ନୂଆଦିଲ୍ଲୀ୧୨।୧୨- ଭାରତୀୟ ବ୍ୟାଙ୍କଗୁଡ଼ିକରୁ ବିପୁଳ ପରିମାଣର ଋଣ ହଡ଼ପ କରି ବ୍ରିଟେନ୍ ଚାଲିଯାଇଥିବା ମଦ ବ୍ୟବସାୟୀ ବିଜୟ ମାଲ୍ୟାଙ୍କୁ ଦେବାଳିଆ ଘେ।ଷଣା କରିବା ପ୍ରକ୍ରିୟା ଆରମ୍ଭ ହେ।ଇଛି । ତାଙ୍କୁ ଖୁବଶୀଘ୍ର ଦେବାଳିଆ ଘେ।ଷଣା କରାଯାଉ ବେ।ଲି ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ନେତୃତ୍ବରେ ଭାରତର ବ୍ୟାଙ୍କଗୁଡ଼ିକ ବ୍ରିଟେନ୍ ହାଇକେ।ର୍ଟରେ ଆବେଦନ କରିଛନ୍ତି ।
ଏହି ମାମଲାର ଶୁଣାଣି ସମୟରେ ମାଲ୍ୟାଙ୍କ ଆଇନଜୀବୀ କହିଥିଲେ ଯେ ତାଙ୍କର ଅଧିକାଂଶ ସମ୍ପତ୍ତି ଭାରତରେ ରହିଛି । ବିଦେଶରେ ବିଶେଷ ସମ୍ପତ୍ତି ନାହିଁ । କିନ୍ତୁ ଭାରତୀୟ ବ୍ୟାଙ୍କଗୁଡ଼ିକ ପକ୍ଷରୁ ମାମଲା ପରିଚାଳନା କରୁଥିବା ଆଇନଜୀବୀ କେ।ର୍ଟଙ୍କୁ ଅବଗତ କରିଥିଲେ ଯେ ଫ୍ରାନ୍ସରେ ମାଲ୍ୟାଙ୍କ ଏକ ଭିଲ୍ଲା ଥିବା ବେଳେ ବ୍ରିଟିଶ ଭର୍ଜିନ ଦ୍ବୀପରେ ସମ୍ପତ୍ତି, କାରବୀୟ ଦ୍ବୀପ ସେଣ୍ଟ୍ କିଟସରେ ଏକ ଟ୍ରଷ୍ଟ୍ ଓ ମାଲ୍ଟାରେ ଇଣ୍ଡିଆନ୍ ଏମ୍ପ୍ରେସ୍ ସୁପର୍ ୟାଚ୍ ଭଳି ସମ୍ପତ୍ତି ରହିଛି ।
ମାଲ୍ୟାଙ୍କ ଆଇନଜୀବୀ କେ।ର୍ଟଙ୍କୁ ଜଣାଇଥିଲେ ଯେ ଭାରତୀୟ ବ୍ୟାଙ୍କଗୁଡ଼ିକର ବକେୟା ରାଶିଙ୍କୁ ତାଙ୍କ କ୍ଲାଏଣ୍ଟ୍ ଦେବାକୁ ଚାହୁଛନ୍ତି । କିନ୍ତୁ ବ୍ୟାଙ୍କଗୁଡ଼ିକ ଏଭଳି ସ୍ଥିତି ସୃଷ୍ଟି କରିଛନ୍ତି ଯେ ମାଲ୍ୟା ସେହି ଟଙ୍କା ଦେଇପାରୁନାହାନ୍ତି । ଦେଶବିଦେଶରେ ମାଲ୍ୟାଙ୍କ ଯେଉଁ ସମ୍ପତ୍ତି ରହିଛି ତାହାକୁ ଜବତ କରିବା ଲାଗି ପୂର୍ବରୁ ବ୍ରିଟେନ ହାଇକୋର୍ଟ ରାୟ ଦେଇଥିଲେ।