scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଇସ୍ରାଏଲ୍ ପଲିସି ଉପରେ ଆମେରିକାରେ ବିଦ୍ରୋହ ! CIA ଅଧିକାରୀ ଫେସବୁକରେ ଅପଲୋଡ୍ କଲେ ଫିଲିସ୍ତିନ ପତାକା

30/11/2023 at 4:32 PM

ନୂଆଦିଲ୍ଲୀ: ଇସ୍ରାଏଲ୍ ଓ ହମାସ ମଧ୍ୟରେ ଜାରି ଯୁଦ୍ଧକୁ ନେଇ ଦୁନିଆ ଦୁଇ ଭାଗ ହୋଇଛି । କେବଳ ଦୁନିଆ ନୁହେଁ ଏବେ ଆମେରିକାରେ ମଧ୍ୟ ଏହାକୁ ନେଇ ବଡ଼ ବିବାଦ ମୁଣ୍ଡ ଟେକିବାରେ ଲାଗିଛି । ଆମେରିକାର ଗୁଇନ୍ଦା ଏଜେନ୍ସି ସିଆଇଏରେ ଇସ୍ରାଏଲକୁ ନେଇ ଜୋ ବାଇଡେନ ସରକାରଙ୍କ ଅଭିମୁଖ୍ୟରେ ମତଭେଦ ସୃଷ୍ଟି ହୋଇଛି । ସିଆଇଏ ଟପ୍ ଆନାଲିସିସ୍ ଚିଫ୍ ନିଜ ଫେସବୁକ୍ କଭର ଫଟୋରେ ଫିଲିସ୍ତିନୀ ପାତାକା ଲଗାଇଛନ୍ତି । ଏହାକୁ ନେଇ ବିବାଦ ଆରମ୍ଭ ହୋଇଛି । ଏହି ପଦକ୍ଷେପକୁ ବାଇଡେନ୍ ସରକାର ବିରୋଧରେ ଅସମହମତି ରୂପେ ଦେଖାଯାଉଛି । ଉଲ୍ଲେଖଯୋଗ୍ୟ ଯେ ବାଇଡେନ୍ ସରକାର ମୁକ୍ତ ସ୍ୱରରେ ଇସ୍ରାଏଲର ସମର୍ଥନ କରୁଛନ୍ତି ଓ ଗାଜାରେ ଜାରି ଆକ୍ରମଣକୁ ଆତ୍ମରକ୍ଷା ପାଇଁ କାର୍ଯ୍ୟାନୁଷ୍ଠାନ ବୋଲି କହିଛି ।

ସିଆଇଏର ଆସୋସିଏଟ୍ ଡେପୁଟୀ ଡାଇରେକ୍ଟର ଫର୍ ଆନାଲିସିସ୍ ସେହି କ୍ଷମତାଶାଳୀ ବ୍ୟକ୍ତିଙ୍କ ମଧ୍ୟରେ ଆସନ୍ତି, ଯିଏ ସିଆଇଏ ଆନାଲିସିସକୁ ମଞ୍ଜୁରୀ ଦିଅନ୍ତି । ଇସ୍ରାଏଲ୍ ଓ ହମାସ ମଧ୍ୟରେ ଜାରି ଯୁଦ୍ଧ ମଧ୍ୟରେ ସେ ନିଜ ଫେସବୁକ୍ କଭର ଫଟୋ ବଦଳାଇଛନ୍ତି । ଏହି ଫଟୋ ସହ ସେ ଫ୍ରି ଫିଲିସ୍ତିନ ସ୍ଲୋଗାନ ଲେଖିଛନ୍ତି । ଏହା ପୂର୍ବରୁ ଆଣ୍ଟି-ସେମେଟିଜମ୍ ପୋଷ୍ଟ ମଧ୍ୟ କରିଥିଲେ । ଫାଇନାନସିଆଲ୍ ଟାଇମ୍ସ ଅନୁସାରେ ସିଆଇଏର ଜଣେ ପୂର୍ବତନ ଅଧିକାରୀ କହିଛନ୍ତି, ଜଣେ ବରିଷ୍ଠ ଆନାଲିଟିକ ଯୁଦ୍ଧ ମଧ୍ୟରେ ସାର୍ବଜାନୀନ ରୂପେ ରାଜନୀତିକ ପ୍ରତିକ୍ରିୟା ରଖିଛନ୍ତି, ଯାହା ଭୁଲ ଅଟେ ।

ଏହାକୁ ନେଇ ଏବେ ସିଆଇଏ ମଧ୍ୟ ଚେତାବନୀ ଜାରି କରିଛି । ଅନ୍ୟ ଜଣେ ଅଧିକାରୀ କହିଛନ୍ତି ଯେ ଏହିପରି ସୋସିଆଲ ମିଡିଆ ପୋଷ୍ଟ ଗ୍ରହଣୀୟ ନୁହେଁ ଓ ନିୟମର ଉଲ୍ଲଂଘନ ଅଟେ । ସିଆଇଏ ଅଧିକାରୀଙ୍କ ଏହି ପୋଷ୍ଟ ଏପରି ଏକ ସମୟରେ ଆସିଛି, ଯେତେବେଳେ ଯୁଦ୍ଧବିରତି ପାଇଁ ବାଇଡେନ ପ୍ରଶାସନ ଉପରେ ଅଧିକ ଚାପ ପଡ଼ୁଛି ।

Also Read: ଏଲନ ମସ୍କଙ୍କୁ ଗାଜା ପରିଦର୍ଶନରେ ଆସିବାକୁ ନିମନ୍ତ୍ରଣ କଲା ହମାସ, କହିଲା- ଦେଖିଯାଅ ଇସ୍ରାଏଲ୍‌ର ବିନାଶକାରୀ ବିଭୀଷିକା

   Related Posts