୁ ସିଗାରେଟ ଟାଣିବା ଇଚ୍ଛାକୁ ଅଧିକ ବଢେଇ ଦେଇଥାଏ। ସିଗାରେଟ୍ ପିଉନଥିବା ଲୋକଙ୍କ ସହ ବନ୍ଧୁତା ସ୍ଥାପନ କରନ୍ତୁ। ଧୂମପାନ ହେଉଥିବା ସ୍ଥାନକୁ ଯାଆନ୍ତୁ ନାହିଁ।

ସକରାତ୍ମକ ହୁଅନ୍ତୁ- ସିଗାରେଟ୍ ନିଶାରୁ ବାହାରିବା ଏକ ବଡ଼ କଷ୍ଟ କାମ ହୋଇଥାଏ। ଏପରି କ୍ଷେତ୍ରରେ ସକରାତ୍ମକ ଚିନ୍ତାଧାରା ଅତି ଆବଶ୍ୟକ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.