oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୬୭ କୋଭିଡ୍ ପଜିଟିଭ୍
  • ||
  • ନବରାତ୍ରର ଦ୍ନିତୀୟ ଦିନ, ବ୍ରହ୍ମଚାରିଣୀ ରୂପେ ଦର୍ଶନ ଦେଉଛନ୍ତି ମାଆ ଜଗଦମ୍ୱା
  • ||
  • ରାଉରକେଲା : ବରିଷ୍ଠ ଆଇନଜୀବୀ ରମେଶ ବଳଙ୍କ ଆତ୍ମହତ୍ୟା, ଶ୍ୱଶୁର ଘରୁ ମିଳିଲା ଝୁଲନ୍ତା ମୃତଦେହ
  • ||
  • ଭୁବନେଶ୍ୱର : ଆସୁଛି ଆଉ ଏକ ଲଘୁଚାପ, ବର୍ଷାରେ ଭିଜିବ ଦଶହରା
  • ||

ଅଗଷ୍ଟ ୧୫ ସୁଦ୍ଧା କରୋନା ଭ୍ୟାକସିନ୍ ପ୍ରସ୍ତୁତି ଉପରେ ଉଠିଲା ପ୍ରଶ୍ନ: ସଫେଇ ଦେଲା ICMR, କହିଲା- ସମୟ ସହ ମାନଦଣ୍ଡ ଏବଂ ଗାଇଡ୍‌ଲାଇନ୍ସକୁ ଦେଉଛୁ ପ୍ରାଧାନ୍ୟ

4/07/2020 at 9:27 PM

ନୂଆଦିଲ୍ଲୀ ୦୪।୦୭: କରୋନା ଭାଇରସ୍‌ ଭ୍ୟାକସିନ୍‌ ପ୍ରସ୍ତୁତି ନେଇ ସମଗ୍ର ଦୁନିଆରେ ଅହରହ ପ୍ରୟାସ ଜାରି ରହିଛି। ଅନେକ ଦେଶରେ ଶୀଘ୍ର ସଫଳତା ପାଇବା ପାଇଁ ପ୍ରତିଯୋଗିତା ଆରମ୍ଭ ହୋଇ ଯାଇଛି। ଏହା ମଧ୍ୟରେ ଯେବେ ଇଣ୍ଡିଆନ କାଉନସିଲ୍‌ ଅଫ ମେଡିକାଲ ରିସର୍ଚ୍ଚ(ICMR) ଦାବି କଲା ଯେ, ଅଗଷ୍ଟ ୧୫ ସୁଦ୍ଧା କରୋନାର ସ୍ଵଦେଶୀ ଟୀକା ବ୍ୟବହାର କରାଯିବ, ଏହା ଶୁଣି ବିଶ୍ଵରେ ବୈଜ୍ଞାନିକଙ୍କ ମହଲରେ ଚହଳ ପଡି ଯାଇଥିଲା।

ସ୍ଵାସ୍ଥ୍ୟ ବିଶେଷଜ୍ଞଙ୍କଠୁ ନେଇ ରାଜନୈତିକ ମହଲ ପର୍ଯ୍ୟନ୍ତ ସବୁଠୁ ଏହାର ଚର୍ଚ୍ଚା ଆରମ୍ଭ ହୋଇ ଯାଇଥିଲା ଯେ, କଣ ନିଜ ସ୍ଵାର୍ଥ ଚକ୍କରରେ ସରକାର ବିନା ମାବନଦଣ୍ଡର ପାଳନ ନକରି ଟୀକା ପ୍ରସ୍ତୁତ କରୁଛନ୍ତି। ଏବେ ଏହାକୁ ନେଇ ଆଇସିଏମଆର ପକ୍ଷରୁ ବିବୃତ୍ତି ଜାରି କରାଯାଇ ସଫେଇ ଦିଆଯାଇଛି। ଆଇସିଏମଆର କହିଛି ଯେ, ଟୀକା ନିର୍ମାଣର ପ୍ରକ୍ରିୟା ବିଶ୍ଵସ୍ତରର ସ୍ଵୀକୃତି ମାନଦଣ୍ଡ ଅନୁସାରେ ଚାଲିଛି। ଏଥିରେ ଲୋକଙ୍କ ସୁରକ୍ଷାକୁ ସର୍ବୋପରି ରଖାଯାଇଛି।

