ଜାମ୍ମୁ-କାଶ୍ମୀରରେ ଆତଙ୍କୀଙ୍କ ‘ସେଓ ଷଡଯନ୍ତ୍ର’ : ଟାର୍ଗେଟ୍‌ରେ ସେଓ ବ୍ୟବସାୟୀ, ସେଓରେ ଲେଖାଅଛି ପାକିସ୍ତାନ ଜିନ୍ଦାବାଦ୍

Published By : Prameya-News7 Bureau | October 17, 2019 IST

ଶ୍ରୀନଗର ୧୭|୧୦: ଜାମ୍ମୁକାଶ୍ମୀରରେ ଆତଙ୍କୀଙ୍କ ‘ସେଓ ଷଡଯନ୍ତ୍ର'’ । ଟାର୍ଗେଟରେ ସ୍ଥାନୀୟ ବାସିନ୍ଦା ଏବଂ ଟ୍ରକ୍ ଡ୍ରାଇଭର । ଆତଙ୍କୀଙ୍କ ଟାର୍ଗେଟରେ ସେଓ ବ୍ୟବସାୟୀ । ଘାଟିର ସେଓ ବଗିଚାରେ ଆତଙ୍କୀ ରଚିଥିବା ଷଡଯନ୍ତ୍ର ଉପରୁ ପର୍ଦ୍ଦାଫାଶ ହୋଇଛି ।

{"id":170961,"width":576,"height":432}

ଜାମ୍ମୁକାଶ୍ମୀରରେ ସ୍ବାଭାବିକ ସ୍ଥିତି ଦେଖି ଆତଙ୍କୀ ମୁଣ୍ଡ ଗୋଲ । ଧାରା ୩୭୦ ଉଚ୍ଛେଦ ହେବାର ଏଭିତରେ ଦୁଇ ମାସରୁ ଅଧିକ ହେଲାଣି । କିନ୍ତୁ ଏଯାଏଁ ପାକିସ୍ତାନ ହଜମ କରିପାରୁନି । ଘାଟିରେ ଅଶାନ୍ତି ସୃଷ୍ଟି କରିବାର କୌଣସି ବଡ ଷଡଯନ୍ତ୍ର ସଫଳ ହୋଇ ନଥିବାରୁ ପାକିସ୍ତାନ ଏବେ ଜାମ୍ମୁକାଶ୍ମୀରର ସାଧାରଣ ନାଗରିକଙ୍କୁ ଟାର୍ଗେଟ୍ କରିବା ଯୋଜନାରେ ଅଛନ୍ତି । ପାକିସ୍ତାନର ଗୋଟିଏ ଚିନ୍ତା କେମିତି ଘାଟିରେ ଅଶାନ୍ତି ବ୍ୟାପିବ ।

{"id":170962}

ଗତକାଲି ପଞ୍ଜାବର ଦୁଇ ସେଓ ବ୍ୟବସାୟୀଙ୍କ ଉପରେ ଆତଙ୍କୀ ଆକ୍ରମଣ କରିଛନ୍ତି । ଆତଙ୍କୀଙ୍କ ଗୁଳିରେ ଏମାନଙ୍କ ଭିତରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଅଛନ୍ତି । ଏହା ପୂର୍ବରୁ ସୋପିଆନରେ ରାଜସ୍ଥାନୀ ଟ୍ରକ୍ ଡ୍ରାଇଭରଙ୍କ ଉପରେ ହମଲା କରିଥିଲେ ଆତଙ୍କୀ, ଏଥିରେ ତାଙ୍କର ମୃତ୍ୟୁ ହୋଇଛି ।

{"id":170963}

ଏହା ବ୍ୟତୀତ ଜାମ୍ମୁକାଶ୍ମୀରର ସେଓ ବଗିଚା ମାଲିକଙ୍କୁ ମଧ୍ୟ ନିସ୍ତୁକ ମାଡ ମାରିଥିଲେ ଆତଙ୍କୀ । ଜାମ୍ମୁକାଶ୍ମୀରର ପ୍ରମୁଖ ସେଓ ବ୍ୟବସାୟକୁ ଟାର୍ଗେଟ୍ କରି ଲୋକଙ୍କୁ ଡରାଇବା ସହ ସ୍ବାଭାବିକ ସ୍ଥିତି ବିଗାଡିବା ଚକ୍କରରେ ଅଛି ପାକିସ୍ତାନ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.