Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ବାଲେଶ୍ୱର ରେଳ ଦୁର୍ଘଟଣାକୁ ନେଇ କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଭଦ୍ରାଙ୍କ ଟ୍ୱିଟ୍‌, ଜାଣନ୍ତୁ ଲେଖିଛନ୍ତି କ’ଣ?

4/06/2023 at 9:21 PM

ନୂଆଦିଲ୍ଲୀ ୪।୬: ବାଲେଶ୍ୱର ୨ ଜୁନ ରେଳ ଦୁର୍ଘଟଣାକୁ ୨୪ ଘଣ୍ଟାରୁ ଅଧିକ କାଳ ବିତିଲାଣି। କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଭଦ୍ରା ୪ ଜୁନ ରବିବାର ଦୁର୍ଘଟଣାକୁ ନେଇ ଏକ ଟ୍ୱିଟ୍‌ କରିଛନ୍ତି। ଯେଉଁଥିରେ ଭୟାବହ ରେଳ ଦୁର୍ଘଟଣା ଲାଗି ମାନବୀୟ ଓ ନୈତିକ ଆଧାରରେ ଶୀର୍ଷ ପଦପଦବୀରେ ବଶିଥିବା ଲୋକେ ଉତ୍ତରଦାୟୀକି ନୁହେଁ ବୋଲି ପ୍ରଶ୍ନ କରିଛନ୍ତି। ଏହି ରେଳ ଦୁର୍ଘଟଣାରେ ୨୭୫ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୧୧ଶହରୁ ଅଧିକ ଲୋକେ ଆହତ ହୋଇଛନ୍ତି।

ବିସ୍ମୟ: ରେଳ ଦୁର୍ଘଟଣାର ୪୫ ଘଣ୍ଟାପରେ ଉଦ୍ଧାର ହେଲେ ଯୁବକ; ଦେଖନ୍ତୁ ଭିଡିଓ…

ଏହି ଟ୍ୱିଟ୍‌ରେ ପ୍ରିୟଙ୍କା ଗାନ୍ଧି ‘ବିଶେଷଜ୍ଞ, ସଂସଦୀୟ କମିଟି ଓ ସିଏଜି ରିପୋର୍ଟର ଚେତାବନୀ ଓ ପରାମର୍ଶକୁ ଅଣଦେଖା କରିବା ଲାଗି କିଏ ଦାୟୀ ବୋଲି ପ୍ରଶ୍ନ କରିଛନ୍ତି’। ରେଳବାଇରେ ଖାଲିପଡିଥିବା ପଦପଦବୀ ଓ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ଲାଗି ପାଣ୍ଠିର ଅଭାବ ଲାଗି କାହାକୁ ଦାୟୀ କରାଯିବ ? ବୋଲି ସେ ଉଲ୍ଲେଖ କରିଛନ୍ତି। ଏଥିରେ ପ୍ରିୟଙ୍କା ଲାଲବାହାଦୂର ଶାସ୍ତ୍ରୀ, ନିତିଶ କୁମାର ଓ ମାଧବ ରାଓ ସିନ୍ଧିଆ ରାସ୍ତାର ପାଳନ କରି ରେଳମନ୍ତ୍ରୀ ଇସ୍ତଫା ଦେବା ଉଚିତ କି ନୁହେଁ ବୋଲି ମଧ୍ୟ ପଚାରିଛନ୍ତି।

ଅପରପଟେ ଓଡ଼ିଶାରେ ହୋଇଥିବା ରେଳ ଦୁର୍ଘଟଣାର ଯାଞ୍ଚ ଲାଗି ତଦନ୍ତ କମିଟି ଗଠନ କରିଦିଆଯାଇଛି। ଏହି ତଦନ୍ତ ରିପୋର୍ଟ ଖୁବ୍ ଶୀଘ୍ର ମିଳିଯିବ ବୋଲି ରେଳ ମନ୍ତ୍ରୀ ଅଶ୍ୱିନୀ କୁମାର ବୈଷ୍ଣବ ଦାବି କରିଛନ୍ତି। ଦୁର୍ଘଟଣାରେ ଆହତ ଯାତ୍ରୀଙ୍କ ଚିକିତ୍ସା ଜାରି ଥିବା ବେଳେ ରେଳ ଧାରଣାର ମରାମତି ମଧ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଆଗେଇ ଚାଲିଛି। ଏଥିରେ ବିରୋଧୀ ଦଳମାନେ କେନ୍ଦ୍ର ରେଳ ମନ୍ତ୍ରୀଙ୍କ ଇସ୍ତଫା ଲାଗି ଚାପ ପକାଇବା ଆରମ୍ଭ କରିଛନ୍ତି।

ବାହାନଗା ଟ୍ରେନ ଟ୍ରାଜେଡିର ସିବିଆଇ ତଦନ୍ତ ସୁପାରିସ, ରେଳ ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବଙ୍କ ବଡ଼ ଘୋଷଣା

ସେପଟେ ରେଳ ଦୁର୍ଘଟଣାର ୩୯ ଘଣ୍ଟା ବାଦ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପ୍ରସଙ୍ଗରେ ବୟାନ ରଖିଛନ୍ତି। ଏଥିରେ ଦୁର୍ଘଟଣା ଲାଗି ଇଲେକ୍ଟ୍ରନିକ ଇଣ୍ଟର ଲକିଙ୍ଗରେ ପରିବର୍ତ୍ତନ ବୋଲି ସେ କହିଛନ୍ତି। ରେଳ ସୁରକ୍ଷା ଆୟୁକ୍ତ ମାମଲାର ଯାଞ୍ଚ କରୁଛନ୍ତି। ଏଣୁ ପ୍ରସଙ୍ଗରେ କୌଣସି ମତ ମନ୍ତବ୍ୟ ଦେବାମୋ ଲାଗି ଭୁଲ ହେବବୋଲି ସେ କହିଛନ୍ତି। ତଦନ୍ତ ରିପୋର୍ଟ ଆସିବା ପରେ ହିଁ ଦୁର୍ଘଟଣାର ବାସ୍ତବ କାରଣ ଜଣା ପଡିବ ବୋଲି ସେ କହିଛନ୍ତି।

   Related Posts