ବିଶ୍ୱକପ୍‌ ୨୦୨୩ : ପୁରସ୍କାର ରାଶି ଘୋଷଣା କଲା ଆଇସିସି, ଚାମ୍ପିଅନ୍‌ ଦଳକୁ ମିଳିବ ଏତିକି କୋଟି...

Published By : Prameya-News7 Bureau | September 23, 2023 IST

ମୁମ୍ବାଇ ୨୩।୦୯ : ଆଉ ଦିନ କେଇଟା ପରେ ଆରମ୍ଭ ହେବ ଆଇସିସି ଦିନିକଆ ବିଶ୍ୱକପ୍‌ ୨୦୨୩ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ତେବେ ଏହି କ୍ରମରେ ଆଗାମୀ ଦିନିକିଆ ବିଶ୍ୱକପ୍‌ ନେଇ ପୁରସ୍କାର ରାଶି ଘୋଷଣା କରିଛି ଆଇସିସି ।

wp:html /wp:html

ତେବେ ଆଇସିସିର ଘୋଷଣା ମୁତାବିକ, ଚଳିତ ବର୍ଷ ଚମ୍ପିଅନ୍‌ ଦଳକୁ ଟ୍ରଫି ସହ ୩୩.୧୮ କୋଟି ଟଙ୍କାର ପୁରସ୍କାର ମିଳିବ । ଏହାପରେ ରନର୍ସ ଅପ୍‌ ଦଳକୁ ୧୬.୫୯ କୋଟି ଟଙ୍କାର ପୁରସ୍କାର ପ୍ରଦାନ କରାଯିବ । ସେହିପରି ସେମି ଫାଇନାଲରେ ପରାଜିତ ଦୁଇ ଦଳକୁ ୬.୬୩ କୋଟି ଟଙ୍କା ଲେଖାଏଁ ଆର୍ଥିକ ରାଶି ମିଳିବ ।

ଅନ୍ୟପଟେ ଗ୍ରୁପ ପର୍ଯ୍ୟାୟରୁ ଅଭିଯାନ ଶେଷ କରୁଥିବା ବାକି ୬ଟି ଦଳକୁ ୮୨.୯୪ ଲକ୍ଷ ଟଙ୍କାର ଆର୍ଥିକ ରାଶି ମିଳିବ । ଏହାବାଦ୍‌ ଗ୍ରୁପ ପର୍ଯ୍ୟାୟରେ ପ୍ରତି ମ୍ୟାଚ୍‌ରେ ବିଜୟ ପିଛା ୩୩.୧୭ ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରାଯିବ ।

ସୂଚନାଯୋଗ୍ୟ ଯେ, ୨୦୨୩ ଦିନିକିଆ ବିଶ୍ୱକପ୍‌ ଆଉ କିଛି ଦିନ ପରେ ଆରମ୍ଭ ହେବାକୁ ଯାଉଛି । ମୋଟ ୧୦ଟି ଟିମ୍‌ ମଧ୍ୟରେ ଖେଳାଯିବ ଏହି ଟୁର୍ଣ୍ଣାମେଣ୍ଟ । ଯାହା ଅକ୍ଟୋବର ୫ରୁ ଆରମ୍ଭ ହେବାକୁ ଯାଉଛି । ଏହାପରେ ଅକ୍ଟୋବର ୮ରେ ଚେନ୍ନାଇରେ ଅଷ୍ଟ୍ରେଲିଆ ବିପକ୍ଷରେ ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍‌ ଖେଳିବ ଭାରତ ।  ଅକ୍ଟୋବର ୪ରେ ଉଦ୍‌ଘାଟନୀ ସମାରୋହର ଆୟୋଜନ କରାଯିବ । ଏଥିପାଇଁ ଗୁଜୁରାଟର ନରେନ୍ଦ୍ର ମୋଦି କ୍ରିକେଟ୍‌ ଷ୍ଟାଡିୟମ୍‌ ପୁରା ପ୍ରସ୍ତୁତ ହୋଇସାରିଛି ।

 ସେହିପରି ସେପ୍ଟେମ୍ବର ୨୮ ତାରିଖରୁ ଆରମ୍ଭ ହେବ ଅଭ୍ୟାସ ମ୍ୟାଚ୍‌ । ୨୦୨୩ ଦିନିକିଆ ବିଶ୍ୱକପରେ ମୋଟ ୧୨ଟି ଭେନ୍ୟୁ ରହିଛି । ଏଥିରେ ହାଇଦ୍ରାବାଦ୍‌, ଅହମ୍ମଦାବାଦ, ଧର୍ମଶାଳା, ଦିଲ୍ଲୀ, ଚେନ୍ନାଇ, ଲକ୍ଷ୍ନୌ, ପୁଣେ, ବେଙ୍ଗାଲୁରୁ, ମୁମ୍ବାଇ, କୋଲକାତା ରହିଛି । ଗୌହାଟୀ ଏବଂ ଥିରୁଅନନ୍ତପୁରମ୍‌ରେ ୨୯ ସେପ୍ଟେମ୍ବରରୁ ୩ ଅକ୍ଟୋବର ପର୍ଯ୍ୟନ୍ତ ଅଭ୍ୟାସ୍‌ ମ୍ୟାଚ୍‌ ଖେଳାଯିବ ।


ଆହୁରି ପଢନ୍ତୁ :

wp:embed {"url":"https://www.prameyanews7.com/shahrukh-khan-dunki-ott-release-on-jio-cinema/","type":"wp-embed","providerNameSlug":"prameya-news-7"}
https://www.prameyanews7.com/shahrukh-khan-dunki-ott-release-on-jio-cinema/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.