ଐଶ୍ୱର୍ଯ୍ୟାଙ୍କ ପାଇଁ ପ୍ରିୟଙ୍କା ଚୋପ୍ରାଙ୍କୁ ଲାଗିଥିଲା ବଡ ଝଟକା, ରାତାରାତି ହାତରୁ ଚାଲିଯାଇଥିଲା ଫିଲ୍ମ ଅଫର୍

Published By : Prameya-News7 Bureau | February 19, 2021 IST

ମୁମ୍ବାଇ ୧୯/୦୨ : ପ୍ରିୟଙ୍କା ଚୋପ୍ରା ତାଙ୍କ ଆତ୍ମଜୀବନୀକୁ ନେଇ ବେଶ ଚର୍ଚ୍ଚାରେ ରହିଛନ୍ତି । ନିକଟରେ, ଫିଲ୍ମ କ୍ରିଟିକ୍ସ ସୁଭାଷ ଝା ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରାଙ୍କ କ୍ୟାରିୟରର ପ୍ରଥମ ଦିନ ବିଷୟରେ କିଛି କହିଛନ୍ତି । ଏହି ଘଟଣା ସେତେବେଳର ଯେବେ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏବଂ ଅଭିଷେକ ବଚ୍ଚନ ଫିଲ୍ମ‘ଉମରାଓ ଜାନ’ର ସୁଟିଂ କରିଥିଲେ। ସୁଭାଷ କେ ଝାଙ୍କ କହିବା ଅନୁଯାୟୀ, ଏହି ଫିଲ୍ମ ପାଇଁ ପ୍ରିୟଙ୍କା ଚୋପ୍ରା ମୁଖ୍ୟ ଭୂମିକାରେ ଅଭିନୟ ପାଇଁ ମନୋନୀତ ହୋଇଥିଲେ ଏବଂ ସେହି ସମୟରେ ପ୍ରିୟଙ୍କା ଇଣ୍ଡଷ୍ଟ୍ରିରେ ନୂଆ ଥିଲେ । ଏହି ଫିଲ୍ମ ପାଇଁ ପ୍ରିୟଙ୍କା ମଧ୍ୟ ପ୍ରସ୍ତୁତି ଆରମ୍ଭ କରିଦେଇଥିଲେ। ଅଭିନେତ୍ରୀ କଥକ୍ କ୍ଲାସ୍ ବି ନେଉଥିଲେ ।

ପ୍ରିୟଙ୍କା ପ୍ରସ୍ତୁତିରେ ବ୍ୟସ୍ତ ଥିବାବେଳେ, ତାଙ୍କୁ ରିପ୍ଲେସ୍ କରି ଦିଆଯାଇଥିଲା । ଏହି ଫିଲ୍ମରେ ପ୍ରିୟଙ୍କାଙ୍କ ବଦଳରେ ରାତାରାତି ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କୁ ନିଆଯାଇଥିଲା । ଐଶ୍ୱର୍ଯ୍ୟା ରାୟ ସେହି ସମୟରେ ଅଧିକ ଫେମସ୍ ଥିଲେ, ସେଥିପାଇଁ ତାଙ୍କୁ ଏହି ଫିଲ୍ମଟିକୁ ଦିଆଯାଇଥିଲା । ଏଥିପାଇଁ ପ୍ରିୟଙ୍କା ବହୁ ଦୁଃଖ ପ୍ରକାଶ ମଧ୍ୟ କରିଥିଲେ। ଯେତେବେଳେ ଉମରାଓ ଜାନରେ ପ୍ରିୟଙ୍କାଙ୍କୁ ରିପ୍ଲେସ୍ କରାଯାଇଥିବା ଖବର ତାଙ୍କ ବାପା ଅଶୋକ ଚୋପ୍ରାଙ୍କ ନିକଟକୁ ଆସିଥିଲା, ସେତେବେଳେ ସେ ସୁଭାଷଙ୍କୁ ଡାକି ପଚାରିଥିଲେ ଏହା କାହିଁକି ଘଟିଲା । ତାଙ୍କର ମଧ୍ୟ ଏହି ବିଷୟରେ କୌଣସି ଧାରଣା ନଥିଲା ।

