ପ୍ରମେୟ ଓ ନ୍ୟୁଜ୭ ତରଫରୁ ମାଟ୍ରିକ ଛାତ୍ରଛାତ୍ରୀ ସମ୍ବର୍ଦ୍ଧିତ
12/05/2018 at 2:51 PM

ମାଟ୍ରିକ ପରୀକ୍ଷାରେ ଏ-ୱାନ୍ ଓ ଏ-ଟୁ ଗ୍ରେଡରେ ପାସ୍ ହୋଇଥିବା ଅବିଭକ୍ତ କୋରାପୁଟ ଜିଲ୍ଲାର ୧୦୦ରୁ ଉର୍ଦ୍ଧ ଛାତ୍ରଛାତ୍ରୀଙ୍କୁ ଆଜି ପ୍ରମେୟ ଓ ନ୍ୟୁଜ୭ ତରଫରୁ ଜୟପୁରଠାରେ ସମ୍ବର୍ଦ୍ଧନା କରାଯାଇଛି।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଆଇ.ପି.ଏସ୍ ସାଗରିକା ନାଥ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ କୋରାପୁଟ ଡି.ପି.ସି ମହେଶ ନାୟକ ଯୋଗ ଦେଇଥିଲେ।କୃତି ଛାତ୍ରଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧନା କରାଯିବା ସହ ଆଗାମୀ ଦିନରେ ସେମାନେ କିପରି ଶୃଙ୍ଖଳିତ ହୋଇ ପାଠ ପଢି ଭଲ ମଣିଷ ହୋଇ ପାରିବେ ସେ ଦିଗରେ ଅତିଥି ଓ ଉପସ୍ଥିତ ଶିକ୍ଷାବିତ ମାନେ ଗୁରତ୍ବାରୋପ କରିଥିଲେ।ପ୍ରତିଦ୍ବନ୍ଦିତା ମୂଳକ ଶିକ୍ଷା ବ୍ୟବସ୍ଥାରେ ସଫଳତା ପାଇଁ ସାଧନା,ସଂଘର୍ଷ ସହ କଠିନ ପରିଶ୍ରମ ଆବଶ୍ୟକ ବୋଲି ମୁଖ୍ୟ ଅତିଥି ସାଗରିକା ନାଥ କହିଥିଲେ।ଅବିଭକ୍ତ କୋରାପୁଟ ଜିଲ୍ଲାରେ ମାଟ୍ରିକ ପରିକ୍ଷା ଫଳ ଭଲ ହୋଇଥିଲେ ବି ପ୍ରଥମ ଶ୍ରେଣୀରେ କମ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ନ ହେବା ଚିନ୍ତା ଜନକ ବୋଲି ଶିକ୍ଷାବିତ୍ତ ମାନେ ମତ ଦେଇଥିଲେ।କୃତ୍ତି ଛାତ୍ରଛାତ୍ରୀ ମାନଙ୍କୁ ପ୍ରୋତ୍ସାହନ କରିବାକୁ ପ୍ରମେୟ ଓ ନ୍ୟୁଜ୭ ତରଫରୁ ଯେଉଁ ଉଦ୍ୟମ କରାଯାଉଛି ଏହାକୁ ଛାତ୍ରଛାତ୍ରୀଙ୍କ ଠାରୁ ଆରମ୍ଭ କରି ଅଭିଭାବକ ଓ ଶିକ୍ଷାବିତ୍ତମାନେ ଖୁବ୍ ପ୍ରଶଂସା କରିଥିଲେ।