ଆଗାମୀ ଜାତିସଂଘ ସେକ୍ରେଟାରୀ ଜେନେରାଲ ଚୟନ ଲାଗି ପ୍ରକ୍ରିଆ ଆରମ୍ଭ, ୧୯୩ ସଦସ୍ୟ ଦେଶ ନେବେ ନିଷ୍ପତ୍ତି

Published By : Prameya-News7 Bureau | February 06, 2021 IST

ନ୍ୟୁୟର୍କ: ମିଳିତ ଜାତିସଂଘ (ୟୁଏନ) ସେକ୍ରେଟାରୀ ଜେନେରାଲ ଚୟନ ଲାଗି ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ବିଶ୍ୱ ସଂସ୍ଥାନର ମୁଖ୍ୟ କୁଟନୀତିଜ୍ଞ ଓ ପରିଚାଳନା ପଦପଦବୀ ନିମନ୍ତେ ପ୍ରାର୍ଥୀଙ୍କ ନୋମିନେସନ ଲାଗି ୧୯୩ ସଦସ୍ୟ ଦେଶଙ୍କୁ ଜାତିସଂଘ ସୂଚିତ କରିଛନ୍ତି। ୟୁଏନ ଜେନେରାଲ ଆସେମ୍ବ୍ଲି ଅଧ୍ୟକ୍ଷ ଭୋଲକାନ ବୋଜକିର ଏବଂ ମିଳିତ ଜାତି ସଂଘରେ ବ୍ରିଟେନର ରାଷ୍ଟ୍ରଦୂତ ତଥା ଚଳିତମାସରେ ସୁରକ୍ଷା ପରିଷଦର ଅଧ୍ୟକ୍ଷ ମନୋନୀ ବାର୍ବରା ଉଡଓଡ ଏକ ମିଳିତ ପତ୍ରରେ ଡିଜିଟାଲ ସ୍ୱାକ୍ଷର କରିବା ପରେ ଅଧିକାରୀକ ଭାବେ  ଏହି ପ୍ରକ୍ରିୟା ଆରମ୍ଭ ହୋଇଛି।

{"id":404676,"width":582,"height":396,"sizeSlug":"large","linkDestination":"none"}

ଜାତିସଂଘ ସେକ୍ରେଟାରୀ ଜେନେରାଲ ଆଣ୍ଟୋନିଓ ଗୁତାରେସଙ୍କ କାର୍ଯ୍ୟକାଳ ଆଗାମୀ ଡିସେମ୍ବର ୩୧ ତାରିଖରେ ଶେଷ ହେବ। ତେବେ ଆଗାମୀ ୫ ବର୍ଷ ଲାଗି ଦ୍ୱିତୀୟ କାର୍ଯ୍ୟକାଲ ନିମନ୍ତେ ଗୁତାରେସ୍‌ ପୁଣି ଥରେ ପ୍ରାର୍ଥୀ ହେବେ ବୋଲି ଗତମାସରେ ଘୋଷଣା କରିଥିଲେ।  ହେଲେ ଜାତିସଂଘରେ ହୋଣ୍ଡୁରାସର ରାଷ୍ଟ୍ରଦୂତ ମେରି ଏଲିଜାବେଥ ଫ୍ଲୋରେସ୍‌ ଫ୍ଲେକ୍‌ ବିଶ୍ୱ ସଂସ୍ଥାନଙ୍କ ସବୁ ସଦସ୍ୟ ଦେଶଙ୍କୁ ପତ୍ର ଲେଖିଥିବା ଜଣାପଡିଛି। ଯେଉଁଥିରେ ସେ ୟୁଏନ୍ ସ୍ଥାପନା ଦିନଠାରୁ ଏପର୍ଯ୍ୟନ୍ତ କୌଣସି ମହିଳା ସେକ୍ରେଟାରୀ ଜେନେରାଲ ହୋଇ ନାହାନ୍ତି ବୋଲି ଉଲ୍ଲେଖ କରିଛନ୍ତି। ଏଣୁ ସଦସ୍ୟ ଦେଶଙ୍କୁ ମହିଳା ପ୍ରାର୍ଥୀ ସୁପାରିଶ କରିବାକୁ କହିଛନ୍ତି।

{"id":404677,"sizeSlug":"large","linkDestination":"none"}

ଜେନେରାଲ ଆସେମ୍ବ୍ଲି ୧୫ ସଦସୀୟ ସୁରକ୍ଷା ପରିଷଦଙ୍କ ସୁପାରିଶରେ ସେକ୍ରେଟାରୀ ଜେନେରାଲଙ୍କ ମନୋନୟନ ହୋଇଥାଏ। ପରିଷଦର ୫ ସ୍ଥାୟୀ ସଦସ୍ୟ ଦେଶ ଆମେରିକା, ଋଷିଆ, ଫ୍ରାନ୍ସ, ବ୍ରିଟେନ ଓ ଚୀନ ନିକଟରେ ଭିଟୋ କ୍ଷମତା ରହିଛି। ଏଣୁ ସେକ୍ରେଟାରୀ ଜେନେରାଲଙ୍କ ଚୟନରେ ସେମାନଙ୍କ ସମର୍ଥନ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ। ଏଥିରେ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିଶ ଜନସନ୍‌ ପୂର୍ବରୁ ଗୁତାରେସ୍‌ଙ୍କ ପ୍ରାର୍ଥୀତ୍ୱକୁ ସମର୍ଥନ କରିସାରିଛନ୍ତି।

{"id":404678,"width":577,"height":324,"sizeSlug":"large","linkDestination":"none"}

ତବେ ୱଡୱାର୍ଡ ଓ ବୋଜକିର ପ୍ରାର୍ଥୀଙ୍କ ସହ ଅନୌପଚାରିକ ବାର୍ତ୍ତା ମେ ଅଥବା ଜୁନମାସରେ ହୋଇପାରେ ବୋଲି କହିଛନ୍ତି। ଯାହା ସୁରକ୍ଷା ପରିଷଦଙ୍କ ଚୟନ ପ୍ରକ୍ରିୟା ପୂର୍ବରୁ ହେବ। ତେବେ ସୁରକ୍ଷା ପରିଷଦ ଏ ଜେନେରାଲ ଆସମ୍ବ୍ଲି ଅଧ୍ୟକ୍ଷ ଜାତିସଂଘ ସେକ୍ରେଟାରୀ ଜେନେରାଲ ଚୟନ ପ୍ରକ୍ରିୟା ଆରମ୍ଭ କରିଥିବା ୱଡୱାର୍ଡ ତାଙ୍କ ଟ୍ୱଟ୍‌ ହ୍ୟାଣ୍ଡଲରେ ସୂଚିତ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.