Image result for priyanka and aishwarya rai

ପ୍ରିୟଙ୍କା ନିଜର ପ୍ରଚେଷ୍ଟାରେ ସଫଳତାର ଶୀର୍ଷରେ ପହଞ୍ଚି ପାରିଛନ୍ତି । ୨୦୦୦ ମସିହାରେ, ସେ ମିସ୍ ୱାର୍ଲ୍ଡ ଟାଇଟଲ୍ ହାସଲ କରିବାପରେ  ତାଙ୍କର କ୍ୟାରିଅର୍ ଆରମ୍ଭ କରିଥିଲେ । ବଲିଉଡ୍ ସହିତ ହଲିଉଡରେ ମଧ୍ୟ ପ୍ରିୟଙ୍କା ବେଶ ଲୋକପ୍ରିୟତା ହାସଲ କରିପାରିଛନ୍ତି । ପ୍ରିୟଙ୍କା ଏକ ତାମିଲ ଫିଲ୍ମ  ‘ଥାମିଜାନ’ ସହିତ ତାଙ୍କ କ୍ୟାରିୟର ଆରମ୍ଭ କରିଥିଲେ ଏବଂ ଫିଲ୍ମ ‘ହିରୋ’ରୁ ବଲିଉଡ ଇଣ୍ଡଷ୍ଟ୍ରିରେ ଏଣ୍ଟ୍ରି କରିଥିଲେ। ଯଦିଓ ତାଙ୍କର ପ୍ରଥମ ଫିଲ୍ମ କିଛି କମାଲ ଦେଖାଇ ପାରିନଥିଲା , କିନ୍ତୁ ସେ ନିର୍ମାତାମାନଙ୍କ ନଜରରେ ନିଜର ପରିଚୟ ସୃଷ୍ଟି କରିବାରେ ସଫଳ ହୋଇଥିଲେ ।

Image result for priyanka and aishwarya rai

ଇଣ୍ଡଷ୍ଟ୍ରିରେ ପ୍ରିୟଙ୍କାଙ୍କର କେହି ଗଡଫାଦର ନଥିଲେ, ତଥାପି ସେ ନିଜର ଏକ ଭିନ୍ନ ପରିଚୟ ସୃଷ୍ଟି କରିପାରିଥିଲେ । ପ୍ରିୟଙ୍କା ତାଙ୍କ କ୍ୟାରିୟରରେ ବହୁତ କଷ୍ଟ ପାଇଥିଲେ ସୁଦ୍ଧା ହାର ମାନିନଥିଲେ ଏବଂ ଆଗକୁ ବଢି ଚାଲିଥିଲେ । ସେ 'ଆନ୍ଦାଜ୍', 'ମୁଝସେ ସାଦୀ କରୋଗୀ', 'ଏତରାଜ୍', 'ବ୍ଲାକମେଲ୍', 'ବର୍ସାତ୍', 'ଡନ୍', 'ଫ୍ୟାଶନ୍', 'କମିନେ', 'ସାତ୍ ଖୁନ୍ ମାଫ୍', 'ଗୁଣ୍ଡେ,' ବାଜିରାଓ ମସ୍ତାନୀ ', ' ଦ ସ୍କାଏ ଇଜ୍ ପିଙ୍କ୍' ପରି ଅନେକ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି । ପ୍ରିୟଙ୍କା ହଲିଉଡ୍ ସିଙ୍ଗର ନିକ୍ ଜୋନ୍ସଙ୍କୁ ବିବାହ କରିଛନ୍ତି । ଦୁଇଜଣ ଲଭ୍ ମ୍ୟାରେଜ କରି ନିଜର ବୈବାହିକ ଜୀବନରେ ବେଶ ଖୁସି ଅଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.