କଫି ଦୂର କରେ ଟ୍ୟାନିଂ ସମସ୍ୟା, ଏପରି ପ୍ରସ୍ତୁତ କରନ୍ତୁ ଫେସ୍ପ୍ୟାକ୍
4/10/2023 at 3:08 PM

ମୁମ୍ଵାଇ ୦୪।୧୦: ସାଧାରଣତଃ ବର୍ତ୍ତମାନ ସବୁ ଯୁବବର୍ଗ ନିଜ ନିଜ କମାରେ ବ୍ୟସ୍ତ ରହୁଛନ୍ତି । ଖରା ହେଉ ବା ବର୍ଷ ସବୁବେଳେ ଅଫିସ୍ ଯାଉଛନ୍ତି। ଏମିତିକି ଗ୍ରୀଷ୍ମ ଋତୁରେ ସୂର୍ଯ୍ୟକିରଣର ସଂସ୍ପର୍ଶରେ ଆସିବା ଦ୍ୱାରା ଟ୍ୟାନିଂ ସମସ୍ୟା ଦେଖାଯାଏ। ଏହା ଚର୍ମର ବାହ୍ୟ ସ୍ତରକୁ କ୍ଷତି ପହଞ୍ଚାଏ। ଚର୍ମର ରଙ୍ଗ ମଧ୍ୟ ମଳିନ ହୋଇଯାଏ। ଏଭଳି କି ସ୍କିନ୍ ଟ୍ୟାନିଂକୁ କମ୍ କରିବା ପାଇଁ ବଜାରରେ ଅନେକ ପ୍ରଡକ୍ଟ ମଧ୍ୟ ମିଳିଥାଏ। କିନ୍ତୁ ଏଥିମଧ୍ୟରୁ କିଛି ମହଙ୍ଗା ହୋଇଥିବା ବେଳେ ଆଉ କେତେକରେ ଏତେ ପରିମାଣର କେମିକାଲ ରହିଥାଏ। ଯାହା ଚର୍ମକୁ କ୍ଷତି ପହଞ୍ଚାଏ। ତେଣୁ ଏଥିପାଇଁ ଆପଣ ଘରୋଇ ଉପଚାର କରିବା ଅତ୍ୟନ୍ତ ଲାଭ ଦାୟକ । ତେବେ କଫିରୁ ଟ୍ୟାନିଂ ହଟାଇବା ପାଇଁ ଆମେ ଆପଣଙ୍କୁ କିଛି ଟିପ୍ସ କହୁଛୁ, ଯାହା ଖୁବ୍ ପ୍ରଭାବଶାଳୀ। ଚାଲନ୍ତୁ ଜାଣିବା ସେ ବିଷୟରେ…
କଫି, ମହୁ ଏବଂ କଞ୍ଚା କ୍ଷୀର ଫେସ୍ ପ୍ୟାକ୍ :
ସାମଗ୍ରୀ :
କଫି ପାଉଡର୍- ୨ ଚାମଚ
ମହୁ- ୨ ଚାମଚ
କଞ୍ଚା କ୍ଷୀର- ୨ ଚାମଚ
ପ୍ରସ୍ତୁତ ପ୍ରଣାଳୀ :
ପ୍ରଥମେ ସମସ୍ତ ଜିନିଷକୁ ଏକ ପାତ୍ରରେ ମିଶାନ୍ତୁ । ଏହାକୁ ପେଷ୍ଟରେ ପ୍ରସ୍ତୁତ କରନ୍ତୁ। ପେଷ୍ଟ ପ୍ରସ୍ତୁତ ହୋଇଗଲେ ଏହାକୁ ମୁହଁରେ ଲଗାଇ ୧୦ ରୁ ୧୫ ମିନିଟ୍ ପର୍ଯ୍ୟନ୍ତ ଛାଡିଦିଅନ୍ତୁ। କିଛି ସମୟ ପରେ, ସର୍କୁଲାର ମୋସନରେ ମୁହଁକୁ ମାଲିସ୍ କରନ୍ତୁ ଏବଂ ମୁହଁକୁ ଧୋଇ ଦିଅନ୍ତୁ। ଏହା ଚର୍ମର ମଇଳା, ଡେଡ୍ ସ୍କିନ୍ କୁ ଦୂର କରିଥାଏ। ଏହା ସହ ସପ୍ତାହରେ ଦୁଇରୁ ତିନି ଥର ବ୍ୟବହାର କଲେ ଶୀଘ୍ର ଲାଭ ମିଳିଥାଏ।
ଅଲିଭ୍ ଅଏଲ୍ ଓ କଫି ଫେସ୍ ପ୍ୟାକ୍ :
ଚର୍ମରେ ପ୍ରାକୃତିକ ଚମକ ଆଣିବା ଏବଂ ଟ୍ୟାନିଂ ହଟାଇବା ପାଇଁ ଆପଣ କଫି ଏବଂ ଅଲିଭ୍ ଅଏଲରେ ନିର୍ମିତ ଫେସ୍ ପ୍ୟାକ୍ ମଧ୍ୟ ଲଗାଇ କରିପାରିବେ। ଏଥିପାଇଁ ଆପଣ ଅଲିଭ୍ ଅଏଲ ଓ କଫିକୁ ଭଲ ଭାବରେ ମିଶ୍ରଣ କରନ୍ତୁ। ଏହାକୁ ମୁହଁରେ ଲଗାଇ ୧୫ ରୁ ୨୦ ମିନିଟ୍ ପର୍ଯ୍ୟନ୍ତ ଛାଡିଦିଅନ୍ତୁ। ଏହା ପରେ ସାଧା ପାଣିରେ ମୁହଁ ଧୋଇ ଦିଅନ୍ତୁ।
କଫି, ହଳଦୀ ଓ ଦହି ଫେସ ପ୍ୟାକ୍ :
କଫି ଚେହେରାକୁ ଭଲ ଭାବରେ ସ୍କ୍ରବ୍ କରିବା ପାଇଁ କାମ କରେ। ଏହା ମଧ୍ୟ ପିଗମେଣ୍ଟେସନ୍ ସମସ୍ୟାକୁ ଦୂର କରିଥାଏ। ଏକ ପାତ୍ରରେ ଏକ ଚାମଚ କଫି, ହଳଦୀ ଏବଂ ଦହି ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏହାକୁ ମୁହଁରେ ଲଗାଇ ୨୦ ମିନିଟ୍ ପାଇଁ ଛାଡି ଦିଅନ୍ତୁ। ତା’ପରେ ପାଣିରେ ମୁହଁ ଧୋଇ ଦିଅନ୍ତୁ। ସପ୍ତାହରେ ଦୁଇଥର ଏହି ପ୍ୟାକ୍ ଲଗାଇବା ଲାଭଦାୟକ ହୋଇଥାଏ।