ICMR  ଯେବେ ଦାବି କଲା ଯେ, ଅଗଷ୍ଟ ୧୫ ସୁଦ୍ଧା କରୋନାର ଟୀକା ବ୍ୟବହାର ଉପଯୋଗୀ କରାଯିବାକୁ ଉଦ୍ୟମ କରାଯିବ। ଏହା ସମସ୍ତ ଗବେଷକଙ୍କୁ ଚକିତ କରିଥିଲା। ଏହାର ଗୋଟିଏ ଦିନ ପରେ ବୈଜ୍ଞାନିକ ଓ ଅଦୌଗିକି ବିକାଶ ପରିଷଦ CSIR-CCMBର ଉଚ୍ଚପଦସ୍ଥ ଅଧିକାରୀ କହିଛନ୍ତି, ଏହି ପ୍ରକ୍ରିୟାରେ ଅନେକ କ୍ଲିନକଲ୍ ଟ୍ରାଏଲ କରିବାକୁ ପଡିଥାଏ। ଏଥିପାଇଁ ଗୋଟିଏ ବର୍ଷ ପୂର୍ବରୁ ଭ୍ୟାକସିନ୍ ପ୍ରସ୍ତୁତ କରିବା ସମ୍ଭବ ନୁହେଁ। ଅନ୍ୟପକ୍ଷେ ICMR କହିଛି କରୋନା ପରି ମାରାତ୍ମକ ରୋଗର ଭ୍ୟାକସିନ୍ ପାଇଁ କ୍ଲିନିକଲ ଟ୍ରାଏଲର ଆବଶ୍ୟକତା ରହିଛି ଓ ସମଗ୍ର ଦେଶରେ ଫାଷ୍ଟଟ୍ରାକ୍‌ ଜରିଆରେ ପ୍ରସ୍ତୁତ କରିବାକୁ ପ୍ରୟାସ କରାଯାଉଛି।

ରାଜନୀତି ମହଲରେ ଉଠିଲା ପ୍ରଶ୍ନ

ମାକ୍ସବାଦୀ କମ୍ୟୁନିଷ୍ଟ ପାର୍ଟିର ମହାସଚିବ ସୀତାରାମ ୟେଚୁରୀ ଆଇସିଏମଆର ଉପରେ ଆରୋପ ଲଗାଇ କହିଛନ୍ତି ଯେ, ଟୀକା ବାହାର କରିବା ପାଇଁ ତରବରିଆ ଏଥିପାଇଁ କରାଯାଉଛି ଯଦ୍ଵାରା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଗଷ୍ଟ ୧୫ ଅବସରରେ ଏହାର ଘୋଷଣା କରିପାରିବେ। ସେ କହିଛନ୍ତି ଯେ, କୌଣସି ଗବେଷଣା ଆଦେଶ ଅନୁସାରେ ହୋଇପାରିବ ନାହିଁ। ଏହି ପରିପ୍ରେକ୍ଷୀରେ ଆଇସିଏମଆର କହିଛି, ଚୟନିତ ଚିକିତ୍ସା ସଂସ୍ଥା ଓ ହସ୍ପିଟାଲ ବାୟୋଟିକ୍ ସହଯୋଗରେ ବିକଶିତ କରାଯାଉଥିବା କୋଭ୍ୟାକସିନ୍‌ର ପରୀକ୍ଷଣ ପ୍ରକ୍ରିୟାକୁ ଗତିଶୀଳ କରାନ୍ତୁ।

   Related Posts