ରାଜସ୍ଥାନରେ କଂଗ୍ରେସକୁ ଡବଲ୍ ଝଟକା : ପଞ୍ଚାୟତ ନିର୍ବାଚନରେ ଆସନ କମିଲା, ସମର୍ଥନ ପ୍ରତ୍ୟାହାର କଲା ଭାରତୀୟ ଟ୍ରାଇବାଲ ପାର୍ଟି

Published By : Prameya-News7 Bureau | December 11, 2020 IST

ଜୟପୁର, ୧୧/୧୨:  ରାଜସ୍ଥାନ ରାଜନୀତିରେ ଘଡିକେ ଘୋଡା ଛୁଟୁଛି । କେତେବେଳେ କଂଗ୍ରେସର ବିଧାୟକମାନେ ବିଜେପି ବିରୋଧରେ କିଣାବିକା ନେଇ ଅଊିଯୋଗ ଆଣୁଛନ୍ତି ତ ପୁଣି କେତେବେଳେ ସଚିନ ପାଇଲଟ ଓ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିବା ଖବର ଆସୁଛି । ଏହା ମଧ୍ୟରେ ରାଜସ୍ଥାନରେ ଅଶୋକ ଗେହଲଟଙ୍କ ନେତୃତ୍ୱାଧିନ କଂଗ୍ରେସ ସରକାରକୁ ଏକ ବଡ଼ ଝଟକା ଲାଗିଛି । ଭାରତୀୟ ଟ୍ରାଇବାଲ ପାର୍ଟି ସରକାରଙ୍କ ନିକଟରୁ ନିଜର ସମର୍ଥନ ପ୍ରତ୍ୟାହାର କରି ନେଇଛି । ଅର୍ଥାତ କଂଗ୍ରେସର ହାତ ଛାଡିଛି ବିଟିପି ।

ଗୁରୁବାର ରାଜ୍ୟରେ ପଞ୍ଚାୟତ ନିର୍ବାଚନ ଫଳ ଜଣାପଡିଥିଲା । ଏଥିରେ ବିଜେପିର ବିଜୟ ହୋଇଥିଲା । କଂଗ୍ରେସ ଧରାଶାୟୀ ହୋଇଥିଲା ।  ସାରା ଦେଶରେ କୃଷି ଆଇନକୁ ନେଇ କେନ୍ଦ୍ରରେ ଥିବା ବିଜେପି ସରକାରଙ୍କ ବିରୋଧରେ ଅସନ୍ତୋଷ ଥିବା ବେଳେ ନିର୍ବାଚନ ଫଳ କିନ୍ତୁ ଏହାର ବୀପରିତ ହୋଇଥିଲା ।

ବିଟିପିର ରାଜ୍ୟରେ ୨ ଜଣ ବିଧାୟକ ରହିଛନ୍ତି । ଏହି ଦୁଇ ବିଧାୟକ ସରକାରରୁ ଓହରିବା ପରେ ବି ଗେହଲଟଙ୍କ ପ୍ରତି କୌଣସି ବିପଦ ନାହିଁ । କାରଣ କଂଗ୍ରେସ ପାଖରେ ୨୦୦ ଆସନ ବିଶିଷ୍ଟ ବିଧାନସଭା ସଦସ୍ୟ ମଧ୍ୟରୁ ୧୧୮ଜଣଙ୍କର ସମର୍ଥନ ରହିଛି । କଂଗ୍ରେସର ହିଁ ୧୧୮ ବିଧାୟକ ରହିଛନ୍ତି ।

ସୂଚନାଯୋଗ୍ୟ, ବିଟିପି ଗତ ଅଗଷ୍ଟରେ ଅଶୋକ ଗେହଲଟ ସରକାରଙ୍କୁ ସମର୍ଥନ କରିଥିଲା । ଅଗଷ୍ଟରେ ଚାଲିଥିବା ପଲିଟିକାଲ ଡ୍ରାମା ବେଳେ ଦଳର ୨ ବିଧାୟକ ଗେହଲଟଙ୍କ ସପକ୍ଷରେ ଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.